ଲାଇଫ୍ ଷ୍ଟାଇଲ୍

ରାତି ସମୟରେ କାହିଁକି ହୋଇଥାଏ ପେଟ ଗ୍ୟାସ ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

ଗ୍ୟାଷ୍ଟ୍ରିଟିସ୍‌ ଏକ ଏମିତି ସମସ୍ୟା, ଯାହା ପାଇଁ ବହୁତ ଲୋକ ଚିନ୍ତାରେ ରହୁଛନ୍ତି। ଭାରତରେ ଏହି ସମସ୍ୟା ବହୁତ ଲୋକଙ୍କର ଅଛି। ଆପଣ ପ୍ରାୟତଃ ଅନୁଭବ କରିଥିବେ ଯେ ରାତିରେ ଯେତେବେଳେ ଆମେ ଶୋଇବାକୁ ଯାଆନ୍ତି, ସେତେବେଳେ ପେଟ ଫୁଲିବା କିମ୍ବା ପେଟ ଗ୍ୟାସ ସମସ୍ୟା ଆରମ୍ଭ ହୋଇଯାଏ। ଏମିତିରେ ସାରା ରାତି ଖାଲି କଡ ଲେଉଟିବାକୁ ପଡିଥାଏ କିନ୍ତୁ ଭଲ ନିଦ ହୋଇନଥାଏ। ଅନେକ ଲୋକଙ୍କ ପେଟରେ ତ ଜଳିବା ଭଳି ଲାଗିଥାଏ। କିନ୍ତୁ କଣ ଆପଣ କେବେ ଭାବିଛନ୍ତି ରାତି ସମୟରେ ପେଟରେ ଗ୍ୟାସ କେଉଁ କାରଣ ପାଇଁ ହୋଇଥାଏ।

ଜାଣନ୍ତୁ ରାତି ସମୟରେ ପେଟ ଗ୍ୟାସ୍‌ ହେବାର କାରଣ

କିଛି ଲୋକଙ୍କୁ ରାତିରେ ଅଧିକ କିମ୍ବା ହେବି ଖାଇବାର ଅଭ୍ୟାସ ଥାଏ। ଏମିତିରେ ପେଟରେ ଅଧିକ ଗ୍ୟାସ୍‌ ସୃଷ୍ଟି ହେବାକୁ ଲାଗିଥାଏ। ସାଧାରଣତଃ ରାତି ସମୟରେ ପାର୍ଟିଜ, ଦାଓ୍ଵତ କିମ୍ବା ବାହାରୁ ଡିନର କରିବାକୁ ଲୋକ ଯାଇଥାନ୍ତି। ଏମିତିରେ ଏହି ସମସ୍ୟା ଆହୁରି ଅଧିକ ବଢ଼ିଯାଇଥାଏ। ଦାଓ୍ଵତରେ ଅଏଲୀ ଫୁଡ୍‌ ଖାଇବାର ଚଳଣ ବହୁତ ଅଧିକ ରହିଥାଏ, ଯାହା ପେଟ ପାଇଁ ଜମା ବି ଭଲ ହୋଇନଥାଏ।

ଫୁଡକୁ ଡାଇଜେଷ୍ଟ କରିବାରେ ଆମର ଅନ୍ତନଳୀରେ ଥିବା ବ୍ୟାକ୍ଟେରିଆଜକୁ ପ୍ରାୟ ୬ ଘଣ୍ଟା ଲାଗିଥାଏ। ଏମିତିରେ ଯଦି ଆପଣ ଡିନର ପୂର୍ବରୁ ସନ୍ଧ୍ୟାର ସ୍ନାକ୍ସରେ ଅଧିକ ତେଲ ଯୁକ୍ତ ଖାଦ୍ୟ ଖାଇଦେଇଛନ୍ତି ତାହେଲେ ଡିନର ପରେ ପେଟରେ ସମସ୍ୟା ହେବା ଆାରମ୍ଭ ହୋଇଯାଇଥାଏ। ବ୍ଲୋଟିଙ୍ଗ୍‌ ସମସ୍ୟା ଏହି କାରଣରୁ ହୋଇଥାଏ।

ଗ୍ୟାଷ୍ଟ୍ରିକ ସମସ୍ୟା ଠାରୁ କେମିତି ରକ୍ଷା ପାଇବେ ଜାଣନ୍ତୁ

ରାତିରେ ଖାଦ୍ୟ ଖାଇବା ପରେ ଅତି କମରେ ୧୫ ରୁ ୨୦ ମିନିଟ୍‌ ନିଶ୍ଚୟ ଚାଲିବା ଉଚିତ। ଏହାଦ୍ୱାରା ଭୋଜନ ସହଜ ଉପାୟରେ ହଜମ ହେବାରେ ସାହାଯ୍ୟ ମିଳିଥାଏ।
କିଛି ଲୋକଙ୍କୁ ଖାଦ୍ୟ ଖାଇବାର ତୁରନ୍ତ ପରେ ବିଛଣାରେ ପଡିଯିବାର ଅଭ୍ରାସ ରହିଛି, ଏମିତିରେ ପାଚନ କ୍ରିୟାରେ ସମସ୍ୟା ଆସିଥାଏ ଏବଂ ପେଟରେ ଗ୍ୟାସ୍‌ ହେବାକୁ ଲାଗିଥାଏ।

ଯଦି ଆପଣ ଦିନସାରା ଭିତରେ ୮ରୁ ୧୦ ଗ୍ଲାସ୍‌ ପାଣି ପିଉନାହାଁନ୍ତି ତାହେଲେ ଡାଇଜେସନରେ ସମସ୍ୟା ସୃଷ୍ଟି ହୋଇଥାଏ। ଯାହା ଗ୍ୟାସ୍‌ ସମସ୍ୟା ହେବାର ମୂଖ୍ୟତଃ ଦାୟୀ।

ଯେଉଁ ଲୋକ ଦୁଇଟି ମିଲ ଭିତରେ ଅଧିକ ଗ୍ୟାପ୍‌ ରଖନ୍ତିନାହିଁ, ସେମାନଙ୍କର ବି ଏହି ସମସ୍ୟା ହୋଇଥା ଏଥିପାଇଁ ଦ୍ୱିପହର ଏବଂ ରାତି ଖାଦ୍ୟର ଟାଇମିଙ୍ଗ୍‌ ଫିକ୍ସ କରିନିଅନ୍ତୁ।

ରାତି ସମୟରେ କେବେବି ହେଭି କିମ୍ବା ତେଲିଆଯୁକ୍ତ ଖାଦ୍ୟ ଖାଆନ୍ତୁନାହିଁ। କାହିଁକିନା ଏହା ଗ୍ୟାସକୁ ବଢ଼ାଇଥାଏ। ଏଥିପାଇଁ ଭଲ ଏହା ହେବ ଯେ ଆପଣ ହାଲକା ଏବଂ ଅଏଲ ଫ୍ରି ଡାଇଟ୍‌ ଖାଆନ୍ତୁ।

Pritiparna

Recent Posts

ବୁର୍ଜ ଖଲିଫାରେ ଝଲସିଲା ଆଇପିଏଲ ୨୦୨୪ ଟ୍ରଫି, କେକେଆର ଏବଂ ଶାହରୁଖଙ୍କ ମିଳିଲା ଶୁଭେଚ୍ଛା

ଦୁନିଆର ସବୁଠାରୁ ଉଚ୍ଚ ବିଲିଡିଂ ତଥା ଦୁବାଇରେ ଥିବା ବୁର୍ଜ ଖଲିଫାରେ ଝଲସିଲା ଆଇପିଏଲ ୨୦୨୪ ଟ୍ରଫି । ବୁର୍ଜ…

15 mins ago

ଲଞ୍ଚ ହେବ Motorola Moto G85, ୟୁଜରଙ୍କୁ ପସନ୍ଦ ଆସିବ କର୍ଭଡ୍‌ ସ୍କ୍ରିନ୍‌ ସରଫେସ୍‌

Motorola Moto G85 ଖୁବ୍ ଶୀଘ୍ର ଭାରତରେ ଲଞ୍ଚ ହେବାକୁ ଯାଉଛି ଏବଂ ସ୍ମାର୍ଟଫୋନର ରେଣ୍ଡରଗୁଡିକ ସାମ୍ନାକୁ ଆସିଛି ।…

17 mins ago

ଭୁବନେଶ୍ବରରୁ ସିଧା ମାଲେସିଆ, ସପ୍ତାହରେ ଚାରି ଦିନ ଉଡ଼ିବ ବିମାନ

ଭୁବନେଶ୍ବର (କେନ୍ୟୁଜ): ଭୁବନେଶ୍ବରରୁ ସିଧାସଳଖ କୁଆଲାଲମ୍ପୁରକୁ ଉଡ଼ିଲା ବିମାନ। ଗତକାଲି ରାତିରୁ ବିମାନ ସେବା ଆରମ୍ଭ ହୋଇଛି । ଏୟାର…

18 mins ago

ମହାକାଳପଡ଼ା: ଗାତରେ ଫସିଗଲା ବଉଳା କୁମ୍ଭୀର

ମହାକାଳପଡ଼ା (କେନ୍ୟୁଜ): ଗାତରେ ଫସିଗଲା ବଉଳା କୁମ୍ଭୀର ।  ନିର୍ମାଣାଧୀନ ସେତୁର ଗର୍ତ୍ତରେ ଫସି ଯାଇଛି କୁମ୍ଭୀର ।  କେନ୍ଦ୍ରାପଡା…

32 mins ago

ଜୁନରୁ ଆରମ୍ଭ ଯୁକ୍ତ ତିନି ନାମଲେଖା ପ୍ରକିୟା, ଜାଣନ୍ତୁ କିପରି କରିବେ ଆବେଦନ

ଭୁବନେଶ୍ୱର (କେନ୍ୟୁଜ): ଯୁକ୍ତ ତିନି ନାମ ଲେଖା ପାଇଁ ଜୁନ୍ ପ୍ରଥମ ସପ୍ତାହରୁ କରିପାରିବେ ଆବେଦନ । ଅନଲାଇନ୍ ଜରିଆରେ…

40 mins ago

ପତ୍ନୀ ହୋଇ ରହିଲେ ମାସକୁ ୫ ହଜାର ଟଙ୍କା ଦେବି, ବୋହୂକୁ ଏମିତି ଅଫର ଦେଲା ଶଶୁର

ପତ୍ନୀ ହୋଇ ରହିଲେ ମାସକୁ ୫ ହଜାର ଟଙ୍କା ଦେବି । ଶଶୁରଙ୍କ ଏଭଳି କଥାରେ ଥାନାରେ ପହଞ୍ଚିଛି ବୋହୂ…

1 hour ago