ଲାଇଫ୍ ଷ୍ଟାଇଲ୍

ଆଖି ତଳ କଳା ପଡ଼ୁଛି କି? ଏହି ସବୁ ଉପାୟ ଆପଣାନ୍ତୁ ଏଥିରୁ ମୁକ୍ତି ପାଆନ୍ତୁ

ଆଜିର ଯୁବ ପିଢ଼ି କମ୍ପ୍ୟୁଟର ଏବଂ ସ୍ମାର୍ଟ ଫୋନରେ ଅଧିକ ସମୟ ବ୍ୟସ୍ତ ରହୁଛନ୍ତି। ଫେସବୁକ, ହ୍ୱାଟ୍ସଆପ୍ ଓ ଟ୍ୱିଟରରେ ରାତି ବିତିଯାଉଛି। ଆଉ ଏବେ ମହାମାରୀ କାରଣରୁ ୱାର୍କ ଫ୍ରମ୍‌ ହୋମ ସୁବିଧା ମିଳୁଥିବାରୁ ସବୁବେଳେ କମ୍ପ୍ୟୁଟର କିମ୍ବା ମୋବାଇଲ୍‌ ସ୍କ୍ରିନ୍ ସାମ୍ନାରେ ବସିବାକୁ ପଡ଼ୁଛି। ଯାହା ଆମକୁ ବହୁତ କ୍ଷତି ପହଞ୍ଚାଉଛି। କମ୍ପ୍ୟୁଟର ସ୍କ୍ରିନ୍ ଆଗରେ ଅଧିକ ସମୟ ବିତେଇବା ଦ୍ୱାରା ଅଧିକାଂଶ ଲୋକଙ୍କର ଆଖି ତଳ କଳା ପଡ଼ୁଥିବା ଦେଖାଯାଉଛି। ଏସବୁର କାରଣ ଇଲେକ୍ଟ୍ରୋନିକ୍ସ ଗ୍ୟାଜେଟରୁ ବାହାରୁଥିବା ନୀଳ ରଶ୍ମୀ। ଯାହା ଆଖିକୁ କ୍ଷତି ପହଞ୍ଚାଉଛି।

ଆଖି ତଳ କାହିଁକି କଳା ପଡ଼ୁଛି ଜାଣନ୍ତୁ

ଆଖି ତଳେ ଅର୍ବିକ୍ୟୁଲାରିସ୍ ଓକୁଲି ନାମକ ଏକ ପ୍ରକାରର ବୃତାକାର ମାଂସପେଶୀ ରହିଥାଏ। ଆଉ ବ୍ଲୁ ଲାଇଟ୍ ଏହାକୁ କ୍ଷତି ପବଞ୍ଚାଇ ଥାଏ। ଗ୍ୟାଜଟରୁ ବାହାରୁଥିବା ଆଲୋକ ଆଖିତଳ ଚର୍ମକୁ ଶୁସ୍କ କରିଦିଏ। ସେଥିପାଇଁ ଆଖି ପୋଡ଼ିବା, ଆଖିରେ ଲାଲ୍ ସିର ପଡ଼ିବା ସହିତ ଆଖି ବଥା ହେବା ଭଳି ସମସ୍ୟା ଦେଖାଯାଏ। ଦୃଷ୍ଟି ଶକ୍ତିକୁ କ୍ଷତି ପହଞ୍ଚିବାର ମଧ୍ୟ ଆଶଙ୍କା ରହିଛି। ତେବେ ସାବଧାନା ଅବଲମ୍ବନ କଲେ ଏଭଳି ସମସ୍ୟାକୁ ଦୂରେଇ ଦେଇ ହେବ।

ଏଥିରୁ ବର୍ତ୍ତିବା ପାଇଁ କ’ଣ କରିବେ ଆସନ୍ତୁ ଜାଣିବା

ଆଖିର ଯତ୍ନ ନେବା ସହିତ କଳା ଦାଗରୁ ମୁକ୍ତି ପାଇବା ପାଇଁ ହେଲେ ଅଣ୍ଡର ଆଇ ରୁଟିନକୁ ଫଲୋ କରିବାକୁ ପଡ଼ିବ। ଏଥିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ମଶ୍ଚରାଇଜର। ଆଖି ତଳେ ଥିବା ଚର୍ମ ଅତ୍ୟନ୍ତ ସୂକ୍ଷ୍ମ ଏବଂ ଅତି ଶୀଘ୍ର ଶୁଖିଯାଏ। ସେଥିପାଇଁ ମଶ୍ଚରାଇଜର ବ୍ୟବହାର କରିବା ନିହାତି ଜରୁରୀ।

ସେହିପରି ଭିଟାମିନ ଇ ପରିମାଣ ଅଧିକ ଥିବା ଅଣ୍ଡର ଆଇ ପ୍ରଡକ୍ଟ୍ସ ବ୍ୟବହାର କରନ୍ତୁ। ରାତିରେ ଶୋଇବା ପୂର୍ବରୁ ଆଖି ତଳେ ବାଦାମ ତେଲ ମାଲିସ କରିପାରିବେ। ଯେମିତି ଆଖି ତଳେ ଅଧିକ ଚାପ ନ ପଡ଼େ ସେଥିପ୍ରତି ଧ୍ୟାନ ଦେବେ। ତେବେ ଆଖି ଭଳି ସମ୍ବେଦନଶୀଳ ଅଙ୍ଗରେ କୌଣସି ଔଷଧ କିମ୍ବା ପ୍ରାସାଧାନ ସାମଗ୍ରୀ ବ୍ୟବହାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ କରିବା ନିହାତ ଆବଶ୍ୟକ।

Barsha

Recent Posts

ଚେନ୍ନାଇରୁ ମୁମ୍ବାଇ ଯାଉଥିବା IndiGo ବିମାନକୁ ବୋମା ଧମକ, କ୍ରୁ ସଦସ୍ୟଙ୍କୁ ମିଳିଲା ଧମକପୂର୍ଣ୍ଣ ଚିଠି

ଇଣ୍ଡିଗୋ ବିମାନକୁ ପୁଣି ବୋମା ଧମକ । ଚେନ୍ନାଇରୁ ମୁମ୍ବାଇ ଯାଉଥିବା ଏକ ଇଣ୍ଡିଗୋ ବିମାନକୁ ବୋମାରେ ଉଡ଼ାଇ ଦେବାକୁ…

3 mins ago

କଣ୍ଟାବାଞ୍ଜି: ମାଲବୋଝେଇ ଟ୍ରେନ ଲାଇନଚ୍ୟୁତ, ଟ୍ରାକ୍ ବାହାରକୁ ପଳାଇଲା ୪ଟି ବଗି

କଣ୍ଟାବାଞ୍ଜି(କେନ୍ୟୁଜ୍‌): goodଯାହାଫଳରେ ଏହି ଟ୍ରାକରେ ଟ୍ରେନ୍ ଚଳାଚଳ ବନ୍ଦ ହୋଇଥିଲା । ଖୋଦ ସମ୍ବଲପୁର ଡିଭିଜନ ଡିଆରଏମ ଓ ରେଳବାଇ…

4 mins ago

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା, ଇଭିଏମ୍‌ ଏବଂ ଭିଭିପାଟ୍‌କୁ ପୋଖରୀରେ ଫିଙ୍ଗିଲେ ଲୋକ

ଆଜି ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟିଂ ଜାରି ରହିଛି । ଏହା ମଧ୍ୟରେ ପଶ୍ଚିମବଙ୍ଗରେ ପୁଣି ଦେଖିବାକୁ ମିଳିଛି…

24 mins ago

ମହାକାଳପଡ଼ାରେ ୩୦ ବୁଥରେ EVM ଅଚଳ ଖବର ସମ୍ପୂର୍ଣ୍ଣ ମିଛ : ସିଇଓ

ମହାକାଳପଡ଼ା(କେନ୍ୟୁଜ୍‌): ମହାକାଳପଡ଼ାରେ ୩୦ ବୁଥରେ EVM ଅଚଳ ଖବର ସମ୍ପୂର୍ଣ୍ଣ ମିଛ । ପ୍ରେସ୍ ମିଟରେ ସ୍ପଷ୍ଟ କଲେ ମୁଖ୍ୟ…

26 mins ago

ଯୁଦ୍ଧ ଶେଷ କରିବାର ସମୟ ଆସିଛି : ବାଇଡେନ

ଯୁଦ୍ଧ ଶେଷ କରିବାର ସମୟ ଆସିଛି । ଗାଜାରେ ଯୁଦ୍ଧ ଶେଷ କରିବା ପାଇଁ ପ୍ରସ୍ତାବ ରଖିଛନ୍ତି ଆମେରିକା ରାଷ୍ଟ୍ରପତି…

39 mins ago

୫୬ ଡିଗ୍ରୀରେ ରେକର୍ଡ ଭାଙ୍ଗିଲା ନାଗପୁର, କେତେ ଡିଗ୍ରୀ ତାପମାତ୍ରା ସହ୍ୟ କରିପାରିବ ମଣିଷ ଶରୀର?

ଏଥର ଗରମ ସମସ୍ତ ରେକର୍ଡ ଭାଙ୍ଗିଦେଇଛି । ଚଳିତ ବର୍ଷ ସମଗ୍ର ଭାରତରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେଉଛି, ଏଥିଯୋଗୁଁ…

42 mins ago