ଇମିଟେସନ ଇୟରିଙ୍ଗ ପିନ୍ଧିଲେ କାହିଁକି କୁଣ୍ଡେଇ ହୁଏ କାନ, ଜାଣନ୍ତୁ ଏହା ପଛର ପ୍ରକୃତ କାରଣ

ପ୍ରାୟ ପ୍ରତିଟି ଝିଅଙ୍କର କାନ ପିଲା ବେଳେ ହିଁ କଣା କରାଯାଇଥାଏ । ଏହା ପରେ ବାପା ମା’ ମାନେ ସେମାନଙ୍କୁ ଛୋଟ ଛୋଟ ଫାସିଆ ପିନ୍ଧେଇଥାନ୍ତି । ଆଉ ଧୀରେ ଧୀରେ ବଡ ହେବା ପରେ ସେମାନଙ୍କୁ ଧୀରେ ଧୀରେ ଛୋଟରୁ ବଡ କାନଫୁଲ ପିନ୍ଧେଇବା ଆରମ୍ଭ କରାଯାଇଥାଏ । ଆଉ ବଡ ହେବା ପରେ ସ୍କୁଲ ଓ କଲେଜ କ୍ୟାରିୟରରେ ଝିଅ ମାନେ ବିଭିନ୍ନ ପ୍ରକାରରର ଷ୍ଟାଇଲିସ ଗହଣା ଆଦି ପିନ୍ଧିବା ଆରମ୍ଭ କରିଦିଅନ୍ତି । ଆଉ ସବୁଥିରେ ତ ଚଳିବ । ସେମିତି କିଛି ଅସୁବିଧା ହୁଏନି । କିନ୍ତୁ କାନରେ ଇମିଟେସନର କାନଫୁଲ ପିନ୍ଧିବା ଫଳରେ କାନ ବିନ୍ଧା ହେବା ସହ ପୂଜ ଜମିବା ସହିତ ରକ୍ତ ବି ବାହାରିଥାଏ । କିଛି ଜଣଙ୍କର ତ ସୁନା-ରୁପା କାନଫୁଲ ପିନ୍ଧିଲେ ବି ଇନଫେକ୍ସନ ହୋଇଥାଏ । ଯଦିବା ଏଗୁଡିକ ସୁନ୍ଦର ସୁନ୍ଦର ଡିଜାଇନର ମିଳିଥାଏ । କିନ୍ତୁ ଆମ ତ୍ୱଚାକୁ ସେତେଟା ସୁହାଇନଥାଏ । ଅବଶ୍ୟ ପ୍ରାୟ ପ୍ରତିଟି ଝିଅଙ୍କୁ ଜଣାଥିବଯେ ଏହି ଇୟରରିଙ୍ଗ ଅନେକ ଥର କଣ କରେ ନା ଇୟର ଲୋବରେ କୁଣ୍ଡେଇ ହୋଇଥାଏ । ଏମିତିକି ବେଳେ ବେଳେ ସେହି ସ୍ଥାନରୁ ରକ୍ତ ବି ବାହାରିଆସେ ।

ଆଉ ରକ୍ତ ବାହାରିବା ପରେ ପୂଜ ପରି କିଛି ହଳଦିଆ ଧରଣର ପଦାର୍ଥ ବି ବାହାରିଥାଏ । ତେବେ ଜାଣି ରଖିବେ କି ଆପଣଙ୍କ କାନରେ ଇନଫେକ୍ସନ ହୋଇଛି । ଯଦି ଆପଣଙ୍କର ବି କୁଣ୍ଡେଇବା ଅସୁବିଧା ହେଉଥାଏ ତେବେ ଜାଣିରଖନ୍ତୁକି ଆପଣ ପିନ୍ଧୁଥିବା ଗହଣରେ କିଛି ଏମିତି ମେଟେରିଆଲ ଅଛି ଯାହାଦ୍ୱାରା କୁଣ୍ଡେଇବା ଅସୁବିଧା ହୋଇଥାଏ । ଆଉ ଅଧିକ ସମୟ ପର୍ଯ୍ୟନ୍ତ କୁଣ୍ଡେଇ ହୋଇ ଲାଲ ଲାଲ ଫଳିଯାଏ । ଯଦି କେବେ ଏମିତି ପରିସ୍ଥିତି ଉପୁଜେ ତେବେ କଣ କରିବେ ଜାଣିରଖନ୍ତୁ ।

imitation earing
image credit: iDiva

– ଯଦି ଆପଣଙ୍କର ବି ଇମିଟେସନ ଇୟରିଙ୍ଗ ପିନ୍ଧିବା ଦ୍ୱାରା କୁଣ୍ଡେଇବା ସମସ୍ୟା ଦେଖାଦିଏ ତେବେ ଭଲ ହେବ କି ଏଗୁଡିକ ପିନ୍ଧିବା ବନ୍ଦ କରିଦିଅନ୍ତୁ ।

– ଯଦି ଚାହିଁବେ ତାହେଲେ ନିଜ କାନଫୁଲର ପଛ ପାଖରେ ଟ୍ରାନ୍ସପରେଣ୍ଟ ନେଲପଲିସ ଲଗାଇ ପାରିବେ । ଏହା ଏକ ଲେୟର ବନେଇଦେବ ଯେମିତିକି ମେଟାଲ ସିଧାସଳଖ ଆପଣଙ୍କ ସ୍କିନରେ ଲାଗିବ ନାହିଁ ।

– ଯଦି ଆପଣଙ୍କ ପାଖରେ ଏମିତି କିଛି କାନଫୁଲ ଅଛି ଯେଉଁଥିରେ ଗୋଲଡେନ ଟୋନ ଦିଆଯାଇଛି ତେବେ ଚାହିଁଲେ ଆପଣ ସେଥିରେ ସୁନା ପାଣି ଦେଇପାରିବେ । ଆଉ ଏଥିପାଇଁ ଆପଣଙ୍କୁ ସୁନାରୀ ପାଖକୁ ଯିବାକୁ ପଡିବ ।

– ଯଦି ଆପଣଙ୍କର କାନର ପଛ ପାଖରେ କୁଣ୍ଡେଇ ହେଉଥାଏ ତେବେ ଡାକ୍ତର ଟେପ କିମ୍ବା ଇୟରଲୋବ ବ୍ୟାଣ୍ଡେଜ ବ୍ୟବହାର କରିପାରିବେ । ଏହାକୁ କେବଳ କଣା ସ୍ଥାନରେ ଲଗାନ୍ତୁ ଆଉ ଏହା ପରେ ଇୟରରିଂଗ ପିନ୍ଧେଇ ଦିଅନ୍ତୁ । ଏହା ଟପ୍ସର ପେଞ୍ଚ ଓ ତ୍ୱଚାର ମଝି ଭାଗରେ ଏକ ଲେୟର ବନେଇ ଦେବ । ଆପଣଙ୍କୁ କିଛିଟା ତ୍ରାହି ମିଳିବ ।

– ତେଣୁ ଭଲ ହେବକି ଆପଣ ସୁନା କିମ୍ବା ରୁପାର ହିଁ ଗହଣା କିଣନ୍ତୁ । ଆଉ ଯଦି ଏଗୁଡିକ ଆପଣଙ୍କ ବଜେଟରେ ଆସୁନାହିଁ ତାହେଲେ ଗୋଲଡ କିମ୍ବା ସିଲଭର ପ୍ଲେଟେଡ଼ ଗହଣା ପିନ୍ଧନ୍ତୁ ।

– ଯଦି କୌଣସି ଗହଣା ଆପଣଙ୍କ ତ୍ୱଚାକୁ ସୁଟ କରୁନି ତେବେ ଆପଣ ଏଗୁଡିକ ନପିନ୍ଧିଲେ ଭଲ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.