ପ୍ରେଗନାନ୍ସି ପୂର୍ବରୁ ମହିଳାମାନଙ୍କୁ ଛାଡ଼ିଦେବାକୁ ହେବ ଏହି ୫ଟି ଅଭ୍ୟାସ

ମାଆ ହେବା ସବୁ ମହିଳାଙ୍କ ପାଇଁ ବହୁତ ଖୁସିର କଥା। ହେଲଦି ପ୍ରେଗନାନ୍ସି ପାଇଁ ଭଲ ଡାଏଟ ଏବଂ ବ୍ୟାୟାମ ସହିତ ଖରାପ ଅଭ୍ୟାସକୁ ମଧ୍ୟ ଛାଡ଼ିଦେବା ବହୁତ ଜରୁରୀ ହୋଇଥାଏ। ଆପଣଙ୍କର କିଛି ଖରାପ ଅଭ୍ୟାସ ଯୋଗୁ ଆପଣଙ୍କ ପିଲା ଉପରେ ଖରାପ ପ୍ରଭାବ ପଡ଼ିପାରେ। ଆଜି ଆମେ ଆପଣଙ୍କୁ କହିବୁ ପ୍ରେଗନାନ୍ସି ପୂର୍ବରୁ ଆପଣଙ୍କୁ କେଉଁ କେଉଁ ଖରାପ ଅଭ୍ୟାସ ସବୁକୁ ଛାଡ଼ିବାକୁ ହେବ।

medicine

୧. ଔଷଧ ସେବନ: କିଛି ମହିଳା ଛୋଟ ଛୋଟ ସମସ୍ୟା ଥିଲେ ବି ମେଡିସିନ ସେବନ କରିଥାନ୍ତି। କିନ୍ତୁ ଅଧିକ ଔଷଧ ଖାଇଲେ ଆପଣଙ୍କ ଗର୍ଭରେ ବଢ଼ିବାକୁ ଥିବା ସନ୍ତାନ ପାଇଁ ବହୁତ ହାନିକାରକ ହେବ।

୨. କଫିନ: ପ୍ରେଗନାନ୍ସି ପୂର୍ବରୁ ହେଉ କି ପରେ ଆପଣଙ୍କୁ କୌଣସି ବି ପ୍ରକାରେ ଏନର୍ଜି ଡ୍ରିଙ୍କ, କଫି, କଫିନ ଆଦି ସେବନ କରିବା ଛାଡ଼ିବାକୁ ହେବ। ଏହାଦ୍ୱାରା ଗର୍ଭପାତ ଏବଂ ସମୟ ପୂର୍ବରୁ ପିଲା ଜନ୍ମ ହେବାର ଆଶଙ୍କା ବଢ଼ିଯାଇଥାଏ।

sweet

୩. ମିଠା ସେବନ: .ଗର୍ଭବତୀ ହେବାକୁ ଚାହୁଁଥିଲେ ଏବେଠୁ ମିଠା ଖାଇବା କମ କରିଦିଅନ୍ତୁ। ଅଧିକ ମିଠା ଖାଇଲେ ଆପଣଙ୍କଠାରେ ଡାଇବେଟିଜ ଆଶଙ୍କା ବଢିଯାଇପାରେ, ଯାହାକି ଶିଶୁ ପାଇଁ ବିପଦ ସାଜିପାରେ।

୪. ବ୍ୟାୟାମ କରିବା: ବ୍ୟାୟାମ କରିବା ଭଲ କଥା, କିନ୍ତୁ ପିଲା କନସିଭ କଲେ ଅଥବା ପ୍ରେଗନାନ୍ସି ସମୟରେ ସୀମିତ ମାତ୍ରାରେ ବ୍ୟାୟାମ କରନ୍ତୁ। ଅଧିକ ବ୍ୟାୟାମ ତଥା ଅଧିକ କଷ୍ଟକର ବ୍ୟାୟାମ କଲେ ଗର୍ଭପାତ ହେବାର ସମ୍ଭାବନା ଥାଏ।

exercise

୫. ଚିନ୍ତା: ଅଧିକ ଚିନ୍ତାଗ୍ରସ୍ତ ରହିଲେ ଆପଣଙ୍କୁ ମାଇଗ୍ରେନ ଅଥବା ଡିପ୍ରେସନର ସମସ୍ୟା ହୋଇପାରେ, ଯାହାକି ଆପଣଙ୍କ ଶିଶୁ ପାଇଁ ବିପଦ ସାଜିପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.