ଏହି ୪ଟି ଭୁଲ୍‌ ଆପଣଙ୍କୁ କରିଦେବ ଅସୁନ୍ଦର! ଏବେଠୁ ହୋଇଯାଆନ୍ତୁ ସାବଧାନ

ସୁନ୍ଦର ଦେଖାଯିବାକୁ ସବୁ ମହିଳା ଚାହାଁନ୍ତି। ଏଥିପାଇଁ ସେମାନେ କିଛି ବି କରିବାକୁ ପ୍ରସ୍ତୁତ ଥାଆନ୍ତି। ଆଉ ଖୁବ୍‌ ମହଙ୍ଗା ବିଉଟି ପ୍ରଡକ୍ଟ ଆପଣାଇବାକୁ କୁଣ୍ଠାବୋଧ କରନ୍ତି ନାହିଁ। ଘଣ୍ଟା ଘଣ୍ଟା ଧରି ପାର୍ଲରରେ ବସି ପଇସା ଖର୍ଚ୍ଚ କରନ୍ତି। କିନ୍ତୁ ଏତେ ସବୁ ପରେ ବି ମହିଳାମାନେ କିଛି ନା କିଛି ଭୁଲ୍‌ କରି ବସନ୍ତି, ଯେଉଁଥିପାଇଁ ସେମାନଙ୍କୁ ବିଭିନ୍ନ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ଆଜି ଆମେ ସେହି ଭୁଲ୍‌ ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ, ଯାହାକି ଅଜଣାତରେ ମହିଳାମାନଙ୍କୁ ଅସୁନ୍ଦର କରିଦେଇଥାଏ।

-ଅନେକ ଯୁବତୀ ଏବଂ ମହିଳା ଚେହେରାରୁ ବ୍ରଣ ହଟାଇବା ପାଇଁ ତତ୍ପର ହୋଇଯାଆନ୍ତି। କେତେ କେବେ ସେମାନେ ନିଜ ହାତରେ ମଧ୍ୟ ବ୍ରଣ ଫଟାଇ ଦିଅନ୍ତି। ଏହାଦ୍ୱାରା ଚେହେରା ସଫା ହେବା ବଦଳରେ କଳା ଦାଗ ସବୁ ହୋଇଯାଏ। ଆଉ ସେହି ସ୍ଥାନଟି ଗାଡ଼ ହୋଇଯାଏ।

ଏହାସହ ପଢ଼ନ୍ତୁ: ଆପଣଙ୍କ କେଶ କୁଞ୍ଚୁକୁଞ୍ଚିଆ କି? ଫଲୋ କରନ୍ତୁ ଏହି ସିମ୍ପଲ୍‌ ଟିପ୍ସ

-କିଛି ମହିଳା ଅଛନ୍ତି, ଯେଉଁମାନେ ବର୍ଷ ବର୍ଷ ଧରି ଗୋଟିଏ ମେକ୍‌ଅପ ବ୍ରଶ ହିଁ ବ୍ୟବହାର କରିଆସନ୍ତି। କିନ୍ତୁ ମନେ ରଖନ୍ତୁ, ମଝିରେ ମଝିରେ ଏହାକୁ ସଫା ରଖିବା ବହୁତ ଜରୁରୀ। କାରଣ, ବ୍ରଶରେ ବହୁତ ବ୍ୟାକ୍ଟେରିଆ ଜମା ହୋଇଥାଆନ୍ତି, ଯଦ୍ଦ୍ଵାରା ଇନ୍‌ଫେକ୍ସନ ହେବାର ସମ୍ଭାବନା ଥାଏ।

-କିଛି ମହିଳା ଘରୁ ବାହାରକୁ ଗଲେ ଚେହେରାରେ ସନ୍‌ସ୍କ୍ରିନ୍‌ ଲଗେଇବାକୁ ଭୁଲିଯାଆନ୍ତି। ଏମିତି କଲେ, ଆପଣଙ୍କ ମୁହଁ ସୂଯ୍ୟର୍ଙ୍କ ଅତି ବାଇଗେଣୀ ରଶ୍ମୀ ସଂସ୍ପର୍ଶରେ ଆସି କଳା ପଡ଼ିଯିବ। ଆଉ ଆପଣ ଅସୁନ୍ଦର ଦେଖାଯିବେ।

ଏହାସହ ପଢ଼ନ୍ତୁ: ଆପଣଙ୍କ ଗୋଲାପି ଓଠକୁ କଳା କରିଦିଏ ଏହି ୫ଟି କାରଣ, ନିଶ୍ଚୟ ପଢ଼ନ୍ତୁ

-ସାରା ଦିନ ଚେହେରାରେ ମେକ୍‌ଅପ ରଖିବା ଦ୍ୱାରା ସ୍କିନ୍‌ ଇନ୍‌ଫେକ୍ସନର ସମ୍ଭାବନା ଅଧିକ ବଢ଼ିଯାଇଥାଏ। ଏହା ତ୍ୱଚାର ପ୍ରାକୃତିକ ସୁନ୍ଦରତାକୁ ହରାଇ ଦେଇଥାଏ। ତେଣୁ ଆପଣ ୫-୬ ଘଣ୍ଟା ପରେ ଚେହେରାରୁ ମେକ୍‌ଅପ ହଟାଇ ଦିଅନ୍ତୁ।

Roshni

Recent Posts

ତିନି ଦିନ ମଧ୍ୟରେ ୩ ଜଣଙ୍କୁ ମାରିଦେଲା ନାବାଳକ

ଭଦ୍ରକ: ତିନି ଦିନରେ ନେଇଛି ୩ ଜୀବନ । ଗୋଟିଏ ପରେ ଗୋଟିଏ ଜୀବନ ନେଇଛି ଅଭିଯୁକ୍ତ ନାବାଳକ ।…

7 mins ago

ବନ୍ଦ ହେଲା ପ୍ରିୟଙ୍କା ଚୋପ୍ରାଙ୍କ ରେଷ୍ଟୁରାଣ୍ଟ, ପାର୍ଟନରସିପ୍ ସରିବା ପରେ ହେଲା ଖରାପ ଅବସ୍ଥା

ପ୍ରିୟଙ୍କା ଚୋପ୍ରା କେବଳ ଜଣେ ମହାନ ଅଭିନେତ୍ରୀ, ଗାୟକ ଏବଂ ଲେଖକ ନୁହଁନ୍ତି, ସେ ଜଣେ ଭଲ ବ୍ୟବସାୟୀ ମଧ୍ୟ…

10 mins ago

କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିବା ପରେ ଖୁସିରେ ଡିଆଁ ମାରିଲେ ବିରଳ କୃଷ୍ଣସାର ମୃଗ

ଗୋପ (କେନ୍ୟୁଜ): କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିଲେ ବିରଳ ୧୦ କୃଷ୍ଣସାର ମୃଗ । ବନବିଭାଗ ପକ୍ଷରୁ ବିରଳ କୃଷ୍ଣସାର…

28 mins ago

ଆସନ୍ତାକାଲି ପାଇଁ ଓଡିଶାର ସମସ୍ତ ସ୍କୁଲ ସକାଳୁଆ, ୨୨ ତାରିଖରୁ ସ୍ୱାଭାବିକ ହେବ କ୍ଲାସ

କେନ୍ୟୁଜ (ବ୍ୟୁରୋ) : ଆଉ ଦିନକ ପାଇଁ ବଢ଼ିଲା ସକାଳୁଆ ସ୍କୁଲ । ଆସନ୍ତାକାଲି ସକାଳ ୬ଟା ୩୦ ରୁ…

31 mins ago

କ୍ରିକେଟ୍‌ ଜଗତରେ ଶୋକର ଛାଇ, ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଡେଭିଡ୍‌ ଜନସନ୍‌ଙ୍କ ଦେହାନ୍ତ

ଭାରତର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ତଥା କର୍ଣ୍ଣାଟକର ଡାହାଣହାତୀ ଦ୍ରୁତ ବୋଲର ଡେଭିଡ୍‌ ଜନସନ୍‌ଙ୍କ ୫୨ ବର୍ଷ ବୟସରେ ଦେହାନ୍ତ…

40 mins ago

ପ୍ରତିଦିନ ଜଣେ ବ୍ୟକ୍ତି କେତେ ପରିମାଣର ଫାଇବର ଖାଇବା ଉଚିତ?

ଶରୀରକୁ ସୁସ୍ଥ ରଖିବା ପାଇଁ କେବଳ ଭିଟାମିନ୍ ଏବଂ ମିନେରାଲ୍ସ ନୁହେଁ ବରଂ ପ୍ରଚୁର ଫାଇବର ମଧ୍ୟ ଆବଶ୍ୟକ ।…

44 mins ago