ଶୀତଦିନେ କମ୍‌ ପାଣି ପିଇଲେ ବି ଅଧିକ ସୁସୁ କାହିଁକି ଲାଗିଥାଏ? ଜାଣନ୍ତୁ ୪ଟି କାରଣ

ସାରା ଦେଶରେ ଏବେ ଶୀତ ଲହରୀ ଜାରି ରହିଛି। ଏହି ଋତୁରେ ଆପଣ ଯେତେ ସାରା ସ୍ୱେଟର, ଜ୍ୟାକେଟ, କମ୍ବଳ ଢାଙ୍କି ହୁଅନ୍ତୁ ନା କହିଁକି, ଥଣ୍ଡା ପାଣି ସଂସ୍ପର୍ଶରେ ଆସିବାଟି ହିଁ ଥୟ। ଯଦିଓ ଏହି ଦିନେ ଆପଣ ଅଳ୍ପ ଅଳ୍ପ ପାଣି ପିଉଥିବେ, କିନ୍ତୁ କିଛି କିଛି ବ୍ୟବଧାନରେ ବାରମ୍ବାର ସୁସୁ ଯିବା ବିରକ୍ତିକର ଲାଗେ। କିନ୍ତୁ କେବେ ଭାବିଛନ୍ତି ଶୀତଦିନେ କମ୍‌ ପାଣି ପିଇଲେ ମଧ୍ୟ ଆମକୁ ବାରମ୍ବାର ଟଏଲେଟ୍‌ ଯିବାକୁ କାହିଁକି ପଡ଼ିଥାଏ? ଆସନ୍ତୁ ଜାଣିବା ଏହାର କେତେକ କାରଣ।

ur1

୧. ଶରୀରର ସାଇକୋଲୋଜିକାଲ୍‌ ରିଆକ୍ସନ

ଅନ୍ୟ ଦିନ ଅପେକ୍ଷା ଶୀତଦିନେ ବାରମ୍ବାର ପରିସ୍ରା ଲାଗିଥାଏ। ଏହା ଆପଣଙ୍କ ଭାବନା ନୁହେଁ, ବରଂ ସତ। ଏହା ପଛରେ ଏକ ବୈଜ୍ଞାନିକ କାରଣ ରହିଛି। ଏହା ଏକପ୍ରକାର ସାଇକୋଲୋଜିକାଲ୍‌ ରିଆକ୍ସନ, ଯାହାକି ଶୀତ ଯୋଗୁ ଆପଣଙ୍କୁ ଅଧିକ ପରିସ୍ରା କରିବାକୁ ମନ ହୋଇଥାଏ।

ur4

୨. ରକ୍ତ ଧମନୀ ଉପରେ ଚାପ ପଡ଼ିଥାଏ

ସାଧାରଣତଃ ଆମ ଶରୀର ୩୬-୩୭ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରାରେ ରହିଥାଏ। କିନ୍ତୁ ଶୀତଦିନେ ଯେତେବେଳେ ପାରଦ ତଳକୁ ଖସିଆସେ, ଆମ ଥରିବାକୁ ଲାଗିଥାଉ। ଫଳରେ ଶରୀରର ରକ୍ତ ଧମନୀଗୁଡ଼ିକ ସଙ୍କୁଚିତ ହେବାରେ ଲାଗିଥାଏ ଏବଂ ଅଙ୍ଗପ୍ରତ୍ୟେଙ୍ଗଗୁଡ଼ିକରେ ରକ୍ତ ପ୍ରବାହ ବଢ଼ିଯାଇଥାଏ। ଏପରି କି, ରକ୍ତଚାପ ମଧ୍ୟ ବଢ଼ିଯାଏ। ଏହାସହ କିଡ୍‌ନୀରେ ବି ରକ୍ତ ପ୍ରବାହ ବଢ଼ିଯାଇଥାଏ।

uri4

୩. କିଡ୍‌ନୀକୁ କରିବାକୁ ପଡ଼ିଥାଏ ଅଧିକ କାମ

ସାଧାରଣ ଦିନରେ କିଡ୍‌ନୀକୁ ଯେତିକି କାମ କରିବାକୁ ପଡ଼ିଥାଏ, ଶୀତଦିନେ ତା’ଠୁ ଅଧିକ କାମ କରିବାକୁ ପଡ଼େ। ଆଉ ଏହି କାରଣରୁ ପରିସ୍ରା କରିବାର ମାତ୍ରା ବଢ଼ିଯାଇଥାଏ ଏବଂ ଆମକୁ ବାରମ୍ବାର ସୁସୁ ଲାଗେ। ତେବେ ବାରମ୍ବାର ୟୁରିନେଶନ ମାଧ୍ୟମରେ ଆପଣଙ୍କ ଶରୀର, ଭିତରର ଗରମକୁ ମଧ୍ୟ ସ୍ଥିର ରଖିବାକୁ ପ୍ରୟାସ କରିଥାଏ।

ki1

୪. ହାଇପୋଥର୍ମିୟାର ସଙ୍କେତ ହୋଇପାରେ

ଡାକ୍ତରଙ୍କ କହିବା ହେଲା, ଏଥିରେ କୌଣସି ପ୍ରକାର ଚିନ୍ତା କରିବାର କାରଣ ନାହିଁ। ଆପଣଙ୍କୁ ଶୀତ ଏବଂ ଥଣ୍ଡାରୁ ବର୍ତ୍ତିବା ପାଇଁ ଏହା ଆପଣଙ୍କ ଶରୀରର ନିଆରା ତରିକା। ତେବେ ଶୀତଦିନେ ଆବଶ୍ୟକତାଠୁ ଅଧିକ ପରିସ୍ରା ଲାଗିବା ହାଇପୋଥର୍ମିୟାର ସଙ୍କେତ ହୋଇପାରେ। ଯଦି ଆପଣଙ୍କୁ ୟୁରିନେଶନ ସହିତ ଅଧିକ କମ୍ପନ ଏବଂ ଶ୍ୱାସ ନେବାରେ ଅସୁବିଧା ହୋଇଥାଏ,ତା’ହେଲେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.