କର୍ମଜୀବୀ ମହିଳାଙ୍କୁ ଭୋଗିବାକୁ ପଡ଼ିଥାଏ ଏହି ସବୁ ସମସ୍ୟା, ସ୍ବାମୀମାନେ ଜାଣି ରଖିବା ଉଚିତ

ଆଜିକାଲି ମହିଳାମାନେ ନିଜ ଗୋଡ଼ରେ ଛିଡ଼ାହେବାକୁ ଚାହାଁନ୍ତି। ଯେପରି ସେମାନେ ନିଜେ କିଛି ରୋଜଗାର କରିପାରିବେ ଏବଂ ନିଜ ଆବଶ୍ୟକତା ପୂରଣ ପାଇଁ ଆଉ କାହା ଆଗରେ ହାତ ପତାଇବେ ନାହିଁ। କିନ୍ତୁ ସବୁ ମହିଳା ଜାଣିଥାଆନ୍ତି, ଜଣେ କର୍ମଜୀବୀ ମହିଳାଙ୍କ ଜୀବନ ଏତେ ସହଜ ହୋଇ ନ ଥାଏ। ତାଙ୍କୁ ଘର-ପରିବାରର ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ଆସନ୍ତୁ ଜାଣିବା କର୍ମଜୀବୀ ମହିଳାଙ୍କର କ’ଣ ରହିଛି ସମସ୍ୟା।

ମହିଳାମାନେ ଯେତେ ବି ପଇସା ରୋଜଗାର କରନ୍ତୁ ନା କାହିଁକି, ତାଙ୍କୁ ଘରର ସବୁ କାମ କରିବାକୁ ପଡ଼ିଥାଏ। ଘରର ପୁରୁଷମାନେ ଏହି କାମରେ ଆଦୌ ହାତ ଦିଅନ୍ତି ନାହିଁ। ତେଣୁ କର୍ମଜୀବୀ ମହିଳାଙ୍କ ଉପରେ ଉଭୟ ଆଡ଼ୁ କାମର ବୋଝ ରହିଥାଏ। ତେଣୁ ସେମାନେ ଜଲଦି ଥକିପଡ଼ନ୍ତି।

ଏହାସହ ପଢ଼ନ୍ତୁ: ପୌରୁଷତ୍ୱ ସମସ୍ୟା ଦୂର କରିବ ହେଙ୍ଗୁ, କରନ୍ତୁ ଏପରି ବ୍ୟବହାର

ଯେଉଁ ମହିଳାଙ୍କର ଛୁଆ ଅଛନ୍ତି, ସେମାନଙ୍କ ପାଇଁ ଚାକିରି କରିବା ଏବଂ ଘର ସମ୍ଭାଳିବା ଆହୁରି ମୁସ୍କିଲ ହୋଇଯାଇଥାଏ। କାହିଁକି ନା, ଛୋଟ ପିଲାଙ୍କ ଦେଖାଶୁଣା କରିବାରେ ସମୟ ଦେବାକୁ ପଡ଼ିଥାଏ। ତେଣୁ ଘରର ପୁରୁଷ ଚାହିଁଲେ, ସେମାନେ ବି ଛୁଆର ଦେଖାଶୁଣା କରି ମହିଳାଙ୍କ କାମକୁ ସାମାନ୍ୟ ହାଲୁକା କରିପାରିବେ।

ଏହାସହିତ ମହିଳାମାନଙ୍କୁ ଅଫିସରେ ମଧ୍ୟ କାମର ପ୍ରେସର ରହିଥାଏ। ସେପଟେ ଅଫିସର କିଛି ପୁରୁଷ ସହକର୍ମୀ ମହିଳାମାନେ ଅଫିସର କିଛି କାମ ଠିକ୍ ଭାବେ କରିପାରନ୍ତି ନାହିଁ ବୋଲି ସେମାନଙ୍କୁ କମେଣ୍ଟ କରନ୍ତି, ଯେଉଁଥିପାଇଁ ମହିଳାମାନେ ସମସ୍ୟାରେ ପଡ଼ିଥାଆନ୍ତି।
ଯଦି ଘରର ମହିଳାମାନେ ସ୍ବାମୀଙ୍କଠାରୁ ଅଧିକ ପଇସା ରୋଜଗାର କରନ୍ତି, ତା’ହେଲେ ସ୍ବାମୀଙ୍କ ଆତ୍ମସମ୍ମାନକୁ ଠେସ୍ ପହଞ୍ଚିଥାଏ। ଆଉ ତାଙ୍କୁ ସ୍ତ୍ରୀ ଚାକିରି କରିବା ପସନ୍ଦ ଆସି ନ ଥାଏ। ଏଭଳି ନ କରି ସ୍ବାମୀଙ୍କୁ ନିଜ ସ୍ତ୍ରୀ ପାଇଁ ଖୁସି ହେବା ଦରକାର।

Roshni

Recent Posts

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

4 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

21 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

53 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

55 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

1 hour ago