କାହିଁକି ଜନ୍ମ ହୁଅନ୍ତି ଏକାଧିକ ହାତ ଏବଂ ଗୋଡ ଥିବା ଶିଶୁ, ଏହା ଆଶ୍ଚର୍ଯ୍ୟ ନା ରୋଗ ଜାଣନ୍ତୁ
ଆପଣ ବେଳେବେଳେ ବହୁତ ଅଦ୍ଭୁତ ଶିଶୁ ଜନ୍ମ ହେଉଥିବା ଦେଖିଥିବେ। ଏମିତି ଶିଶୁ ଯାହାର ଚାରିଟି ଗୋଡ ଏବଂ ଦୁଇଟି ଲିଙ୍ଗ କିମ୍ବା ଯୋଡା ମୁଣ୍ଡ ଅବା ଏକାଧିକ୍ ଆଙ୍ଗୁଳି ଥିବା ଦେଖିଥିବେ। ଏମିତି ଶିଶୁ ଜନ୍ମ ହେବାପରେ ତାଙ୍କ ଜୀବନ ଉପରେ ବିପଦ ଥାଏ। ତେବେ ଏମାନଙ୍କୁ ଦେଖି ଆପଣଙ୍କ ମନରେ କେବେ ପ୍ରଶ୍ନ ଆସିନି ଯେ ଏମିତିକା ଶିଶୁ କାହିଁକି ଜନ୍ମ ନିଅନ୍ତି। କେଉଁ କାରଣ ପାଇଁ ଏକାଧିକ ହାତ କିମ୍ବା ଗୋଡ ଥିବା ଶିଶୁ ଜନ୍ମ ନିଅନ୍ତି? ତେବେ କଣ ସତରେ ଏପରି ପିଲା ଜନ୍ମ ହେବା ପଛରେ ରହିଛି ଏକ ଆଶ୍ଚର୍ଯ୍ଯ ନା ରୋଗ । ଏହାର କାରଣ ଜାଣିବା ପାଇଁ ଆପଣ ଏ ଭିଡିଓକୁ ଆରମ୍ଭରୁ ଶେଷ ଯାଏଁ ନିଶ୍ଚୟ ଦେଖନ୍ତୁ।
ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଏହା କୌଣସି ଆଶ୍ଚର୍ଯ୍ଯ ନୁହେଁ । ଅସଲରେ ଏହି ପୁରା ଘଟଣା ଯାଆଁଳା ପିଲା ସହ ଜଡିତ । ମା’ର ଗର୍ଭରେ ଭୃଣ ହେବା ପରେ ଅନେକ ସମସ୍ଯା ଉତ୍ପନ୍ନ ହେବାର ସମ୍ଭାବନା ଥାଏ । ଯାହା ଫଳରେ ଗର୍ଭରେ ଯାଆଁଳା ଶିଶୁ ସମ୍ପୂର୍ଣ୍ଣ ଭାବରେ ବିକଶିତ ହୋଇପାରିନଥାନ୍ତି ।
ଆଉ ମେଡିକାଲ୍ ବିଜ୍ଞାନ କହେ ଏଭଳି ମାମଲାରେ, ଭୃଣ ଯେତିକି ଭାଗ ଯୋଡି ହୋଇଥାଏ ସେତିକି ଭାଗ ବିକଶିତ ନହୋଇ ଅନ୍ଯ ଅଂଶ ବିକଶିତ ହୋଇଥାଏ । ଏବଂ ବିକଶିତ ହୋଇ ତାହା ଶରୀରର ଅଙ୍ଗ ହୋଇଯାଇଥାଏ । ଅର୍ଥାତ୍ ମା’ର ଗର୍ଭରେ ଯଦି ଭୃଣ ଦୁଇ ଭାଗରେ ସମ୍ପୂର୍ଣ୍ଣ ବିଭାଜିତ ହୋଇଯାଏ ତେବେ ଯାଆଁଳା ଶିଶୁ ଜନ୍ମ ହୋଇଥାନ୍ତି । ଆଉ ଯଦି ଭୃଣ ସମ୍ପୂର୍ଣ୍ଣ ଭାବରେ ଦୁଇ ଭାଗ ନହୋଇ ପିଲା ଜନ୍ମ ହୋଇଥାଏ ସେତେବେଳେ ସେମାନଙ୍କ ଶରୀରର ଅଙ୍ଗ ଯୋଡି ହୋଇଥାଏ । ଅର୍ଥାତ୍ ଗୋଟିଏ ପିଲାର ଏକାଧିକ ବା ଅତିରିକ୍ତ ଅଙ୍ଗ ହୋଇଯାଏ ।
ଏବେ ପ୍ରଶ୍ନ ଏହି ସମସ୍ୟାର ସମାଧାନ କଣ ? ତେବେ ଏହାର ଉତ୍ତରରେ ଆମେ ଆପଣଙ୍କୁ କହିବାକୁ ଚାହିଁବୁ ଯେ ହଁ ଏହାର ଚିକିତ୍ସା ହୋଇପାରିବ।
ଯଦି କୌଣସି ମହିଳାଙ୍କ ଗର୍ଭରେ ଏପରି ପିଲା ଥାଏ ତେବେ ଏହା ବିଷୟରେ ପତ୍ତା ଲଗାଯାଇପାରିବ । ଡାକ୍ତରଙ୍କ ଅନୁସାରେ, ୪/୫ ମାସର ଗର୍ଭଧାରଣ ପରେ ସୋନୋଗ୍ରାଫି କରି ଏହା ପତ୍ତା ଲଗାଯାଇପାରିବ ଯେ ପିଲାର ସ୍ଥିତି କଣ ଅଛି । ଏହା ବ୍ଯତୀତ ଆଉ ଏକ ଉପାୟ ହେଉଛି ଯଦି କୌଣସି ମହିଳାଙ୍କ ଗର୍ଭରେ ଏକାଧିକ ପିଲା ଅଛନ୍ତି ଏବଂ ଜଣେ ଠିକ୍ ଭାବରେ ବିକଶିତ ହେଉଛି କିନ୍ତୁ ଅନ୍ଯ ଜଣକ ଠିକ ଭାବେ ବିକଶିତ ହେଉନାହିଁ ତାହେଲେ ତାକୁ ଇଞ୍ଜେକ୍ଟ କରି ଶେଷ କରିଦିଆଯାଇପାରିବ । ଯାହା ଫଳରେ ଠିକ୍ ଭାବରେ ବିକଶିତ ହେଉଥିବା ପିଲାକୁ ମା’ ଦ୍ବାରା ମିଳୁଥିବା ପୋଷଣ ସମ୍ପୂର୍ଣ୍ଣ ଭାବେ ମିଳିପାରିବ । ଯଦି ଏପରି କରାଯାଇନପାରିବ ତେବେ ମା’ର ପୋଷଣ ପିଲାମାନଙ୍କୁ ବିଭାଜିତ ହୋଇଯିବ ଏବଂ ପିଲା ଠିକ୍ ଭାବରେ ବିକଶିତ ହୋଇପାରିବେନି । ଦର୍ଶକବନ୍ଧୁ ଯଦି ଏପରି ଶିଶୁ ଜନ୍ମ ନେଉଛନ୍ତି ତାହେଲେ ବର୍ତ୍ତମାନ ଏପରି ଶିଶୁମାନଙ୍କର ଅସ୍ତ୍ରପଚାର ହୋଇପାରୁଛି ଏବଂ ସଫଳତାପୂର୍ବକ ଅତିରିକ୍ତ ଅଙ୍ଗକୁ ଅଲଗା କରାଯାଇହେଉଛି।