ପୁରୁଷଙ୍କ ତୁଳନାରେ ମହିଳା ମାନଙ୍କ ଅଧିକ ପସନ୍ଦ ଏହି ସ୍ପେଶାଲ ଡାଏଟ

ଖାଦ୍ୟକୁ ନେଇ ଭିନ୍ନ ଭିନ୍ନ ଲୋକଙ୍କର ଭିନ୍ନ ଭିନ୍ନ ପସନ୍ଦ ଥାଏ । ଏମିତିରେ ତ ଖାଦ୍ୟାଭାସ ନେଇ ଲୋକଙ୍କୁ ଶାକାହାରୀ ଓ ମାଂସାହାରୀ ଭାବେ ଦୁଇ ଭାଗରେ ବିଭକ୍ତ କରାଯାଇଛି । କିନ୍ତୁ ଏବେକା ସମୟରେ ଆଉ ଏକ ଭିନ୍ନ ଖାଦ୍ୟାଭାସକୁ ନେଇ ଚର୍ଚ୍ଚା ଜୋର ଧରିଛି । ଯାହାର ନାଁ ‘ବିଗାନ’ ଡାଏଟ ରଖାଯାଇଛି । ‘ବିଗାନ’ ନାମକ ଏହି ଖାଦ୍ୟାଭାସରେ କେବଳ ଫଳ ତଥା ପନିପରିବା ହିଁ ସାମିଲ ଅଛି । ଏହି ଡାଏଟରେ ସାମିଲ ଥିବା ବ୍ୟକ୍ତି କ୍ଷୀର ତଥା କ୍ଷୀର ଜାତ ଖାଦ୍ୟ ବି ଗ୍ରହଣ କରନ୍ତି ନାହିଁ । ଏବେକା ସମୟରେ ବିଶ୍ୱରେ ଖୁବ ଅଧିକ ସଂଖ୍ୟାରେ ବିଗାନ ଡାଏଟକୁ ଅନୁସରଣ କରୁଥିବା ଲୋକ ଅଛନ୍ତି । କୁହାଯାଉଛିକି, ଫିଲ୍ମ କଳାକାର ଓ ସମାଜରେ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ହିଁ ଏହି ପ୍ରକାର ଡାଏଟର ଲୋକପ୍ରିୟତା ବଢ଼ାଇଛନ୍ତି ।

vegan diet

ବଲିଉଡ ଅଭିନେତ୍ରୀ ସୋନାମ କପୁର, କରିନା କପୁର , ମଲ୍ଲିକା ସେଵାଵତ ବିଗାନ ଡାଏଟ ଅନୁସରଣ କରୁଛନ୍ତି । ଅନ୍ୟ ପକ୍ଷରେ ବଲିଉଡ ସାହିଦ କପୁର, ଅମୀର ଖାନ, ଅକ୍ଷୟ କୁମାରଙ୍କ ପରି ଅଭିନେତା ମାନେ ବିଗାନ ଡାଏଟ ଗ୍ରହଣ କରିଛନ୍ତି । ଆପଣ ଜାଣି ହୁଏତ ଆଶ୍ଚର୍ଯ୍ୟ ହେବେ ପୁରୁଷଙ୍କ ତୁଳନାରେ ମହିଳା ମାନେ ଅଧିକ ସଂଖ୍ୟାରେ ଏହି ପ୍ରକାର ଡାଏଟ ଫଲୋ କରୁଛନ୍ତି । ନିକଟରେ ବିଗାନ ଡାଏଟ ଫଲୋ କରୁଥିବା ୧୧ ହଜାର ଲୋକଙ୍କୁ ନେଇ ଏକ ସର୍ଭେ କରାଯାଇଥିଲା । ଏହି ଗବେଷଣାରୁ ଜଣାଯାଇଛି କି, ଏମାନଙ୍କ ଭିତରୁ ମାତ୍ର ୨୪ ପ୍ରତିଶତ ହେଉଛନ୍ତି ପୁରୁଷ । କିନ୍ତୁ ଏହି ରିପୋର୍ଟକୁ ନେଇ ପ୍ରଶ୍ନ ଉଠିଥିଲା ଯଦି ଏହା ଏକ ସ୍ୱାସ୍ଥ୍ୟପ୍ରଦ ଡାଏଟ, ତେବେ ପୁରୁଷ ମାନେ କାହିଁକି ଏହାକୁ ପସନ୍ଦ କରୁନାହାନ୍ତି ?

vegan diet

ରିସର୍ଚରୁ ଆହୁରି ମଧ୍ୟ ଜଣାଯାଇଛିକି ମହିଳା ମାନେ ପୁରୁଷଙ୍କ ତୁଳନାରେ ଅଧିକ ଦୟାଵାନ ଓ ତାଙ୍କ ଠାରେ ସହାନୁଭୂତି ଗୁଣ ଅଧିକ ପରିମାଣରେ ଥାଏ | ସେମାନେ ପଶୁପକ୍ଷୀ ଙ୍କୁ ବି ଅଧିକ ପସନ୍ଦ କରିଥାନ୍ତି । ତେଣୁ ହୁଏତ ଏହି କାରଣରୁ ବି ମହିଳାଙ୍କ ଅଧିକ ପସନ୍ଦ ବିଗନ ଡାଏଟ ପାଲଟିଛି । ଯେବେକି ପୁରୁଷ ମାନେ ମାଂସାହାରକୁ ସମ୍ମାନର ପ୍ରତୀକ ଭାବେ ଦେଖିଥାନ୍ତି । କେତେକାଂଶରେ ବି ଦେଖାଯାଏ କି ମାଂସାହାରୀ ମାନେ ନିଜ ଖାଦ୍ୟାଭାସକୁ ସଠିକ ବୋଲି ପ୍ରମାଣିତ କରିବା ପାଇଁ ବିଗାନ ଡାଏଟ ଫଲୋ କରିନଥାନ୍ତି । ଅବଶ୍ୟ ଏନେଇ ବୈଜ୍ଞାନିକ ମାନେ ଅଧିକ ରୁ ଗବେଷଣା ଜାରି ରଖିଛନ୍ତି । କିନ୍ତୁ ଏଯାବତର ରିପୋର୍ଟ ଅନୁଯାୟୀ ପୃଥିବୀରେ ଅଧିକ ସଂଖ୍ୟାରେ ମହିଳା ମାନେ ହିଁ ଏହି ପ୍ରକାର ଡାଏଟ ଅଧିକ ପସନ୍ଦ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.