ତୁଳସୀ ଗଛ ଝାଉଁଳି ପଡ଼ିବା ହୋଇଥାଏ ବହୁତ ବଡ଼ ଅଶୁଭ, ଏହି ଖରାପ ଘଟଣା ଆଡ଼କୁ କରିଥାଏ ଈଶାରା

ବାସ୍ତୁ ମୁତାବକ, ଘରେ ତୁଳସୀ ଗଛ ଥିଲେ ସକାରାତ୍ମକ ଶକ୍ତି ଜାତ ହୋଇଥାଏ ଏବଂ ନକାରାତ୍ମକ ଶକ୍ତି ନଷ୍ଟ ହୋଇଯାଇଥାଏ। ପ୍ରତିଦିନ ସକାଳେ ତୁଳସୀ ଗଛରେ ପାଣି ଦେଲେ ଅନେକ ପ୍ରକାରର ବାସ୍ତୁ ଦୋଷ ଦୂର ହୋଇଥାଏ। ବିଷ୍ଣୁ ପୂଜାରେ ତୁଳସୀ ଗଛ ସବୁଠାରୁ ମହତ୍ୱପୂର୍ଣ୍ଣ ହୋଇଥାଏ ବୋଲି ଏକ ବିଶ୍ୱାସ ରହିଛି। ଘରେ ତୁଳସୀ ଗଛକୁ ସେହି ସ୍ଥାନରେ ରଖିବା ଉଚିତ, ଯେଉଁଠି ବାସ୍ତୁ ଦୋଷ ଥିବ। ଶନି ଓ ମଙ୍ଗଳ ପ୍ରଭାବ ଦୂର କରିବା ପାଇଁ ତୁଳସୀ ଗଛ ବହୁତ ଜରୁରୀ ହୋଇଥାଏ। ଆପଣ ଜାଣନ୍ତି କି, ତୁଳସୀ ଗଛ ଝାଉଁଳି ପଡ଼ିବା ବି ହୋଇଥାଏ ବହୁତ ବଡ଼ ଅଶୁଭ। ଆସନ୍ତୁ ଜାଣିବା, ଏହା ବିଷୟରେ।

-ଯଦି ଘର ଉପରକୁ କୌଣସି ସଙ୍କଟ ଆସିବାର ଅଛି, ତା’ହେଲେ ସର୍ବପ୍ରଥମେ ସେହି ଘରୁ ଲକ୍ଷ୍ମୀ ଅର୍ଥାତ୍‌ ମା’ ତୁଳସୀ ଚାଲିଯାଇ ଥାଆନ୍ତି ଏବଂ ସେଠାରେ ଦାରିଦ୍ର୍ୟତା ବାସ କରିବାକୁ ଲାଗିଥାଏ।

-ଯଦି ତୁଳସୀ ଗଛ ଝାଉଁଳି ପଡ଼ିଛି କି ଶୁଖି ଯାଇଛି, ତା’ହେଲେ ତାକୁ ଘରେ ରଖନ୍ତୁ ନାହିଁ। ଏହାକୁ କୌଣସି ନଦୀରେ ବିସର୍ଜନ କରି ଦିଅନ୍ତୁ। କାରଣ, ଶୁଖି ଯାଇଥିବା ତୁଳସୀ ଗଛ ଘର ପାଇଁ ଅଶୁଭ ହୋଇଥାଏ। ଏହା ଭବିଷ୍ୟତରେ ହେବାକୁ ଥିବା ସଙ୍କଟର ସଙ୍କେତ ଦେଇଥାଏ।

-ତୁଳସୀ କୁଣ୍ଡକୁ ରୋଷେଇ ଘର ପାଖରେ ରଖିବା ଦ୍ୱାରା କୌଣସି ବି ପ୍ରକାର ଗୃହ କଳହରୁ ମୁକ୍ତି ପାଇହେବ।

-ମହିଳାମାନେ ଯଦି ପ୍ରତିଦିନ ଶୁଦ୍ଧ ଜଳରେ ତୁଳସୀ ପକାଇ ଶାଳଗ୍ରାମରେ ଅଭିଷେକ କରିବେ, ତା’ହେଲେ ବାସ୍ତୁ ଦୋଷ ସମାପ୍ତ ହୋଇଯିବ।

-ସନ୍ତାନ ଯଦି ଆପଣଙ୍କ ନିୟନ୍ତ୍ରଣରୁ ବାହାରି ଯାଇଛି, ତା’ହେଲେ ପୂର୍ବ ଦିଗରେ ରଖାଯାଇଥିବା ତୁଳସୀର ୩ଟି ପତ୍ରକୁ ପ୍ରତିଦିନ ପିଲାକୁ ଖୁଆନ୍ତୁ, ଯଦ୍ଦ୍ଵାରା ସେ ଆପଣଙ୍କ ଆଜ୍ଞା ପାଳନ କରିବାକୁ ଲାଗିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.