ତଉଲିଆରେ ରଗଡ଼ି ଓଦା ମୁଣ୍ଡକୁ ପୋଛିବା ଦ୍ୱାରା ହୋଇଥାଏ କ୍ଷତି, କେଶକୁ ଶୁଖାଇବା ସମୟରେ ନିଅନ୍ତୁ ଖାସ୍‌ ଯତ୍ନ

ସାଧାରଣତଃ ମହିଳାମାନେ ମୁଣ୍ଡ ଧୋଇବା ପରେ ତଉଲିଆରେ କେଶକୁ ଜୋର୍‌ ଜୋର୍‌ରେ ରଗଡ଼ି ପୋଛି ଥାଆନ୍ତି, ଯେପରି କେଶ ଭଲ ଭାବେ ଶୁଖିଯିବ। କିନ୍ତୁ ଜାଣି ରଖନ୍ତୁ, ତଉଲିଆରେ କେଶକୁ ପୋଛି ଶୁଖାଇବା ଦ୍ୱାରା ବହୁତ କ୍ଷତି ପହଞ୍ଚିଥାଏ। ଯେପରି, କେଶ ଦୁଇମୁହାଁ, ଫ୍ରିଜି ହୋଇଯିବା ସହ ଝଡ଼ିବାକୁ ଲାଗିଥାଏ। ଯଦି ଆପଣ କେଶକୁ ଦେଖାଶୁଣା କରିବାକୁ ଚାହୁଁଛନ୍ତି, ତା’ହେଲେ କଦାପି ତଉଲିଆରେ ରଗଡ଼ି କେଶ ପୋଛନ୍ତୁ ନାହିଁ। ଆଜି ଆମେ ଜାଣିବା ଏହାର କ’ଣ ରହିଛି କ୍ଷତି।

-ଓଦା କେଶ ବହୁତ ଦୁର୍ବଳ ହୋଇଥାଏ, ଯାହାକି ଜଲ୍‌ଦି ଉପୁଡ଼ି ପଡ଼େ। ଯଦି ଆପଣ ତଉଲିଆରେ କେଶକୁ ରଗଡ଼ି ପୋଛିବେ, ତ ଏହା କେଶର ଉପରି ଭାଗକୁ ରଫ୍‌ କରିଦେବ। ଏହି କାରଣରୁ କେଶ ଡ୍ରାଏ ଏବଂ ଫ୍ରିଜି ହୋଇଯିବ।

-ମହିଳାମାନେ ସବୁବେଳେ ଦୁଇମୁହାଁ କେଶକୁ ନେଇ ଚିନ୍ତିତ ରହିଥାଆନ୍ତି। ତଉଲିଆରେ କେଶ ପୋଛିଲେ ତାହା ଦୁଇମୁହାଁ ହୋଇଯାଏ। ତେଣୁ ଏହି ଅଭ୍ୟାସକୁ ଆପଣ ଛାଡ଼ି ଦିଅନ୍ତୁ।

-ତଉଲିଆରେ ରଗଡ଼ି ଓଦା କେଶକୁ ପୋଛିଲେ, ତାହାର ନମନିୟତା ନଷ୍ଟ ହୋଇଥାଏ, ଯଦ୍ଦ୍ଵାରା କେଶ ଶୁଷ୍କ ହୋଇଯାଏ। ଏମିତିରେ କେଶକୁ ପୋଷଣର ଆବଶ୍ୟକତା ରହିଥାଏ। ଯଦି ଆପଣଙ୍କ କେଶ ରୁକ୍ଷ ତଥା ଶୁଷ୍କ, ତ ଏହାର ମୁଖ୍ୟ କାରଣ ଆପଣଙ୍କ ତଉଲିଆ ବି ହୋଇପାରେ।

-ତଉଲିଆ ଜାଗାରେ ଆପଣ କଟନ କପଡ଼ା ବ୍ୟବହାର କରିପାରିବେ। ଆପଣ ମାଇକ୍ରୋଫାଇବର ତଉଲିଆ ବି ବ୍ୟବହାର କରିପାରିବେ। ଏହାଦ୍ୱାରା ଓଦା କେଶରୁ ପାଣି ସହଜରେ ଶୁଖି ଯାଇପାରିବ। କେଶ ଫ୍ରିଜି ହେବାରୁ ବର୍ତ୍ତିପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.