ପିଲାଙ୍କ ଠାରେ କାହିଁକି ଦେଖାଦେଉଛି ମେଦବହୁଳତା, ଜାଣନ୍ତୁ ଏହାର ପ୍ରମୁଖ କାରଣ…

ଭାରତୀୟ ପିଲାଙ୍କଠାରେ ମୋଟାପଣ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଦିଲ୍ଲୀ ଓ ତେଲେଙ୍ଗାନାର ଛୁଆମାନେ ଅଧିକ ପରିମାଣରେ ଏହି ସମସ୍ୟା ଦେଇ ଗତି କରୁଛନ୍ତି। ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚର ତଥ୍ୟ ଅନୁସାରେ ଦିଲ୍ଲୀର ପ୍ରତି ଚାରିଜଣକରେ ଜଣେ ଶିଶୁ ମୋଟାପଣର ଶିକାର ହେଉଛନ୍ତି। ଉତ୍ତମ ଦିନଚର୍ଯ୍ୟା ଅଭାବରୁ ପିଲାଙ୍କଠାରେ ଖୁବ୍‌ କମ୍‌ ବୟସରୁ ମେଦବହୁଳତା ଦେଖିବାକୁ ମିଳୁଛି। ତେବେ ଆସନ୍ତୁ ଜାଣିବା ପିଲାମାନେ ମେଦବହୁଳତାର ଶିକାର ହେବା କାରଣ ସମ୍ପର୍କରେ:

ଏହାସହ ପଢ଼ନ୍ତୁ:  ମହଙ୍ଗା ପଡ଼ିଲା ହୋଟେଲ୍‌ କିଚେନ୍‌ରେ ଟିକ୍‌ଟକ୍‌ ଭିଡିଓ କରିବା, ଚାକିରିରୁ ବିଦା ହେଲେ ମହିଳା

୧.ବ୍ୟାୟାମର ଅଭାବ:

ଆଜିକାଲି ପାଠପଢ଼ା ଓ ଅନ୍ୟ ଆକ୍ଟିଭିଟି ଯୋଗୁ ପିଲାମାନେ ଠିକ୍‌ ସମୟରେ ଠିକ୍‌ଭାବେ ଖାଦ୍ୟ ଗ୍ରହଣ କରିପାରୁନାହାନ୍ତି। ମାନସିକ ଅବସାଦ କାରଣରୁ ସେମାନେ ଆବଶ୍ୟକତାଠାରୁ ଅଧିକ ଖାଇଦେଉଛନ୍ତି। ଏଥିସହ ଯୋଗ, ପ୍ରାଣାୟାମ ଓ ବ୍ୟାୟାମ ଅଭାବରୁ ଖାଦ୍ୟ ଠିକ୍‌ ଭାବେ ହଜମ ହୋଇପାରୁନାହିଁ। ଫଳରେ ପିଲାମାନେ ମେଦବହୁଳତାର ଶିକାର ହେଉଛନ୍ତି।

୨.ଅଧିକ ଫାଷ୍ଟଫୁଡ୍‌ ସେବନ:

ବର୍ତ୍ତମାନର ଆଧୁନିକ ପିଲାମାନେ ପାରମ୍ପରିକ ଖାଦ୍ୟ ଅପେକ୍ଷା ଫାଷ୍ଟଫୁଡ୍‌ ଖାଇବାକୁ ଅଧିକ ପସନ୍ଦ କରୁଛନ୍ତି। ପିଲାଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ବାପା ମା’ ମଧ୍ୟ ଘରେ ଫାଷ୍ଟଫୁଡ୍‌ ପ୍ରସ୍ତୁତ କରୁଛନ୍ତି। ଜଙ୍କଫୁଡ଼୍‍ରେ ୯୦ ପ୍ରତିଶତ ଫ୍ୟାଟ୍‌ ଅଂଶ ରହିଥାଏ। ଏହାକୁ ପ୍ରତିଦିନ ସେବନ କରିବା ଦ୍ୱାରା ପିଲାଙ୍କଠାରେ ମେଦବହୁଳତା ଦେଖାଦିଏ।

୩.ଖେଳକୁଦ ନ କରିବା:

ଆଜିକାଲିର ପିଲାମାନେ ପଢ଼ାରୁ ଟିକେ ସମୟ ପାଇଲେ ଟିଭି ସାମ୍ନାରେ ବସିପଡ଼ୁଛନ୍ତି। ବାହାରେ ଖେଳକୁଦ ନ କରି କାର୍ଟୁନ୍‌ କିମ୍ବା କମେଡି ଶୋ ଦେଖି ସେମାନେ ନିଜ ମନୋରଞ୍ଜନ କରୁଛନ୍ତି। ଫଳରେ ଶରୀରରେ କ୍ୟାଲୋରୀ ବାଲାନ୍ସ ହୋଇପାରୁନାହିଁ। ଏହା ଦ୍ୱାରା ସେମାନେ ଜଲଦି ମୋଟାପଣର ଶିକାର ହେଉଛନ୍ତି।

WCW 11

Recent Posts

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

3 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

11 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

13 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

21 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

46 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

55 mins ago