ମାଘ ସପ୍ତମୀରେ ଲୁଣ ଖାଇବା ନିଷେଧ, ଜାଣନ୍ତୁ କାହିଁକି

ଆମ ଜୀବନରେ ଲୁଣର ବହୁତ ଆବଶ୍ୟକତା ରହିଛି।  କହିବାକୁ ଗଲେ ଆମ ଜୀବନର ଏକ ମହତ୍ତ୍ବପୂର୍ଣ୍ଣ ହେଉଛି ଲୁଣ। କିନ୍ତୁ ବର୍ଷରେ ଏମିତି ଏକ ଦିନ ଆସିଥାଏ ଯେଉଁଦିନ ଆମକୁ ଲୁଣ ତ୍ୟାଗ କରିବାକୁ ପଡ଼ିଥାଏ। ସେହି ଦିନଟି ହେଉଛି ମାଘ ମାସ ଶୁକ୍ଳପକ୍ଷ ସପ୍ତମୀ ତିଥି। ଜାଣନ୍ତୁ ଏହି ଦିନ ଲୁଣ ଖାଇବା ପାଇଁ କାହିଁକି ମନା । ଏବଂ ଏହି ବ୍ରତର କଣ ରହିଛି ଲାଭ।

ଶାସ୍ତ୍ର ଅନୁସାରେ ,ମାଘ ମାସ ଶୁକ୍ଳପକ୍ଷ ସପ୍ତମୀ ତିଥିରେ ଭଗବାନ ସୂର‌୍ୟ୍ୟ  ନିଜର ପ୍ରକାଶରେ ସମ୍ପୂର୍ଣ୍ନ ଜଗତକୁ ଚମକାଇଥିଲେ। ଏଣୁ ମାଘ ସପ୍ତମୀକୁ ସୂର‌୍ୟ୍ୟଙ୍କ ଜୟନ୍ତୀ ରୂପେ ମଧ୍ୟ ପାଳନ କରାଯାଇଥାଏ। ପୁରାଣରେ ଏହି ସପ୍ତମୀକୁ ଅଚଳା ସପ୍ତମୀ, ଭାନୁ ସପ୍ତମୀ, ଅର୍କ, ରଥ ଏବଂ ପୁତ୍ର ସପ୍ତମୀ ଭାବେ ମଧ୍ୟ ନାମିତ କରାଯାଇଛି। ଏହି ସପ୍ତମୀ ରବିବାର ଦିନ ପଡ଼ିଲେ ଏହାକୁ ଭାନୁ ସପ୍ତମୀ କୁହାଯାଇଥାଏ। ଏହି ସପ୍ତମୀ ବର୍ଷ ମଧ୍ୟରେ ପଡ଼ୁଥିବା ସବୁ ସପ୍ତମୀ ମଧ୍ୟରେ ସର୍ବଶ୍ରେଷ୍ଠ।

ଏହି ଦିନ ଉପବାସ କଲେ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ। ଏହି ତିଥିରେ ପୂର୍ବ ଦିଗକୁ ମୁହଁ କରି ସୂର‌୍ୟ୍ୟ ଉଦୟ ସମୟରେ ସ୍ନାନ କରିବା ସର୍ବତ୍ତମ। ମାଘ ଶୁକ୍ଳ ସପ୍ତମୀରେ ଯଦି ପ୍ରୟାଗର ସଂଗମରେ ସ୍ନାନ କରନ୍ତି ତେବେ ଏହାଦ୍ବାରା ବିଶେଷ ଲାଭ ମିଳିଥାଏ। ଏହି ଦିନ ସ୍ନାନ ଏବଂ ଅର୍ଘ୍ୟଦାନ କରିବା ଦ୍ବାରା ବୟସ, ଆରୋଗ୍ୟ ହେବା ସହ ସମ୍ପତ୍ତି ପ୍ରାପ୍ତି ହୋଇଥାଏ।

ଏହା ସହ ପଢ଼ନ୍ତୁ : ଯେଉଁ ୫ ଗାଁ ପାଇଁ ହୋଇଥିଲା ମହାଭାରତ ଯୁଦ୍ଧ, ଦେଖନ୍ତୁ କେମିତି ଅଛି ସେଗୁଡିକର ଅବସ୍ଥା

ମାଘ ସପ୍ତମୀ ବ୍ରତରେ କଣ ଲାଭ ହୋଇଥାଏ

ମାଘର ପୁରା ମାସକୁ ପୂର୍ଣ୍ନମାସ କୁହାଯାଇଥାଏ। ଏହି ମାସରେ ପଡ଼ିଥିବା ଶୁକ୍ଳପକ୍ଷ ଅମାବାସ୍ୟା, ପୂର୍ଣ୍ନିମା ଏବଂ ସପ୍ତମୀ ତିଥିର ବହୁତ ମହତ୍ତ୍ବ ରହିଛି। ମାଘମାସ ସପ୍ତମୀରେ ଯେଉଁ ବ୍ୟକ୍ତି ସୂର‌୍ୟ୍ୟଙ୍କର ପୂଜା କରିବାପରେ ମିଠା ଭୋଜନ କିମ୍ବା ଫଳ ସେବନ କରିଥାନ୍ତି ସେମାନେ ପୂରା ବର୍ଷ କରୁଥିବା ସୂର‌୍ୟ୍ୟଙ୍କ ପୂଜାର ପୂଣ୍ୟ ତାଙ୍କୁ ଏହି ଗୋଟିଏ ଥରରେ ପ୍ରାପ୍ତ ହୋଇଥାଏ।

 

କାହିଁକି ଲୁଣ ମନା

ଭବିଷ୍ୟ ପୁରାଣରେ ମାଘ ସପ୍ତମୀ ଦିନ ଲୁଣ ଖାଇବା ମନା କରାଯାଇଛି , କୁହାଯାଏ ଯଦି ବିନା ଲୁଣରେ ଏହି ବ୍ରତ କରାଯାଏ ତେବେ ଏହି ବ୍ରତ ବହୁତ ଲାଭକାରୀ ହୋଇଥାଏ। ଏହି ବ୍ରତର ମହତ୍ତ୍ବ ବିଷୟରେ ପୁରାଣରେ କୁହାଯାଇଛି , ଏହି ବ୍ରତରେ ସୌଭାଗ୍ୟ, ରୂପ ଏବଂ ସନ୍ତାନ ସୁଖ ପ୍ରଦାନ ହୋଇଥାଏ।

ନିଶ୍ଚିତ ପଢ଼ନ୍ତୁ: ଆଜି ପବିତ୍ର ମାଘ ସପ୍ତମୀ : ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

ଏହି ଦିନ ପ୍ରଭାତର ସୂର‌୍ୟ୍ୟୋଦୟରେ ପୂର୍ବରେ ଥିବା କିଛି ପବୀତ୍ର ନଦୀରେ କିମ୍ବା ଜଳାଶୟରେ ସ୍ନାନ କରି ଦୀପ ଦାନ କରିବାରେ ଉତ୍ତମ ଫଳ ଲାଭ ହୋଇଥାଏ। ଏହି ଦିନ ଜଳରେ ସ୍ନାନକରି ପୂର୍ବ ଦିଗକୁ ମୁହଁ କରି ପାଣି ଟେକାଯାଇଥାଏ ଏବଂ ସୂର‌୍ୟ୍ୟଙ୍କୁ ଦୀପ ଦାନ କରିବାରେ ମହାନ ପୂଣ୍ୟ ପ୍ରାପ୍ତ ହୋଇଥାଏ।

Pritiparna

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago