କାହିଁକି ମହିଳାମାନେ ଅଧିକ ଓ୍ଵାଇନ ପିଇବା ଉଚିତ ନୁହେଁ?

ମହିଳାମାନେ ଅଧିକ ମାତ୍ରାରେ ଓ୍ଵାଇନ ପିଇବା ଦ୍ୱାରା ସେମାନଙ୍କର ହରମୋନସର ସନ୍ତୁଳନ ଖରାପ ହୋଇଥାଏ । ଯାହା ଆଗାମୀ ସମୟରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ । ଏହା ମହିଳାଙ୍କ ପ୍ରଜନନ କ୍ଷମତା ଉପରେ ପ୍ରଭାବ ପକାଇଥାଏ ।

(କେନ୍ୟୁଜ ବ୍ୟୁରୋ): ଆଲକୋହଲ ବା ମଦ ଅଧିକ ହେଉ କିମ୍ବା କମ ହେଉ ଏହା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ହୋଇଥାଏ । ତେବେ କିଛି ଲୋକ ମଦର ପାର୍ଶ୍ୱ ପ୍ରତିକ୍ରିୟା ପାଇଁ ଓ୍ଵାଇନ ପିଇବା ଆରମ୍ଭ କରିଥାନ୍ତି । ଓ୍ଵାଇନରେ ଆଲକୋହଲର ମାତ୍ରା କମ ରହିଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି । ରେଡ ଓ୍ଵାଇନକୁ ନେଇ ନିକଟରେ ଏକ ରିପୋର୍ଟ ପ୍ରକାଶ ପାଇଛି । ଓ୍ଵାଇନ ହୃଦୟ ପାଇଁ ଠିକ ରହିଥାଏ, କାହିଁକି ନା ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଅଧିକ ମାତ୍ରାରେ ରହିଥାଏ । ବର୍ତ୍ତମାନ ସମୟରେ ମହିଳାମାନେ ଓ୍ଵାଇନ ପିଇବାକୁ ଅଧିକ ପସନ୍ଦ କରୁଛନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଏହା ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ ହୋଇଥାଏ । ମହିଳାମାନେ ଅଧିକ ମାତ୍ରାରେ ଓ୍ଵାଇନ ପିଇବା ଦ୍ୱାରା ସେମାନଙ୍କର ହରମୋନସର ସନ୍ତୁଳନ ଖରାପ ହୋଇଥାଏ । ଯାହା ଆଗାମୀ ସମୟରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ । ପିରିୟଡ଼୍ସ ବିଳମ୍ବରେ ହେବା, ପେଟ କାଟିବା, ପିସିଓଏସ, ଥାଇରଏଡ ଏବଂ ମୁଡ ସୁଇଙ୍ଗ ଭଳି ଅନେକ ସମସ୍ୟା ଦେଖା ଯିବାର ସମ୍ଭାବନା ରହିଛି ।

ଓ୍ଵାଇନ ପିଇବା ଦ୍ୱାରା କୌଣସି ବ୍ୟକ୍ତି ମଧ୍ୟରେ ଏଷ୍ଟ୍ରୋଜନର ସ୍ତର ବଢିଥାଏ । ଯଦି ମହିଳାମାନେ ଗୋଟିଏ କି ଦୁଇ ଗ୍ଲାସ ଓ୍ଵାଇନ ପିଉଛନ୍ତି ତେବେ ଏହା ଦ୍ୱାରା ବିଶେଷ କିଛି ସମସ୍ୟା ହୋଇନଥାଏ । କିନ୍ତୁ ଅଧିକ ମାତ୍ରାରେ ଓ୍ଵାଇନ ପିଇବା ଦ୍ୱାରା ମହିଳାଙ୍କ ପିରିୟଡ଼୍ସ ବିଳମ୍ବରେ ହୋଇଥାଏ । ତେବେ ଏହାର ପାର୍ଶ୍ୱ ପ୍ରତିକ୍ରୟା ମଧ୍ୟ ରହିଛି । ଏହା ସହିତ ମହିଳାଙ୍କ ଓଜନ ବୃଦ୍ଧି ହେବାର ଏହା ଅନ୍ୟ ଏକ କାରଣ ହୋଇଥାଏ ।

ଯଦି ମହିଳାମାନଙ୍କ ହରମୋନସ ର ସ୍ତର କମ ବେଶୀ ହୋଇଥାଏ ତେବେ ଏହା ଦ୍ୱାରା ମହିଳାଙ୍କ ପ୍ରଜନନ କ୍ଷମତା ଉପରେ ପ୍ରଭାବ ପକାଇଥାଏ । ସେହିପରି ଗର୍ଭଧାରଣରେ ମଧ୍ୟ ସମସ୍ୟା ସୃଷ୍ଟି କରିଥାଏ । ଅଧିକ ଓ୍ଵାଇନ ପିଇବା ଦ୍ୱାରା ଥାଇରଏଡ ସମସ୍ୟା ସୃଷ୍ଟି ହୋଇଥାଏ । ଥାଇରଏଡ ଗ୍ଲେଡ ଟି୩ ଏବଂ ଟି୪ ହରମୋନ ପ୍ରସ୍ତୁତ କରେ । ଯାହା ମେଟାବୋଲିଜିମକୁ ଦୃଢ କରିବାରେ ସାହାଯ୍ୟ କରିଥାଏ । କାରଣ ଥାଇରଏଡ ଗ୍ଲେଡରେ ସମସ୍ୟା ହେବା ଆରମ୍ଭ କଲେ ଏହା ଡିପ୍ରେସନ ଏବଂ ଥକାପଣର କାରଣ ହୋଇଥାଏ । ଏଥିପାଇଁ ମହିଳାମାନେ ଓ୍ଵାଇନ ଠାରୁ ଦୂରେଇ ରହିବା ଉଚିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.