ଆଖି କାହିଁକି ଡ଼େଇଁଥାଏ ? ଜାଣନ୍ତୁ କ’ଣ ରହିଛି କାରଣ …
ଆଖି ଡେଇଁବା ବା ଫଡ଼ ଫଡ଼ ହେବାକୁ ନେଇ ଅନେକ ଲୋକ ଶୁଭ ଓ ଅଶୁଭ ସଙ୍କେତ ରହିଥିବା ବିଶ୍ୱାସ କରନ୍ତି । କୁହାଯାଏ, ମହିଳାଙ୍କ ବାମ ଆଖି ଓ ପୁରୁଷର ଡାହାଣ ଆଖି ଡେଇଁବା ଶୁଭ ହୋଇଥାଏ । ତେବେ କାହିଁକି ଆଖି ଡେଇଁଥାଏ ଆସନ୍ତୁ ସେ ବିଷୟରେ ଜାଣିବା…
ଆଖି ଡେଇଁବା ଏକ ସାମାନ୍ୟ କଥା । ଏହା କିଛି ମୁହୂର୍ତ୍ତ ପାଇଁ ହୋଇପାରେ କିମ୍ବା ଗୋଟିଏ କିମ୍ବା ଦୁଇ ଦିନ ପର୍ଯ୍ୟନ୍ତ ରହିଥାଏ । କିନ୍ତୁ ଅଧିକ ସମୟ ପାଇଁ ଆଖି ଡେଇଁବା ଚିନ୍ତାଜନକ ହୋଇପାରେ ।
- ବୈଜ୍ଞାନିକଙ୍କ ମତରେ ଚକ୍ଷୁରେ ଥିବା ମାଂଶପେଶୀ କାରଣରୁ ଆଖି ଡେଇଁଥାଏ । ଚିକିତ୍ସା ଦ୍ୱାରା ଏହା ଭଲ ହୋଇପାରିବ । ତେବେ ପୁରୁଷଙ୍କ ଡାହାଣ ଆଖି ଓ ମହିଳାଙ୍କ ବାମ ଆଖି ଡେଇଁଲେ ଶୁଭ ଖବର ମିଳିଥାଏ ବୋଲି ଲୋକଙ୍କ ମଧ୍ୟରେ ବିଶ୍ୱାସ ରହିଛି ।
- ସେହିପରି ଆଖିର ଶୁଖିଲା ପଣ ଯୋଗୁଁ ଆଖି ଡେଇଁଥାଏ । ଏହା ବ୍ୟତୀତ ଆଖିରେ ଆଲର୍ଜି କିମ୍ବା ପାଣି ଗଡ଼ିବା ଯୋଗୁଁ ମଧ୍ୟ ଏପରି ହୋଇପାରେ ।
- ନିଦ ପୂରା ହୋଇନଥିଲେ ଆଖି ଫଡଫଡ଼ ହୁଏ । ଦୀର୍ଘ ସମୟ ପର୍ଯ୍ୟନ୍ତ ଚାହିଁ ରହି ବହି ପଢ଼ିବା କିମ୍ବା ଫିଲ୍ମ ଦେଖିବା ଯୋଗୁଁ ନିଦ ପୂରା ହୁଏ ନାହିଁ । ଯେଉଁଥିପାଇଁ ଆଖି ଡେଇଁଥାଏ। କମ୍ପ୍ୟୁଟର, ମୋବାଇଲ ଅଧିକ ସମୟ ଯାଏଁ ଚଲାଇଲେ ମଧ୍ୟ ଏଭଳି ସମସ୍ୟା ଦେଖାଦେଇଥାଏ ।
- ଆଖିର ମାଂସପେଶୀରେ ବକ୍ରତା କିମ୍ବା କୌଣସି ସମସ୍ୟା କାରଣରୁ ବି ଆଖି ଡେଇଁଥାଏ । ଏହି ସ୍ଥିତିରେ ଆଖିର ମାଂସପେଶୀ ସଙ୍କୁଚିତ ହୋଇଥାଏ । ଦୃଷ୍ଟିଶକ୍ତି କମିବା ମଧ୍ୟ ଆଖି ଡେଇଁବାର ଏକ କାରଣ ହୋଇଥାଏ ।
- ଥକ୍କାପଣ ଓ ଚିନ୍ତା ଯୋଗୁଁ ମଧ୍ୟ ଆଖି ଡେଇଁଥାଏ । କୌଣସି କଥାକୁ ନେଇ ଚିନ୍ତିତ ଥିଲେ ବାରମ୍ବାର ସେହି କଥାକୁ ଭାବିବା ଦ୍ୱାରା ଷ୍ଟ୍ରେସ ଅଧିକ ବଢ଼ିଥାଏ । ଯେଉଁଥିପାଇଁ ଆଖି ଡେଇଁବା ଆରମ୍ଭ ହୋଇପାରେ ।