ମହିଳାଙ୍କ ପାଇଁ ଜରୁରୀ ଖବର, ପରିସ୍ରା ଯିବା ସମୟରେ ଏହି କଥାକୁ ନିଶ୍ଚୟ ଦିଅନ୍ତୁ ଧ୍ୟାନ

ୟୁରିନ କିମ୍ବା ପରିଶ୍ରା କୌଣସି ବ୍ୟକ୍ତିର ସ୍ୱାସ୍ଥ୍ୟବସ୍ଥା ବାବଦରେ ସୂଚନା ଦେଇଥାଏ ।  କିଛି କିଛି ମେଡିକାଲ କଣ୍ଡିସନରେ ଡାକ୍ତର ମାନେ ୟୁରିନ ଟେଷ୍ଟ କରିବାକୁ ପରାମର୍ଶ ଦେଇଥାନ୍ତି । ୟୁରିନର ରଙ୍ଗ, ତାର ଗାଢ଼ ପଣ ତଥା ଫ୍ରୀକ୍ୟୁନ୍ସି ଓ ଫେଣରୁ ସ୍ୱାସ୍ଥ୍ୟ ବାବଦରେ ସୂଚନା ମିଳିଥାଏ ।

ୟୁରିନ କିମ୍ବା ପରିଶ୍ରା କୌଣସି ବ୍ୟକ୍ତିର ସ୍ୱାସ୍ଥ୍ୟବସ୍ଥା ବାବଦରେ ସୂଚନା ଦେଇଥାଏ ।  କିଛି କିଛି ମେଡିକାଲ କଣ୍ଡିସନରେ ଡାକ୍ତର ମାନେ ୟୁରିନ ଟେଷ୍ଟ କରିବାକୁ ପରାମର୍ଶ ଦେଇଥାନ୍ତି । ୟୁରିନର ରଙ୍ଗ, ତାର ଗାଢ଼ ପଣ ତଥା ଫ୍ରୀକ୍ୟୁନ୍ସି ଓ ଫେଣରୁ ସ୍ୱାସ୍ଥ୍ୟ ବାବଦରେ ସୂଚନା ମିଳିଥାଏ ।  ନିକଟରେ ଡାକ୍ତରମାନେ କହିଛନ୍ତିକି ଯେଉଁ ମହିଳାମାନେ ଭୁଲ ତରିକାରେ ପରିଶ୍ରା କରିଥାନ୍ତି ସେମାନଙ୍କୁ ଭବିଷ୍ୟତରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ ।  ପ୍ରତ୍ୟକ ମହିଳାମାନେ ପରିଶ୍ରା ଯିବା ସମୟରେ କିଛି ନିୟମ ପାଳନ କରିବା ଉଚିତ ।  ଯାହା ଦ୍ୱାରା ଆଗକୁ ଯାଇ କୌଣସି ଅସୁବିଧାର ସମ୍ମୁଖିନ ପଡିବ ନାହିଁ ।  ଶରୀର ସୁସ୍ଥ ରହିବ ।  ରୋଗ ଆଦି ହେବ ନାହିଁ । ଆମେରିକାସ୍ଥିତ ମହିଳା ପେଲବିକ ଡ଼ିସଫଙ୍କସନ ଏକ୍ସପର୍ଟ ତଥା ଗୁପ୍ତାଙ୍ଗ ବିଶେଷଜ୍ଞ ଡ଼ଃ ଟେରେସା ଈରବୀନଙ୍କ କହିବା ଅନୁଯାୟୀ ବ୍ଲେଡରର ସୁସ୍ଥତା ସହିତ ଅନ୍ୟାନ ସମସ୍ୟାରୁ ମୁକ୍ତି ପାଇବା ପାଇଁ ନିଁମୋକ୍ତ ଦିଗ ପ୍ରତି ଧ୍ୟାନ ଦେବା ଉଚିତ ।

ଭଲ ଜିନିଷ ଖାଆନ୍ତୁ: 

ଡାକ୍ତରଙ୍କ କହିବା ଅନୁଯାୟୀ ମୂତ୍ରାଶୟର ପୋଡାଜଳାରୁ ରକ୍ଷା ପାଇବା ପାଇଁ ଏମିତି ଖାଦ୍ୟ ଖାଆନ୍ତୁ ଯାହାଦ୍ୱାରା ପୋଡାଜଳା ହେବ ନାହିଁ ।  କଫି, କାର୍ବୋହାଇଡ୍ରେଟ ଡ୍ରିଙ୍କ, ଆର୍ଟିଫିସିଆଲ ସ୍ଵିଟନର, ମଦ ଆଦି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଆଦୌ ବି ଠିକ ନୁହେଁ ।  ଏହା ଦ୍ୱାରା ଜ୍ଵଳାପୋଡ଼ା ବି ହୋଇପାରେ ।  ଏହି ଖାଦ୍ୟ ଗୁଡିକୁ ବାଲାନ୍ସ କରି ଖାଆନ୍ତୁ ।  ଆଉ ଏହା ସହ ପ୍ରଚୁର ପାଣି ପିଅନ୍ତୁ ।

ପରିଶ୍ରା ରୋକନ୍ତୁ ନାହିଁ:

ଜଣେ ମହିଳା ସାଧାରଣତଃ ଦିନକୁ ଚାରି ରୁ ସାତ ଥର ପରିଶ୍ରା କରିବାକୁ ଯାଇଥାନ୍ତି ।  ଯଦି ଜଣଙ୍କୁ ପରିଶ୍ରା ଲାଗୁଥାଏ କିନ୍ତୁ ସେ ଜୋର ଜବରଦସ୍ତ ରୋକିଦିଅନ୍ତି ।  ଯଦି ଏହି ସ୍ଥିତି ଦୀର୍ଘ ଦିନ ପର୍ଯ୍ୟନ୍ତ ଲାଗି ରୁହେ ତେବେ ଆପଣଙ୍କ ମସ୍ତିସ୍କ ବି ସିଗ୍ନାଲ ଦେବା ବନ୍ଦ କରିଦେବ ।

ସଠିକ ସ୍ଥିତି ଓ ସମୟ:

ଡଃ ଈରବିନଙ୍କ କହିବା ଅନୁଯାୟୀ ପରିଶ୍ରା କରିବା ସମୟରେ ତରବର ହୁଅନ୍ତୁ ନାହିଁ । ସଠିକ ସ୍ଥିତିରେ ବସାନ୍ତୁ ।  ପୁରା 1 ମିନିଟ ଯାଏଁ ସମୟ ଦିଅନ୍ତୁ ।  ଅନେକ ମହିଳା କଣ କରନ୍ତିନା ପରିଶ୍ରା ଥଳି ଖାଲି କରିବାକୁ ଜମା ବି ସମୟ ନିଅନ୍ତି ନାହିଁ ।  ଏମିତି କରିବା ଦ୍ୱାରା ବ୍ଲେଡର ଭିତରେ ଭର୍ତି ହୋଇଥିବା ୟୁରିନ ଜୋରରେ ପ୍ରେସର କାରଣରୁ ଆଖପାଖର ମସଲସ ଉପରେ ପ୍ରେସର ପକେଇବ ।

ଛିଙ୍କିବା ସମୟରେ କଣ୍ଟ୍ରାକ୍ଟ କରନ୍ତୁ:

ଛିଙ୍କିବା ସମୟରେ ପେଲବିକ ମସଲ କଣ୍ଟ୍ରାକସନ ହୋଇଥାଏ ।  ଯାହା ଫଳରେ ପେଲବିକ ଫ୍ଲୋର ମସଲସ ମଜବୁତ ହୋଇଥାଏ । ଛିଙ୍କ ଆସିବା କ୍ଷଣି ପେଲବିକ ମସଲକୁ ଟାଇଟ କରନ୍ତୁ ।

ପେଲବିକ ମସଲର ଏକ୍ସରସାଇଜ:

ସେକରମ ଓ କୋକ୍ସିନ ପେଲବିକ ମସଲ ଗୁଡିକୁ ସୁରକ୍ଷା ଦେଇଥାଏ ।  ଯାହାକି ଅନ୍ତରୀଣ ପ୍ରଜନନ ଅଙ୍ଗ, ମୂତ୍ରାଶୟ ତଥା ପାଚନ ତନ୍ତ୍ରର ତଳ ଅଂଶକୁ ସୁରକ୍ଷା ଦେଇଥାଏ । ଏନେଇ ୱେଟ ଟ୍ରେନିଙ୍ଗ ତଥା ପେଲଵିକ ଏକ୍ସରସାଇଜ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.