ନବଜାତକଙ୍କ ଦେହରୁ ବାହାରେନି ଝାଳ ଓ ଲୁହ, କେବେ ଲକ୍ଷ୍ୟ କରିଛନ୍ତି କି?

ପିଲାଟିଏ ଜନ୍ମ ହେବା ବେଳେ କାନ୍ଦିଥାଏ ବୋଲି ପ୍ରାୟ ସମସ୍ତେ ଜାଣିଛନ୍ତି। କିନ୍ତୁ ନବଜାତକ କାନ୍ଦିବା ବେଳେ ତା’ ଆଖିରୁ ଲୁହ ଝରେନି ବୋଲି ଖୁବ୍‌ କମ୍‌ ଲୋକ ବୋଧେ ଜାଣିଥିବେ। ଅଜବ ଲାଗୁଥିଲେ ମଧ୍ୟ କଥାଟି ସତ। ଛୁଆ ଜନ୍ମବେଳେ କାନ୍ଦିବା ସମୟରେ ତା’ ଆଖିରୁ ଲୁହ ଝରିନଥାଏ।

ଆଖିକୁ ସୁରକ୍ଷା ଯୋଗାଇବାକୁ ତଥା ଓଦା ରଖିବାକୁ ଲୁହର ଆବଶ୍ୟକତା ରହିଛି। ଆମେ ଦୁଃଖ, ରାଗ କିମ୍ବା ଅତ୍ୟଧିକ ଖୁସି ହୋଇଗଲେ ଆପେ ଆଖିରୁ ଲୁହ ଝରିପଡ଼େ। ତେବେ କାର୍ଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ଋଷି ଟିମ୍ବରଲାଇନ୍‌ ଅରକାର୍ଲିଫର୍ଣ୍ଣିଆର ଜଣେ ଶିଶୁ ବିଶେଷଜ୍ଞ ଡେବିସ୍‌ଙ୍କ କହିବାନୁସାରେ, ଲୁହ ମାନସିକ ଚାପକୁ କମ୍‌ କରିବାରେ ସାହାଯ୍ୟ କରିଥାଏ। ଏହା ଭାବନାତ୍ମକ, ମାନସିକ ଉତ୍‌ପ୍ରେରଣ ହରମୋନ୍‌ କ୍ଷରଣ ହେବାରେ ସାହାଯ୍ୟ କରେ।

ନବଜାତ ଶିଶୁଙ୍କ ଲୁହ ନଳୀ ପୂର୍ଣ୍ଣ ବିକଶିତ ହୋଇନଥାଏ। ଏଣୁ ସେମାନେ କାନ୍ଦିବା ବେଳେ ଲୁହ ତାଙ୍କ ଆଖିରେ ହିଁ ରହିଯାଇଥାଏ। ତାହା ବାହାରକୁ ଆସିପାରେନାହିଁ। ଜନ୍ମର ୩-୪ ସପ୍ତାହ ପରେ ଲୁହ ନଳୀ ସମ୍ପୂର୍ଣ୍ଣ ବିକଶିତ ହୋଇ ଲୁହ ତିଆରି କରିବା ପାଇଁ ପରିପକ୍ୱ ହୋଇଯାଇଥାଏ।

ଏହାସହ ପଢ଼ନ୍ତୁ: ମାତ୍ର ୧୦ ମିନିଟ୍‌ରେ ଘରେ ବନାନ୍ତୁ ସ୍ୱାଦିଷ୍ଟ ଓ ପୌଷ୍ଟିକ ଟମାଟୋ ପଲଉ

କେବଳ ଲୁହ ନୁହେଁ ନବଜାତକଙ୍କ ଦେହରୁ ଝାଳ ମଧ୍ୟ ନିର୍ଗତ ହୋଇନଥାଏ। ଜନ୍ମ ବେଳେ ସେମାନଙ୍କ ତ୍ୱଚା ଶୁଷ୍କ ରହିଥାଏ। ଶରୀରର ଝାଳ ଗ୍ରନ୍ଥୀଗୁଡ଼ିକ କାର୍ଯ୍ୟକ୍ଷମ ହୋଇନଥିବାରୁ ଛୋଟ ପିଲାଙ୍କ ଝାଳ ମଧ୍ୟ ବାହାରିନଥାଏ। ଜନ୍ମର ୪-୫ ମାସ ପରେ ଶରୀର ପରିପକ୍ୱ ହେବା ପରେ ହିଁ ନବଜାତକଙ୍କ ଝାଳ ନିର୍ଗତ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.