ମହିଳା ମାନେ ଭୁଲରେ ବି ଛୁଇଁବା କଥା ନୁହେଁ ଏହି ସବୁ ଖାଦ୍ୟ, ଶରୀର ଉପରେ ପକାଏ କୁପ୍ରଭାବ

ଖାଦ୍ୟ ମଧ୍ୟରୁ କିଛିକୁ ଶରୀର ପାଇଁ ଉପାଦେୟୀ ଧରାଯାଉଥିବା ବେଳେ କିଛିକୁ ଶରୀର ପାଇଁ ଘାତକ ଭାବେ ଧରାଯାଏ । ସେଥିପାଇଁ ଏକ୍ସପର୍ଟ ମାନେ ସବୁବେଳେ ଏମିତି ଖାଦ୍ୟ ଖାଇବାକୁ ପରାମର୍ଶ ଦିଅନ୍ତି ଯେଉଁଥିରେ ଶରୀରକୁ ଫାଇଦା ମିଳିବା ସହିତ ଶରୀର ବି ସୁସ୍ଥ ରହିବ । ଗୋଟେ ପଟରେ ଶରୀରକୁ ଲାଭ ପହଞ୍ଚାଉଥିବା ଖାଦ୍ୟ ଗୁଡିକର ତାଲିକା ଲମ୍ବା ଥିବାବେଳେ କ୍ଷତି ପହଞ୍ଚାଉଥିବା ଖାଦ୍ୟର ତାଲିକା ବି କିଛି ଛୋଟ ନାହିଁ । ମହିଳାଙ୍କ କ୍ଷେତ୍ରରେ ଦେଖିଲେ ଏକ୍ସପର୍ଟ ମାନେ ସେମାନଙ୍କୁ କିଛି କିଛି ଖାଦ୍ୟ ନଖାଇବା ପାଇଁ ପରାମର୍ଶ ଦେଇଥାନ୍ତି । କାରଣ ଏହି ଖାଦ୍ୟ ଗୁଡିକୁ ମହିଳାଙ୍କ ପାଇଁ ହିତକର ବୋଲି ଧରାଯାଏ ନାହିଁ । ତେବେ ଏମିତି କଣ ଖାଦ୍ୟ ପଦାର୍ଥ ଅଛି, ଯାହାକୁ ମହିଳା ମାନେ ଖାଇବାକୁ ଚାହାନ୍ତି ନାହିଁ ଆସନ୍ତୁ ଜାଣିରଖିବା ।

1. ବିନା ଫ୍ୟାଟ ଵାଲା ଦହି:

ଦହି ଖାଇବା ଅନେକଙ୍କର ପସନ୍ଦ । କିନ୍ତୁ ମହିଳା ମାନଙ୍କୁ ବିନା ଫ୍ୟାଟ ଵାଲା ଦହି ନଖାଇବାକୁ ପରାମର୍ଶ ଦିଆଯାଇଥାଏ । ମାର୍କେଟରେ ମିଳୁଥିବା ବିନା ଫ୍ୟାଟ ଵାଲା ଦହିରେ ଚିନି ଅଧିକ ପରିମାଣରେ ଥାଏ । ଯାହାଦ୍ୱାରା ବ୍ଲଡ଼ ସୁଗାର ଲେବଲ ଓ ଇନ୍ସୁଲିନ ବଢିଯାଏ । ହ୍ୟୁମାନ ରିପ୍ରଡକ୍ସନ ଜର୍ନାଲରେ ପବ୍ଲିସ ହୋଇଥିବା ଏକ ରିପୋର୍ଟ ଅନୁଯାୟୀ, ଯେଉଁ ମହିଳା ମାନେ ଲୋ ଫ୍ୟାଟ ଡାଏରୀ ପ୍ରଡକ୍ଟ ଅଧିକ ଖାଇଥାନ୍ତି ସେମାନଙ୍କ ଠାରେ ଓ଼ବୁଲେଟରି ଇନଫର୍ଟିଲିଟି ହେବାର ଆଶଙ୍କା ୮୫ ପ୍ରତିଶତ ପର୍ଯ୍ୟନ୍ତ ଅଧିକ ଥାଏ । ତେଣୁ ଭଲ ହେବ ଫୁଲ ଫ୍ୟାଟ ଵାଲା ପ୍ଲେନ ଦହି କିମ୍ବା ଗ୍ରୀକ ୟୋଗର୍ଟ ସେବନ କରନ୍ତୁ ।

2. ଧଳା ବ୍ରେଡ;

ଧଳା ବ୍ରେଡ ହେଉଛି ଏକ ପ୍ରକାର ରିଫାଇଣ୍ଡ କାର୍ବ । ଆଉ ଆମ ଶରୀର ରିଫାଇଣ୍ଡ କାର୍ବକୁ ଚିନି ପରି ଗ୍ରହଣ କରିଥାଏ । ରିଫାଇଣ୍ଡ କାର୍ବରେ ଫାଇବର ଜମା ବି ନଥାଏ । ଏମିତି କାର୍ବ ବ୍ଲଡ଼ ସୁଗାର ପରିମାଣ ବଢ଼ାଇବା ସହିତ ଇନ୍ସୁଲିନ ଲେବଲ ବୃଦ୍ଧି କରିଥାଏ । ଯେଉଁ ମହିଳା ମାନେ ପଲିସିସ୍ଟିକ ଓଭାରି ସିଣ୍ଡ୍ରୋମରେ ପୀଡିତ ସେମାନଙ୍କ ପାଇଁ ଏହି ଖାଦ୍ୟ ଘାତକ ସାଜିପାରେ ।

diet drinks

3. ଡାଏଟ ସୋଡା଼:

ଡାଏଟ ସୋଡା଼ରେ ହୁଏତ କ୍ୟାଲୋରୀ ମାତ୍ରା କମ ଥାଇପାରେ । କିନ୍ତୁ ଏଥିରେ କେମିକାଲ ଓ ପ୍ରିଜର୍ଭେଟିଭ ଅଧିକ ପରିମାଣରେ ମିଳିଥାଏ । ଜର୍ନାଲ ଅଫ ଦ ଆମେରିକାନ ଜେରୀୟାଟ୍ରିକ୍ସ ସୋସାଇଟିରେ ପବ୍ଲିସ ହୋଇଥିବା ଷ୍ଟଡି ଅନୁଯାୟୀ, ଯେଉଁମାନେ ନିୟମିତ ଭାବରେ ଡାଏଟ ସୋଡା଼ ପିଅନ୍ତି, ସେମାନଙ୍କ ଠାରେ ସୋଡା଼ ନ ପିଇବା ଲୋକଙ୍କ ତୁଳନାରେ 3 ଗୁଣା ଅଧିକ ପେଟ ଚର୍ବି ବଢିବା ନେଇ ଆଶଙ୍କା ଥାଏ ।

4. ଫଳ ରସ:

ଫଳ ରସ ସ୍ୱାସ୍ଥ୍ୟ ପାଇଁ ଭଲ । କିନ୍ତୁ ଏଥିରେ ଚିନି ଅତ୍ୟଧିକ ପରିମାଣରେ ଥାଏ । ପ୍ରତି 4ରେ ଜଣେ ମହିଳାଙ୍କ ଠାରେ ହାର୍ଟ ଜନିତ ସମସ୍ୟା ଥାଏ । ତେଣୁ ମହିଳା ମାନେ ଏହାକୁ ଏତେ ନପିଇବା ଆବଶ୍ୟକ । କ୍ଲିନିକାଲ କାର୍ଡିଓଲୋଜିସ୍ଟ ଓ ନେନୋ ହେଲ୍ଥ ଆସୋସିଏଟର ସହ ସଂସ୍ଥାପକ ଏଡ଼ମ ସ୍ପ୍ଲେଵଲଙ୍କ ଅନୁଯାୟୀ, କୌଣସି ବି ଖାଦ୍ୟ ଯେଉଁଥିରେ ଗ୍ଲୁକୋଜ, ଫ୍ରୁକଟୋଜ ବା ଅନ୍ୟ କୌଣସି ପ୍ରକାରର ଚିନି ଅଧିକ ଥାଏ,ଏହା ହାର୍ଟ ପାଇଁ ଖୁବ ଘାତକ ହୋଇଥାଏ ।

5. କଫି କ୍ରିମର:

ଆପଣମାନେ ଦେଖିଥିବେ ମାର୍କେଟରେ ମିଳୁଥିବା କଫି ଉପରେ କ୍ରିମ ପକେଇ ଦିଆଯାଇଥାଏ । ଯାହା ଫଳରେ ତାହାର ସ୍ୱାଦ ବଢିଯାଏ । ଏହି କଫି କ୍ରିମର ଟ୍ରାନ୍ସ ଫ୍ୟାଟର ଏକ ଭଲ ଉତ୍ସ । ଯାହାକୁ ବନେଇବା ପାଇଁ ହାଇଡ୍ରୋଜେନ ଅଏଲ ମିଶାଯାଇଥାଏ । ଏହି ଅଏଲ ହାର୍ଟକୁ କ୍ଷତି ପହଂଚାଇଥାଏ ।

Leave A Reply

Your email address will not be published.