ବିବାହ ପରେ କାହିଁକି ବଢ଼ିଯାଏ ମହିଳାଙ୍କ ଓଜନ? ଜାଣନ୍ତୁ ଏହି ୫ଟି କାରଣ

ଦ ଓବେସିଟି ଜର୍ନଲରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡ଼ିଛି, ବିବାହର ୫ ବର୍ଷ ଭିତରେ ହିଁ ପାଖାପାଖି ୮୨ ପ୍ରତିଶତ କପଲ୍ସଙ୍କର ଓଜନ ୫ରୁ ୧୦ କିଲୋ ବଢ଼ିଯାଇଥାଏ। ଏହି ମାମଲାରେ ମହିଳାମାନେ ସବୁଠାରେ ଆଗରେ ଅଛନ୍ତି। ସେମାନଙ୍କ ଓଜନ ପୁରୁଷଙ୍କ ତୁଳନାରେ ଖୁବ୍‌ଶୀଘ୍ର ବଢ଼ିଥାଏ। ନୂଆ ନୂଆ ବାହାଘର ପରେ ଯେତେବେଳେ ହଠାତ୍‌ ଓଜନ ବଢ଼ିବାରେ ଲାଗିଥାଏ, ଲୋକେ ଚିନ୍ତିତ ହୋଇପଡ଼ନ୍ତି। ଆଉ ମନ ଭିତରେ ଅନେକ ପ୍ରକାର ପ୍ରଶ୍ନ ଆସିଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ବିବାହ ପରେ ଓଜନ ବଢ଼ିବାର ୫ଟି ମୁଖ୍ୟ କାରଣ ବିଷୟରେ କହିବାକୁ ଯାଉଛୁ।

୧. ଖାଦ୍ୟପେୟରେ ପରିବର୍ତ୍ତନ

ବିବାହ ପରେ ଝିଅର ଘର ବଦଳି ଯାଇଥାଏ। ଘର ବଦଳିବା ସହିତ ଅନେକ କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ଆସେ। ଯେପରି ଖାଦ୍ୟପେୟ। ବାପଘର ଏବଂ ଶାଶୁଘର ଖାଦ୍ୟରେ ମସଲା ଓ ପ୍ରସ୍ତୁତ କରିବାର ଶୈଳୀ ଅଲଗା ଅଲଗା ହୋଇଥାଏ, ଯେଉଁ କାରଣରୁ ଆପଣଙ୍କ ପାଚନ କ୍ରିୟା ଉପରେ ଏହାର ପ୍ରଭାବ ପଡ଼ିଥାଏ। ଏହାଛଡ଼ା ବାପଘରେ ଖାଦ୍ୟ ଖାଇବା ପରେ ଏଠିସେଠି ବୁଲିବା କିମ୍ବା ଏପଟ ସେପଟ ହେବା ଆପଣଙ୍କ ଦିନଚଯ୍ୟର୍ାରେ ସାମିଲ ଥିଲା, ଯାହାକି ଶାଶୁଘରେ ଏହି ମଉକା ମିଳେନାହିଁ।

୨. ବାହାରେ ଖାଇବା

ବିବାହ ପରେ ସାଙ୍ଗସାଥୀ, ବନ୍ଧୁବାନ୍ଧବଙ୍କ ସହ ମିଶି ଖାଇବା କିଛି ସପ୍ତାହ ପଯ୍ୟର୍ନ୍ତ ଜାରି ରହିଥାଏ। ଏହାରି ଭିତରେ ହନିମୁନ୍‌ରେ ଆପଣ ସବୁ ପ୍ରକାର ଖାଦ୍ୟର ମଜା ନିଅନ୍ତି, ଯେଉଁଥିରେ ଆପଣ ଆବଶ୍ୟକତାଠାରୁ ଅଧିକ କ୍ୟାଲୋରୀଯୁକ୍ତ ଖାଦ୍ୟ ଖାଇନିଅନ୍ତି।

୩. ଦାୟିତ୍ୱବୋଧତା

ବିବାହ ପରେ ଝିଅମାନେ ନିଜ ପସନ୍ଦର ନୁହେଁ, ବରଂ ସ୍ୱାମୀ ଏବଂ ଶାଶୁଘର ଲୋକଙ୍କ ପସନ୍ଦ ଅନୁସାରେ ଖାଦ୍ୟ ପ୍ରସ୍ତୁତ କରିଥାଆନ୍ତି। ଶାଶୁଘର ଲୋକଙ୍କୁ ଖୁସି କରିବା ଚକ୍କରରେ ଅଧିକ ଘିଅ, ମସଲା ବ୍ୟବହାର କରିଥାଆନ୍ତି। ଏତେ ପରିଶ୍ରମରେ ପ୍ରସ୍ତୁତ କରିଥିବା ଖାଦ୍ୟ ଯେପରି ନଷ୍ଟ ନ ହେବ, ବେଳେବେଳେ ସେମାନେ ଓଭର ଇଟିଙ୍ଗ୍‌ ମଧ୍ୟ କରିଦିଅନ୍ତି। ସମୟ ସହ ବଦଳୁଥିବା ଏଭଳି ଲାଇଫ୍‌ଷ୍ଟାଇଲ୍‌ ସେମାନଙ୍କ ଓଜନ ବଢ଼ିବାରେ ଅନ୍ୟ ଏକ ମୁଖ୍ୟ କାରଣ ହୋଇଥାଏ।

୪. ଅବହେଳା/ଅସାବଧାନତା

ବିବାହ ପୂର୍ବରୁ ଅନେକ ଲୋକ ଷ୍ଟନିଙ୍ଗ୍‌ ଦେଖାଯିବା ପାଇଁ ଖାଦ୍ୟପେୟରେ ଧ୍ୟାନ ରଖିବା ସହ ନିୟମିତ ବ୍ୟାୟାମ କରିଥାଆନ୍ତି। କିନ୍ତୁ ବିବାହ ପରେ ସବୁକିଛି ଓଲଟପାଲଟ ହୋଇଯାଏ। ନ ଚାହିଁ ବି ଲୋକେ ଚିନ୍ତାଗ୍ରସ୍ତ ହୋଇପଡ଼ନ୍ତି ଏବଂ ଅନେକ କାମ ଯୋଗୁ ବ୍ୟାୟାମ ପାଇଁ ସମୟ ମିଳିପାରି ନ ଥାଏ। ଖାଇବା, ପିଇବାର ସମୟ ବଦଳିଯାଏ। କେବେ କେବେ ଏହି ଭବନା ମନ ଭିତରେ ଘର କରିଯାଏ କି ‘ଏବେ ତ ବିବାହ ସରିଯାଇଛି, ଆଉ କ’ଣ ଫରକ୍‌ ପଡ଼ିବ’?

୫. ଷ୍ଟ୍ରେସ୍‌/ଚାପ

ବିବାହ ପରେ ନୂଆ ଘର ବା ପରିବେଶରେ ଖାପ ଖୁଆଇ ଚଳିବା ସାମାନ୍ୟ ମୁସ୍କିଲ ହୋଇଥାଏ। ଏଭଳି ସ୍ଥିତିରେ ଯଦି ଝିଅଟି କର୍ମଜୀବୀ ଥାଏ, ତା’ହେଲେ ବୋଝ ଆହୁରି ବଢ଼ିଯାଏ। ଅଫିସ ସହିତ ଘରେ ବି ନିଜର ବେଷ୍ଟ୍‍ ଦେବା ପ୍ରୟାସରେ ସେ ସବୁବେଳେ ଚିନ୍ତାଗ୍ରସ୍ତ ରହିଥାଏ। ଧୀରେ ଧୀରେ ଷ୍ଟ୍ରେସ୍‌ ଇଟିଙ୍ଗ୍‌ର ଶିକାର ହୋଇଯାଇଥାଏ।

Roshni

Recent Posts

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

2 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

11 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

27 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

36 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

44 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

1 hour ago