ବିବାହିତାମାନେ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି ଭୁଲ୍, ଅଥବା ସ୍ବାମୀଙ୍କୁ ପଡ଼ିବ ବିପତ୍ତି
ପୌରାଣିକ ଶାସ୍ତ୍ରରେ ଦିଆଯାଇଥିବା ଅନେକ ତଥ୍ଯ ଆମ ଦୈନନ୍ଦିନ ଜୀବନ ସହ ଜଡ଼ିତ ରହିଥାଏ। ଏଥିରେ କୁହାଯାଇଥିବା ଅ୍ରନେକ ଉପଦେଶକୁ ଅବଲମ୍ବନ କରିବା ଦ୍ବାରା ଆମ ଜୀବନର ଅନେକ ସମସ୍ଯା ଦୂର ହୋଇଥାଏ। ଶାସ୍ତ୍ର ଅନୁଯାୟୀ ମହିଳାଙ୍କ ବିବାହ ପରେ ତାଙ୍କ ଭାଗ୍ଯ ସହ ଜଡ଼ିତ ହୋଇଥାଏ ତାଙ୍କ ସ୍ବାମୀଙ୍କ ଭାଗ୍ଯ। ଏପରିକି ମହିଳାଙ୍କ ଭଲ ଏବଂ ଖରାପ କାମର ପ୍ରଭାବ ତାଙ୍କ ସ୍ବାମୀ ଏବଂ ପରିବାର ଉପରେ ପଡ଼ିଥାଏ। ଆଜି ଆମେ ଏପରି କିଛି କଥା ବିଷୟରେ କହିବାକୁ ଯାଉଛୁ ଯାହା ଭୁଲରେ ମଧ୍ୟ ବିବାହିତା ନାରୀଙ୍କୁ କରିବା ଉଚିତ୍ ନୁହଁ।
-ଶାସ୍ତ୍ର ଅନୁଯାୟୀ ମହିଳାଙ୍କୁ ଭୁଲରେ ମଧ୍ୟ ଭଙ୍ଗା ବା ଛିଡ଼ା ମଙ୍ଗଳସୂତ୍ର ପିନ୍ଧିବା ଅନୁଚିତ୍। ଏହା ଦ୍ବାରା ସ୍ବାମୀଙ୍କ ଉପରେ ବିତ୍ପତ୍ତି ଆସିବା ସହ ଭଲ ହେଉଥିବା କାମ ବିଗିଡ଼ିବାର ଅଧିକ ସମ୍ବାବନା ରହିଥାଏ।
-ସବୁ ମଙ୍ଗଳସୂତ୍ରରେ କଳା ରଙ୍ଗର ମାଳି ଲାଗିଥାଏ। ଏହା ଦ୍ବାରା ତାଙ୍କ ସ୍ବାମୀଙ୍କ ଉପରେ ଖରାପ ନଜର ପଡ଼ିନଥାଏ। ଏଣୁ ସବୁବେଳେ କଳା ମାଳି ଗୁନ୍ଥା ହୋଇଥିବା ମଙ୍ଗଳସୂତ୍ର ପିନ୍ଧିବା ଉଚିତ୍।
-ମହିଳାଙ୍କୁ ଏହି କଥାରେ ସବୁବେଳେ ଧ୍ୟାନରେ ରଖିବାକୁ ହେବ କି, କେବେ ମଧ୍ୟ ଭୁଲରେ ଆପଣ କାହାଠାରୁ ମଧ୍ୟ ମଙ୍ଗଳସୂତ୍ର ବା ସିନ୍ଦୁର ମାଗି ବ୍ଯବହାର କରନ୍ତୁ ନାହିଁ। କାରଣ ଏହା ଦ୍ବାରା ମହିଳା ତଥା ତାଙ୍କ ସ୍ବାମୀଙ୍କ ପାଇଁ ବହୁତ ଖରାପ ହୋଇଥାଏ।
-ଖାସ କରି କୌଣସି ବିବାହିତା ମହିଳା ଅର୍ଥାଭାବରେ ଅନ୍ଯଙ୍କଠାରୁ ଟଙ୍କା ମାଗି ମଙ୍ଗଳସୂତ୍ର ବା ସିନ୍ଦୁର କିଣନ୍ତୁ ନାହିଁ। ଏହା ଦ୍ବାରା ସ୍ବାମୀଙ୍କ ଉପରେ ବିପତ୍ତି ଆସିବାର ସମ୍ବାବନା ରହିଥାଏ।