ଜୋତା ଚପଲ ଓଲଟା ରଖିଲେ କାହିଁକି ରାଗନ୍ତି ଘରର ବୟସ୍କ ବ୍ୟକ୍ତି, ଏହା ହେଉଛି ବଡ଼ କାରଣ

ବହୁବାର ଦେଖାଯାଏ ଘରେ ଚପଲ ଏପଟ ସେପଟ ହୋଇ ପଡ଼ିଥାଏ । ଏହାକୁ ଦେଖିବା ପରେ ଘରର ବୟସ୍କ ଲୋକେ ପାଟି କରିଥାନ୍ତି । ଏପରି ନକରିବାକୁ ଆକଟ କରିଥାନ୍ତି । ହେଲେ ଆମେ ଏହା ଉପରେ ବିଶେଷ ଦୃଷ୍ଟି ଦେଇ ନଥାଉ । ଘରେ କିମ୍ବା ବାହାରେ ଜୋତା ଚପଲ ଓଲଟା ରଖିବା ଦ୍ୱାରା ଘରେ ନକରରାତ୍ମକ ଶକ୍ତି ବଢ଼ିବାକୁ ଲାଗିଥାଏ ଓ ସମସ୍ୟା ଦେଖାଦେଇଥାଏ । ଏହାଦ୍ୱାରା ଆର୍ଥିକ ସ୍ଥିତି ଓ ପାରିବାରିକ ଜୀବନ ଉପରେ ଖରାପ ପ୍ରଭାବ ପଡିଥାଏ । ଆସନ୍ତୁ ଜାଣିବା କ’ଣ ସବୁ ସମସ୍ୟା ହୋଇଥାଏ ଓଲଟା ଚପଲ ରଖିବା ଦ୍ୱାରା ।

୧. ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୁହାଯାଏ ଯେ ଘରେ ଓଲଟା ସିଧା ଚପଲ ରଖିବା ଦ୍ୱାରା ଘରର ସଦସ୍ୟଙ୍କ ମଧ୍ୟରେ ଦୁଶ୍ଚିନ୍ତା ଓ କଳହ ବଢ଼ିଥାଏ । ଏମିତି ଘରେ ମା’ ଲକ୍ଷ୍ମୀଙ୍କ ବାସ ହୋଇ ନଥାଏ ।

୨. କୁହାଯାଏ, ଓଲଟା ଚପଲ ରଖିବା ଦ୍ୱାରା ଘରର ଲୋକଙ୍କ ମଧ୍ୟରେ ବିଭିନ୍ନ ସମସ୍ୟା ଦେଖାଦେଇଥାଏ । ଘରର ସଦସ୍ୟଙ୍କ ଦେହ ମଧ୍ୟ ଭଲ ରହିନଥାଏ ।

୩. ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜୋତା ଚପଲ ର ସମ୍ବନ୍ଧ ଶନି ଗ୍ରହଙ୍କ ସହ । ତେଣୁ ଜୋତା ଚପଲ ଓଲଟା ରଖିବା ଦ୍ୱାରା କୁଣ୍ଡଳୀରେ ଶନି ଗ୍ରହ କମଜୋର ହୋଇଥାନ୍ତି । ବ୍ୟକ୍ତିର ସଫଳତାର ରାସ୍ତାରେ ସମସ୍ୟା ଦେଖା ଦେଇଥାଏ ।

୪. ଏହାଛଡା ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ଯେ ଯଦି ଚପଲ ଜୋତା ଓଲଟା ସିଧା ପଡିଥାଏ ତେବେ ଘରର ଲୋକଙ୍କ ମାନସିକ ସ୍ୱାସ୍ଥ୍ୟ ଖରାପ ହୋଇଥାଏ । ଘରର ସକରାତ୍ମକ ଶକ୍ତି ଖରାପ ହୋଇଥାଏ ।

Leave A Reply

Your email address will not be published.