ଭାରତୀୟ ଧର୍ମରେ କାହିଁକି ରହିଛି ପାଦ ଛୁଇଁବାର ପରମ୍ପରା? ଜାଣନ୍ତୁ ଏହାର ବୈଜ୍ଞାନିକ ଏବଂ ଧାର୍ମିକ କାରଣ

ଆମ ହିନ୍ଦୁ ଧର୍ମରେ ଅନେକ ପ୍ରଥା ପରମ୍ପରା ରହିଛି । ଯାହାର ଭିନ୍ନ ଭିନ୍ନ ମହତ୍ତ୍ୱ ଏବଂ ଗୁରୁତ୍ୱ ମଧ୍ୟ ରହିଛି । ଅନେକ ପ୍ରକାର ରୀତିନୀତିରେ ଭରପୁର ସନାତନ ପରମ୍ପରା । ତେବେ ଏହି ପ୍ରଥା ପରମ୍ପରା କାଇଁ କେଉଁ କାଳରୁ ଚାଲି ଆସୁଛି । ଏହି ପ୍ରଥା ପରମ୍ପରା ମଧ୍ୟରେ ନିଜଠାରୁ ବଡ ଲୋକଙ୍କୁ ପାଦ ଛୁଇଁବାର ନିୟମ ମଧ୍ୟ ସାମିଲ୍ ରହିଛି । ଆମ ପରମ୍ପରାରେ ବୟୋଜ୍ୟେଷ୍ଠଙ୍କ ପାଦ ଛୁଇଁ ବିଦ୍ୟା, ବୁଦ୍ଧି ଏବଂ ସୁଖ ସମୃଦ୍ଧିର ଆଶୀର୍ବାଦ ମଗାଯାଏ । ପାଦ ଛୁଇଁବାର ନିୟମ ଅନ୍ୟ ପ୍ରତି ସମ୍ମାନ ଏବଂ ସଂସ୍କାରର ପ୍ରତିକ ଭାବରେ ବିବେଚନା କରାଯାଏ । ଏହାକୁ ଚରଣ ସ୍ପର୍ଶ ବା ପ୍ରଣାମ ବୋଲି କୁହାଯାଏ । ତେବେ ଆପଣମାନେ ଜାଣିଛନ୍ତି କି ଏହି ପାଦ ଛୁଇଁବା ନିୟମର କିଛି ମହତ୍ତ୍ୱ ଏବଂ ବୈଜ୍ଞାନିକ କାରଣ ମଧ୍ୟ ରହିଛି । ଯାହା ବିଷୟରେ ବୋଧହୁଏ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚିତ । ତାହେଲେ ଆଉ ବିଳମ୍ବ ନକରି ଆସନ୍ତୁ ଜାଣିବା ଏହି ପ୍ରଥା ବା ନିୟମ ବିଷୟରେ ।

ପାଦ ଛୁଇଁବାର ବୈଜ୍ଞାନିକ କାରଣ

ବିଜ୍ଞାନ ଅନୁସାରେ ପ୍ରତ୍ୟେକ ମାନବ ଶରୀରରେ ସକରାତ୍ମକ ଏବଂ ନକରାତ୍ମକ ପ୍ରଭାବ ରହିଥାଏ । ଫଳରେ ମାନବ ଶରୀରର ବାମଭାଗର ଅଧା ନକରାତ୍ମକ ଶକ୍ତି ପ୍ରବାହ କରିଥିବା ବେଳେ ଶରୀରର ଡାହାଣ ଭାଗ ସକରାତ୍ମକ ଶକ୍ତି ପ୍ରବାହ କରିଥାଏ । ତେଣୁ କୁହାଯାଏ ଯେ ପ୍ରଣାମ କରିବା ସମୟରେ ଦୁଇ ହାତକୁ ଛକି ପରି କରି ପ୍ରଣାମ କରିବା ଉଚିତ୍ । ଏପରି କରିବା ଦ୍ୱାରା ଶରୀରରେ ଥିବା ନକରାତ୍ମକ ଏବଂ ସକରାତ୍ମକ ପ୍ରଭାବ ନିୟନ୍ତ୍ରଣରେ ରହିଥାଏ ।

ମସ୍ତିଷ୍କରୁ ବାହାରୁଥିବା ସ୍ନାୟୁ ସମଗ୍ର ଶରୀରରେ ଉପଲବ୍ଧ ହୋଇଥାଏ । ଏହିପରି କି ଯେତେବେଳେ ତୁମେ ନିଜଠାରୁ ବଡ ବ୍ୟକ୍ତିଙ୍କ ପାଦ ସହିତ ଆଙ୍ଗୁଠିକୁ ସ୍ପର୍ଶ କରିଥାଓ ସେତେବେଳେ ଉଭୟ ଶରୀରର ଶକ୍ତି ସଂଯୁକ୍ତ ହୋଇଥାଏ । ଆଙ୍ଗୁଠି ଏବଂ ହାତ ପାପୁଲି ଶକ୍ତି ଗ୍ରହଣକାରୀ ହୋଇଯାଏ ଏବଂ ପାଦ ଅନ୍ୟର ଶକ୍ତି ପ୍ରଦାନକାରୀ ହୋଇଯାଏ । ଫଳରେ ଏହା ପରସ୍ପରକୁ ସ୍ପର୍ଶ କଲେ ଶରୀରରେ ଏକ ସକରାତ୍ମକ ଭାବନା ସୃଷ୍ଟି ହୋଇଥାଏ । ଏଥିସହିତ ଏହା ଶରୀରକୁ ଶକ୍ତି ଯୋଗାଇଥାଏ ।

ପାଦ ମନ ଏବଂ ହୃଦୟ ସହିତ ସଂଯୁକ୍ତ ହୋଇଥାଏ । ତେଣୁ ପାଦକୁ ସ୍ପର୍ଶ କରିବା ଦ୍ୱାରା ମଧ୍ୟ ଶକ୍ତିଶାଳୀ ଶକ୍ତି ବିସ୍ତାର ହୁଏ । ତେଣୁ ଯଣେ ବ୍ୟକ୍ତି ପ୍ରତ୍ୟେକ ଦିନ ବୟସ୍କ ଲୋକଙ୍କ ପାଦ ଛୁଇଁବା ଦ୍ୱାରା ସେ ଜୀବନରେ କୈଣସି କାମରେ ବିଫଳ ହୋଇନଥାନ୍ତି ।

ପାଦ ଛୁଇଁବାର ଧାର୍ମିକ କାରଣ

ଆହୁରି ମଧ୍ୟ ଏମିତି ମାନ୍ୟତା ରହିଛି ଯେ ଚରଣ ସ୍ପର୍ଶର ମହତ୍ବ ଏଥିରୁ ଜଣାପଡେ ଯେତେବେଳେ ନିଜ ମିତ୍ର ସୁଦାମଙ୍କ ଚରଣ ଭଗବାନ୍ ଶ୍ରୀକୃଷ୍ଣ ନା କେବଳ ଛୁଇଁଥିଲେ ବରଂ ଧୋଇଥିଲେ ମଧ୍ୟ । ସୁଖ ଏବଂ ସୌଭାଗ୍ୟର କାମନା କରି ଆମେ ନବରାତ୍ରୀରେ କୁଆଁରୀ କନ୍ୟାଙ୍କ ପାଦ ଧୋଇ ପୂଜା କରିଥାଉ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.