ଆଇରନ ଅଭାବରୁ କାହିଁକି ଝଡ଼ିଥାଏ କେଶ, ଜାଣନ୍ତୁ ଲକ୍ଷଣ ଓ ଉପଚାର

ଆଜିକାଲି ପ୍ରତି ୧୦ଜଣ ମହିଳାଙ୍କ ଭିତରୁ ୫ଜଣ କେଶ ଝଡ଼ିବା ସମସ୍ୟାକୁ ନେଇ ଚିନ୍ତିତ। ଏହି ସମସ୍ୟାକୁ ରୋକିବା ପାଇଁ ମହିଳାମାନେ ଅନେକ ଉପାୟ ଆପଣାଇ ଥାଆନ୍ତି। ମହଙ୍ଗା ପ୍ରଡକ୍ଟରୁ ଆରମ୍ଭ କରି ପ୍ରାକୃତିକ ଜିନିଷ ଯାଏ, ଏ ସବୁକିଛି ବ୍ୟବହାର କରିବା ସତ୍ତ୍ୱେ କେଶରେ କୌଣସି ଖାସ୍‌ ଫରକ ନଜର ଆସି ନ ଥାଏ। ଅନେକ ବାର ଶରୀରରେ ଆଇରନର ଅଭାବ ହେଲେ କେଶ ଅଧିକ ମାତ୍ରାରେ ଝଡ଼ିବାକୁ ଲାଗିଥାଏ। ଆଜି ଆମେ ଆପଣଙ୍କୁ କହିବୁ କେମିତି ଆଇରନର ଅଭାବରୁ କେଶ ଝଡ଼ିଥାଏ।

ଆଇରନ ଅଭାବରୁ ରକ୍ତରେ ହେମୋଗ୍ଲୋବିନର ମାତ୍ରା କମି ଯାଇଥାଏ, ଯେଉଁ କାରଣରୁ ଶରୀରରେ ଠିକ୍‌ ମାତ୍ରାରେ ଆଇରନ ପହଞ୍ଚିପାରି ନ ଥାଏ। ଫଳରେ କେଶରେ ପୂରା ମାତ୍ରାରେ ଅକ୍ସିଜେନ ପହଞ୍ଚି ନ ଥାଏ ଏବଂ କେଶର ଗ୍ରୋଥ୍‌ ଅଟକି ଯାଇଥାଏ। ଆଇରନର ଅଭାବ ହେଲେ ଚନ୍ଦାପଣ ବି ଆରମ୍ଭ ହୋଇଯାଇଥାଏ। ଯଦି ଆପଣଙ୍କ କେଶ ଅତ୍ୟଧିକ ମାତ୍ରାରେ ଝଡ଼ୁଛି, ତା’ହେଲେ ଡାକ୍ତରଙ୍କ ପାଖକୁ ଯାଆନ୍ତୁ।

ଶରୀରରେ ଆଇରନ ଅଭାବର ସବୁଠାରୁ ବଡ଼ ଲକ୍ଷଣ ହେଉଛି ଥକ୍କାପଣ ଅନୁଭବ ହେବା। ଏଥି ସହିତ ନଖ ମଧ୍ୟ କେଉଁଠାରୁ ଭାଙ୍ଗି ଯାଇଥାଏ। ଆଇରନ ଅଭାବରୁ ମୁଣ୍ଡବିନ୍ଧା ହୋଇଥାଏ ଏବଂ ତ୍ୱଚା ହଳଦିଆ ନଜର ଆସିଥାଏ। ଜିଭ ନାଲି ପଡ଼ିଯିବା ବି ଆଇରନ ଅଭାବର ଲକ୍ଷଣ ହୋଇଥାଏ।

କେଶ ଝଡ଼ିବା ସମସ୍ୟାରୁ ମୁକ୍ତି ପାଇବା ପାଇଁ ହେଲ୍‌ଦି ଡାଏଟ୍‌ ସେବନ କରନ୍ତୁ। କେଶକୁ ମଜଭୁତ ରଖିବା ପାଇଁ ଡାଏଟ୍‌ରେ ସବୁଜ ପତ୍ର ଥିବା ପରିବା ଯେପରି ପାଳଙ୍ଗ ସେବନ କରନ୍ତୁ। ଖାଦ୍ୟରେ ସେୟାବିନ୍‌, ବ୍ରୋକଲି, ଫଳ ସହିତ ଅଣ୍ଡା ମଧ୍ୟ ସେବନ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.