ଯଦି ଆପଣ ବି ଚାଁହୁଛନ୍ତି ନର୍ମାଲ ଡେଲିଭରି ତାହେଲେ କରନ୍ତୁ ଏହି ତିନୋଟି କାମ

ପ୍ରାୟତଃ ସବୁ ମହିଳାମାନେ ଚାହିଁଥାନ୍ତି ଯେ ତାଙ୍କର ନର୍ମାଲ ଡେଲିଭରି ହେଉ ଯାହାଦ୍ୱାରା ସେମାନଙ୍କୁ ଅଧିକ ଶାରୀରିକ ଯନ୍ତ୍ରଣାର ସାମ୍ନା କରିବାକୁ ପଡିବ ନାହିଁ । ସେଥିପାଇଁ ଆଜି ଆମେ ଆପଣଙ୍କୁ ଜଣାଇବାକୁ ଚାଁହୁଛୁ ଯେ ଗର୍ଭାବସ୍ଥା ସମୟରେ କଣ କରିବା ଦ୍ୱାରା ଗର୍ଭବତୀ ମହିଳାଙ୍କର ନର୍ମାଲ ଡେଲିଭରି ହେବ ।

ସାଧାରଣତଃ ଗର୍ଭାବସ୍ଥା ସମୟରେ ଅଧିକାଂଶ ମହିଳା ଏନେଇ ଚିନ୍ତାରେ ରହିଥାନ୍ତି କି ତାଙ୍କ ପିଲା କିପରି ସୁସ୍ଥ ରହିବ ଏବଂ କିପରି ଠିକ ଭାବେ ଜନ୍ମ ନେବ । ପିଲାର ନର୍ମାଲ ଡେ଼ଲିଭରୀ ହେବ କି ସିଜରିଆନ ଅପରେସନ ଏହି ସବୁ ପ୍ରଶ୍ନକୁ ନେଇ ସାଧାରଣତଃ ମା’ ମାନେ ଚିନ୍ତାରେ ରହିଥାନ୍ତି । ପ୍ରାୟତଃ ସବୁ ମହିଳାମାନେ ଚାହିଁଥାନ୍ତି ଯେ ତାଙ୍କର ନର୍ମାଲ ଡେଲିଭରି ହେଉ ଯାହାଦ୍ୱାରା ସେମାନଙ୍କୁ ଅଧିକ ଶାରୀରିକ ଯନ୍ତ୍ରଣାର ସାମ୍ନା କରିବାକୁ ପଡିବ ନାହିଁ । ସେଥିପାଇଁ ଆଜି ଆମେ ଆପଣଙ୍କୁ ଜଣାଇବାକୁ ଚାଁହୁଛୁ ଯେ ଗର୍ଭାବସ୍ଥା ସମୟରେ କଣ କରିବା ଦ୍ୱାରା ଗର୍ଭବତୀ ମହିଳାଙ୍କର ନର୍ମାଲ ଡେଲିଭରି ହେବ ।

ଚିନ୍ତାରୁ ଦୁରେଇ ରୁହନ୍ତୁ

ଗର୍ଭାବସ୍ଥା ସମୟରେ ଯଦି କୌଣସି ମହିଳା ଚିନ୍ତା କିମ୍ବା ଡିପ୍ରେସନରେ ରୁହନ୍ତି ତାହେଲେ ଜନ୍ମ ହେବାକୁ ଯାଉଥିବା ସନ୍ତାନର ମାନସିକ ବିକାଶ ଉପରେ ଅଧିକ ପ୍ରଭାବ ପଡ଼ିଥାଏ । ଗର୍ଭାବସ୍ଥା ସମୟରେ ଚିନ୍ତାଠାରୁ ଦୁରେଇ ରହିବା ପାଇଁ ମନ ପସନ୍ଦର ବହି ପଢନ୍ତୁ । ନିଜକୁ ଭଲ ଲାଗୁଥିବା ଯେକୌଣସି କାମ କରନ୍ତୁ । ଗର୍ଭାବସ୍ଥା ସମୟରେ ସର୍ବଦା ଲଢେଇ କିମ୍ବା ଝଗଡା ଠାରୁ ଦୁରେଇ ରୁହନ୍ତୁ ।

ସବୁବେଳେ ସୁସ୍ଥ ରୁହନ୍ତୁ

ଗର୍ଭାବସ୍ଥା ସମୟରେ ଯଦି ମହିଳା କୌଣସି ପ୍ରକାର ଅସୁସ୍ଥତା ଅନୁଭବ କରୁଛନ୍ତି ତାହେଲେ ତୁରନ୍ତ ତାହାର ଚିକିତ୍ସା କରାନ୍ତୁ । ଗର୍ଭାବସ୍ଥା ସମୟରେ କେବେ ବି ମହିଳାଙ୍କୁ ଦୁର୍ବଳତା ଓ ଶରୀରରେ ରକ୍ତର ଅଭାବ ହେବାକୁ ଦିଅନ୍ତୁ ନାହିଁ । କାରଣ ଏହି ସମୟରେ ମହିଳାଙ୍କ ଦେହରେ ଅଧିକ ରକ୍ତର ଆବଶ୍ୟକତା ରହିଥାଏ ଏବଂ ଅଧିକ ରକ୍ତ ମଧ୍ୟ ବାହାରିଥାଏ । ସେଥିପାଇଁ ଗର୍ଭବତୀ ମହିଳାଙ୍କୁ ଅଧିକରୁ ଅଧିକ ଫଳ ଖାଇବା ଆବଶ୍ୟକ । ଯାହାଦ୍ୱାରା ଶରୀରରେ ରକ୍ତର ଅଭାବ ରହିବ ନାହିଁ ଓ ଡେ଼ଲିଭରୀ ସମୟରେ କୌଣସି ସମସ୍ୟାର ସମୁଖୀନ ହେବାକୁ ପଡିବ ନାହିଁ ।

ଅଧିକ ମାତ୍ରାରେ ପାଣି ପିଅନ୍ତୁ

ମହିଳାଙ୍କ ଗର୍ଭରେ ଯେଉଁ ସନ୍ତାନ ବଢିଥାଏ ସେ ଏକ ପାଣିର ଥଳି ମଧ୍ୟରେ ରହିଥାଏ ଯାହାକୁ ଅମନିୟୋଟିକ ଫ୍ଲୁଇଡ କୁହାଯାଏ । ସେଥିପାଇଁ ଗର୍ଭାବସ୍ଥା ସମୟରେ ମହିଳା ମାନଙ୍କୁ ଅଧିକରୁ ଅଧିକ ପାଣି ପିଇବା ଅତ୍ୟନ୍ତ ଆବଶ୍ୟକ ହୋଇଥାଏ ଯାହାଦ୍ୱାରା ନର୍ମାଲ ଡେଲିଭରି ହେବାର ସମ୍ଭାବନା ବଢ଼ିଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.