କାନ୍ଦ ଲାଗିଲେ କାନ୍ଦନ୍ତୁ, କେବେ ବି ରୋକନ୍ତୁ ନାହିଁ; ନଚେତ୍‌ ହୋଇପାରେ ଏସବୁ ଗମ୍ଭୀର ରୋଗ

ଦୁଃଖ ଲାଗିଲେ କିମ୍ବା ମନକୁ କଷ୍ଟ ହେଲେ ଆମେ କାନ୍ଦିଥାଉ। ଫଳରେ ଆଖିରୁ ଲୁହ ବୋହି ଥାଏ। ତେବେ ବେଳେ ବେଳେ ଆଖି ଉପରେ ଚାପ ପଡ଼ିଲେ ମଧ୍ୟ ଏଥିରୁ ଲୁହ ବାହାରିଥାଏ। ଆଖିରେ କିଛି ସମସ୍ୟା ଥିଲେ ବି ଲୁହ ବାହାରେ। ଲୁହ ଆଖିକୁ ଶୁଷ୍କ ହେବାକୁ ଦେଇନଥାଏ। ଆଖିର କମନୀୟତା ବଜାୟ ରଖିବାରେ ଲୁହ ସାହାଯ୍ୟ କରେ। ଏଥିସହ ଆଖିକୁ ପରିଷ୍କାର କରି ବ୍ୟାକ୍ଟେରିଆମୁକ୍ତ ମଧ୍ୟ କରିଥାଏ।

ଲୁହ ହେଉଛି ଆଖିର ଅଶ୍ରୁ ନଳିକାରୁ ନିର୍ଗତ ହେଉଥିବା ଏକ ତରଳ ପଦାର୍ଥ, ଯେଉଁଥିରେ ପାଣି ଓ ଲୁଣ ରହିଥାଏ। ଏହି କାରଣରୁ ଲୁହର ସ୍ୱାଦ ଲୁଣିଆ ଲାଗେ। ଆଖିରୁ ଲୁହ ବାହାରିଗଲେ ଆଖିକୁ ପରିଷ୍କାର ମଧ୍ୟ ଦିଶେ।

ତେବେ ବେଳେବେଳେ ଆମକୁ କାନ୍ଦ ଲାଗୁଥିଲେ ମଧ୍ୟ ଆମେ ଲୁହକୁ ଚାପି ଦେଇଥାଉ। କିନ୍ତୁ ଆୟୁର୍ବେଦରେ ଏମିତି କରିବାକୁ ମନା କରାଯାଇଛି। ଆୟୁର୍ବେଦ ଅନୁସାରେ, ଲୁହକୁ କେବେ ବି ଅଟକାଇବା ଉଚିତ ନୁହେଁ। ଏମିତି କଲେ ଶରୀର ଉପରେ କୁ-ପ୍ରଭାବ ପଡ଼ିଥାଏ।

ଆୟୁର୍ବେଦ ଚିକିତ୍ସକଙ୍କ କହିବାନୁସାେରେ, ଆୟୁର୍ବେଦ ଶାସ୍ତ୍ର ମୁତାବକ ଆଖିରୁ ବାହାରୁଥିବା ଲୁହକୁ କେବେ ବି ଅଟକାଇବା ଉଚିତ ନୁହେଁ। କାରଣ କାନ୍ଦ ଲାଗିବା ବେଳେ କାନ୍ଦି ଦେଲେ ମୁଣ୍ଡ ବିନ୍ଧା, ନାକ ରୋଗ, ଆଖି ରୋଗ ଓ ହାର୍ଟ ରୋଗ ହେବାର ଆଶଙ୍କା କମିଥାଏ। କିନ୍ତୁ ଯଦି ଆମେ ଜୋର ଜବରଦସ୍ତି ନିଜ ଭାବନାକୁ ଚାପି ଲୁହକୁ ରୋକିବା ତେବେ ମୁଣ୍ଡ ବିନ୍ଧା ସହ ହୃଦୟ ସମ୍ବନ୍ଧୀୟ ରୋଗର ଆଶଙ୍କା ବଢ଼ିଯିବ। ବେଳେ ବେଳେ ଇମୋସନ୍‌କୁ ଚାପିବା ଜୀବନକୁ ମଧ୍ୟ ବିପଦରେ ପକାଇ ଦିଏ।

ଏଣୁ ଯେବେ କି କାନ୍ଦ ଲାଗୁଛି କାନ୍ଦି ଦିଅନ୍ତୁ। ଏହା ଦ୍ୱାରା ଶରୀର ତ ଠିକ୍‌ ରହିବ ଏଥିସହ ମନ ବି ହାଲ୍‌କା ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.