ମହିଳାମାନେ କାହିଁକି ହୋଇଥାନ୍ତି ଥାଇରଏଡ୍‌ କ୍ୟାନସରର ଶିକାର, ଜାଣନ୍ତୁ ରକ୍ଷା ପାଇବାର ସଠିକ୍‌ ଉପାୟ

ଆଜିଠାରୁ କିଛି ଦିନ ପୂର୍ବରୁ କ୍ୟାନସର ଭଳି ରୋଗ କେବଳ ବିଦେଶରେ ଦେଖିବାକୁ ମିଳୁଥିଲା କିନ୍ତୁ ଭାରତରେ ଯେବେ ଯେବେ ବିଦେଶୀ ଖାଦ୍ୟର ପରିମାଣରେ ଅଧିକ ହେବାକୁ ଲାଗିଲା ସେବେ ସେବେ ଭାରତରେ ମଧ୍ୟ ଏହି ରୋଗ ଆରମ୍ଭ ହେବାକୁ ଲାଗିଲା। ବିଦେଶୀ ଖାଦ୍ୟରେ ତ ସେଭଳି କିଛି ଖରାପ ନାହିଁ। କିନ୍ତୁ ଯଦି ଆବଶ୍ୟକତା ଠାରୁ ଅଧିକ ମଇଦା, ଚିଜ୍‌ ଏବଂ ମାଇକ୍ରୋେଓ୍ଵବ ଖାଦ୍ୟ ଖାଇବା ଦ୍ୱାରା ଅନେକ ପ୍ରକାର କ୍ୟାନସର ରୋଗର ଶିକାର ହୋଇପାରନ୍ତି। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଥାଇରଏଡ୍‌ କ୍ୟାନସର ବିଷୟରେ। ତେବେ ଜାଣନ୍ତୁ କିପରି ହୋଇଥାଏ ଥାଇରଏଡ୍‌ କ୍ୟାନସର।

aa-1ବାସ୍ତବରେ ଥାଇରଏଡ୍‌ ଗ୍ରନ୍ଥି ପ୍ରତ୍ୟେକ ବ୍ୟକ୍ତିକ ଶରୀରର ମୁଖ୍ୟ ଅଂଶ। ଏହାର କାମ ଶରୀରରେ ହରମୋନ ନିୟନ୍ତ୍ରିତ କରି ରଖିବା। ଏଥିସହ ଏହି ଗ୍ରନ୍ଥି ଶରୀରରେ ମେଟାବଲିଜମ୍‌ ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ସଠିକ୍‌ ଭାବେ ହାର୍ଟ କାମ କରିବା, ମସଲ କେଣ୍ଟ୍ରାଲ, ମସ୍ତିଷ୍କର ସଠିକ୍‌ ବିକାଶ ଏବଂ ପାଚନ ପ୍ରଣାଳୀ ସମସ୍ତ କାର୍ଯ୍ୟର ଅନ୍ତର୍ଗତ ଆସିଥାଏ ଏହି ଥାଇରଏଡ୍‌ ଗ୍ରନ୍ଥି। ଯଦି ଆମର ଭୁଲ ଲାଇଫ୍‌ ଷ୍ଟାଇଲ୍‌ କାରଣରୁ ଗଳାରେ ଯଦି କିଛି ଗଣ୍ଠି ହୋବକୁ ଲାଗେ ଏବଂ ଏହାକୁ ସଠିକ୍‌ ସମୟରେ ଚିକିତ୍ସା କରାାନଯାଏ ତେବେ ଏଭଳି ସମସ୍ୟା ଆଗକୁ ଥାଇରଏଡ୍‌ କ୍ୟାସନରର ରୂପ ନେଇଥାଏ।

HYPOTHYROIDISMଜାଣନ୍ତୁ ଥାଇରଏଡ୍‌ ଗ୍ରନ୍ଥିରେ କ୍ୟାନସର ହେବାର ଲକ୍ଷଣ:

-ଦୁର୍ବଳ ଅନୁଭବ ହେବ

-ହଠାତ୍‌ ଓଜନ କମିବାକୁ ଲାଗିବା

-ଭୋକ କମ ହେବା

-ମାଂସପେଶୀରେ ଯନ୍ତ୍ରଣା ଅନୁଭବ ହେବା

neckଚିକିତ୍ସା:

ଯଦି ଏହି ସମସ୍ୟା ବହୁତ ଅଧିକ ବଢିଯାଏ ତେବେ ଆପଣ ଏହାର ଚିକିତ୍ସା ଏଲୋପାଥି ମେଡିସିନ୍‌ ଦ୍ୱାରା ହିଁ କରନ୍ତୁ। କିନ୍ତୁ ଯଦି ଆପଣ ଏହି ସମସ୍ୟା ବିଷୟରେ ପୂର୍ବରୁ ଜାଣିପାରନ୍ତି ତେବେ ହୋମିଓପାଥି କିମ୍ବା ଆୟୁର୍ବେଦୀ ଔଷଧ ଜରିଆରେ ଏହି ରୋଗକୁ ଭଲ କରିପାରିବେ। ସେହିଭଳି ଯଦି ଆପଣଙ୍କର ସାଧାରଣ ଥାଇରଏଡ୍‌ ସମସ୍ୟା ରହିଥାଏ ତେବେ ଆପଣ ରୁଟିନ୍‌ ଅନୁଯାୟୀ ଚେକ୍‌ଅପ୍‌ କରାନ୍ତୁ।

womansଏହି ସମସ୍ୟାରୁ ରକ୍ଷା ପାଇବାର ଉପାୟ:

-ଆପଣାମନେ ତ ବର୍ତ୍ତମାନ ଜାଣିସାରିଥିବେ ଏହି ସମସ୍ୟା ଅଧିକାଂଶ ମହିଳାମାନଙ୍କ ଠାରେ ଦେଖିବାକୁମିଳିଥାଏ। ଏହି କାରଣରୁ ଆପଣ ୪୦ ବର୍ଷ ବୟସ ପରେ ସଠିକ୍‌ ଭାବେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

-ଗର୍ଭବତୀ ସମୟରେ ଅଧିକ ଔଷଧ ୌସବନ କରନ୍ତୁ ନାହିଁ। ଏହାଦ୍ୱାରା ପିଲା ସହ ଆପଣଙ୍କୁ ମଧ୍ୟ ସମସ୍ୟାର ସାମ୍ନା କରିବାକୁ ପଡିପାରେ।

-ପ୍ରତ୍ୟେକ ଦିନ ୧ଘଣ୍ଟା ବ୍ୟାୟାମ କରନ୍ତୁ।

-ପ୍ରତ୍ୟେକ ଦିନ କ୍ଷୀର ପିଅନ୍ତୁ।

-ସବୁଠାରୁ ଜରୁରୀ କଥା ହେଉଛି ଚିନ୍ତା କମ କରନ୍ତୁ।