ଅପ୍ରେଲ ୭ ବିଶ୍ୱ ସ୍ୱାସ୍ଥ୍ୟ ଦିବସ, ଦୁର୍ବଳ ଲାଗୁଥିଲେ ଖାଆନ୍ତୁ ଏହି ସବୁ ଖାଦ୍ୟ

ପ୍ରତିବର୍ଷ ଅପ୍ରେଲ ୭ ତାରିଖକୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଭାବେ ପାଳନ କରାଯାଏ । ଏହି ଦିନକୁ ପ୍ରତ୍ୟେକ ମେଡ଼ିକାଲରେ ଓ ବଡ଼ ବଡ଼ ଅର୍ଗାନାଇଜେସନରେ ପାଳନ କରାଯାଉଛି। ସ୍ବାସ୍ଥ୍ୟ ଦିବସ ପାଇଁ ଡ଼ାକ୍ତର ମଧ୍ୟ ଏମିତି କିଛି ଖାଦ୍ୟ ଖାଇବା ପାଇଁ କହିଛନ୍ତି ଯାହାକି ଆପଣଙ୍କ ଶରୀରର ଦୁର୍ବଳତାକୁ ଦୂର କରିବ। ଆପଣ ଜାଣିଛନ୍ତି ବର୍ତ୍ତମାନ ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ଅନେକ ଲୋକ ନିଜ ଖାଦ୍ୟ ପେୟ ଉପରେ ମଧ୍ୟ ଧ୍ୟାନ ଦେଉନାହାନ୍ତି। ଯାହାପାଇଁ ସେମାନେ ଅସୁବିଧାର ସାମ୍ନା କରନ୍ତି ଓ ଦୁର୍ବଳତାର ଶିକାର ହୁଅନ୍ତି। ସେଥିପାଇଁ ଅନେକ ପ୍ରକାର ଔଷଧ ମଧ୍ୟ ଖାଇଥାନ୍ତି। କିନ୍ତୁ ଏହି ଔଷଧ ଖାଇବା ବଦଳରେ ଜଣେ ଯଦି ଏହାକୁ ଦୂର କରିବା ପାଇଁ ଖାଦ୍ୟ ଖାଇବେ ତେବେ ଅଧିକ ଦିନ ସୁସ୍ଥ ରହିବେ। କୌଣସି ମେଡିସିନ ରିଆକ୍ସନ ମଧ୍ୟ ହେବ ନାହିଁ। ତେଣୁ ଲୋକଙ୍କୁ ନିଜ ସ୍ୱାସ୍ଥ୍ୟ ବିଷୟରେ ଅବଗତ କରାଇବା ପାଇଁ ପ୍ରତିବର୍ଷ ଅପ୍ରେଲ ୭ ତାରିଖକୁ ‘ବିଶ୍ୱ ସ୍ୱାସ୍ଥ୍ୟ ଦିବସ’ ଭାବେ ପାଳନ କରାଯାଏ। ତେବେ ଆସନ୍ତୁ ଜାଣିବା କେଉଁ ଖାଦ୍ୟ ଖାଇଲେ ଦୁର୍ବଳତା ଦୂର ହେବ।

ପାଳଙ୍ଗ:

spinach
picture credit- health line

ପୋଷକ ତତ୍ତ୍ୱରେ ଭରପୂର ଏହି ଶାଗ। ସେଥିପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପାଳଙ୍ଗକୁ ପୃଥିବୀର ସବୁଠାରୁ ଭଲ ଶାଗ ବୋଲି କୁହନ୍ତି। ଏଥିରେ କମ୍ କ୍ୟାଲୋରୀ ରହିଛି ଓ ପାଳଙ୍ଗକୁ ଭିଟାମିନ୍ ଏ, କେ ଏବଂ ଫୋଲେଟ୍ ର ଏକ ଉତ୍ତମ ଉତ୍ସ ଭାବରେ ବିବେଚନା କରାଯାଏ। ଏହାକୁ ସବୁ ଖାଦ୍ୟ ସହିତ ମିଶାଇ ଆପଣ ଖାଇ ପାରିବେ। ସବୁଠୁ ଭଲ କଥା ହେଉଛି ଯେ ପାଳଙ୍ଗ ଶାଗ, ସବୁ ମାର୍କେଟରେ ସହଜରେ ମିଳିଯିବ। ତେଣୁ ଆପଣ ଯଦି ଦୁର୍ବଳ ଅନୁଭବ କରୁଛନ୍ତି ଏହାକୁ ସବୁଦିନେ ନିଜ ଖାଇବାରେ ଖାଇପରିବେ।

ରସୁଣ:

ରସୁଣରେ ଖାସ କରି ଆଣ୍ଟିଅକ୍ସିଡ଼ାଣ୍ଟ ଭରପୁର ପରିମାଣରେ ରହିଛି। ରସୁଣ ଆମ ଶରୀର ପାଇଁ ଅନେକ ଲାଭ କରିଥାଏ। ରସୁଣ ଅନେକ ଭାଇରସ ସହିତ ଲଢ଼ିଥାଏ ଓ ରୋଗପ୍ରତିରୋଧୋକ ଶକ୍ତିକୁ ବଢାଇଥାଏ। ଏଥିରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିବା ସହିତ ଏହା କୋଲେଷ୍ଟ୍ରଲ କମାଇବା ସହିତ ରକ୍ତଚାପ ମଧ୍ୟ ନିୟନ୍ତ୍ରଣ କରିଥାଏ। ତେଣୁ ଏହାକୁ ମଧ୍ୟ ସବୁଦିନେ ଖାଇବା ଦରକାର।

ଲେମ୍ବୁ:

ଲେମ୍ବୁକୁ ଅନେକ ଦିନ ଧରି ସ୍ୱାସ୍ଥ୍ୟ ପାଇଁ ଏକ ସୁପରଫୁଡ୍ ଭାବରେ ଚୟନ କରାଯାଉଛି। ଏଥିରେ ମଧ୍ୟ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି। ଏହା ଶରୀରରେ କର୍କଟ କୋଷର ବିକାଶକୁ ମଧ୍ୟ ରୋକିପାରେ। ଏଥିରେ ଭିଟାମିନ୍-ସି ଭରପୁର ମାତ୍ରାରେ ରହିଛି। ଲେମ୍ବୁ ଆମ ଯକୃତ ଏବଂ ଅନ୍ତନଳୀ ପାଇଁ ମଧ୍ୟ ବହୁତ ଲାଭଦାୟକ। ଗ୍ରୀଷ୍ମ ଋତୁରେ ଲେମ୍ବୁ ପାଣି ପିଇବା ମଧ୍ୟ ବହୁତ୍ ଲାଭଦାୟକ। ତେଣୁ ଏହାକୁ ମଧ୍ୟ ପ୍ରତ୍ୟେକଦିନ ଖାଦ୍ୟରେ ମିଶାଇ ଖାଇବା ଦରକାର।

ବିଟ୍ରୁଟ୍:

ଆମେ ପ୍ରାୟତ ଅନେକ ନାଲି ଫଳକୁ ଅଣଦେଖା କରୁ। କିନ୍ତୁ ଏହାର ଉପକାରିତା ଜାଣିବା ପରେ, ଆପଣ ଏପରି ଭୁଲ କରିବେ ନାହିଁ। ବିଟ୍ରୁଟ୍ କେବଳ ଆମର ମସ୍ତିଷ୍କ ପାଇଁ ଭଲ ନୁହେଁ, ଏହା ରକ୍ତଚାପକୁ ମଧ୍ୟ ନିୟନ୍ତ୍ରଣ କରିଥାଏ। ଏହାକୁ ଖାଇବା ଦ୍ୱାରା ଶରୀରକୁ ଏହା ଶକ୍ତି ଯୋଗାଇଥାଏ। ଏହା ଡିମେନ୍ସିଆ ରୋଗର ଆଶଙ୍କା ମଧ୍ୟ କମ କରିଥାଏ। ଏଥିରେ ଫୋଲେଟ୍, ମ୍ୟାଗ୍ନେସିୟମ୍ ଏବଂ ଭିଟାମିନ୍-ସି ପରି ପୁଷ୍ଟିକର ପୋଷଣ ମଧ୍ୟ ରହିଛି। ସେଥିପାଇଁ ଏହାକୁ ଆପଣ ପ୍ରତ୍ୟେକଦିନ ଖାଇବା ଉଚିତ୍।

ଡାର୍କ ଚକୋଲେଟ୍:

chocolate
picture credit- health line

ଡାର୍କ ଚକୋଲେଟରେ ମଧ୍ୟ ଅନେକ ଉପକାରିତା ରହିଛି । ଏହା ଦୁନିଆର ସବୁଠାରୁ ସୁସ୍ଥ ଖାଦ୍ୟ ମଧ୍ୟରେ ଆସୁଛି। ଅଧ୍ୟୟନରୁ ଜଣାପଡିଛି ଯେ ଡାର୍କ ଚକୋଲେଟରେ ଅଧିକ ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଛି ଯାହା କୌଣସି ବି ସଂକ୍ରମଣରୁ ରକ୍ଷା କରେ। ଏମିତିକି ଡାର୍କ ଚକୋଲେଟ୍ କର୍କଟ ରୋଗକୁ ରୋକିଥାଏ ଏବଂ କୋଲେଷ୍ଟ୍ରଲ ସ୍ତରକୁ ହ୍ରାସ କରିଥାଏ।
ଡାଲି :

ଭାରତ ଏବଂ ମଧ୍ୟ ପୂର୍ବ ଦେଶରେ ଡାଲିକୁ ସବୁବେଳେ ଖାଦ୍ୟରେ ଖାଆନ୍ତି ଲୋକମାନେ। ମସୁର ଡାଲିରେ ପ୍ରଚୁର ପରିମାଣର ଫାଇବର ଏବଂ ପ୍ରୋଟିନ୍ ରହିଛି। ତେଣୁ ଏହାକୁ ସୁପରଫୁଡ୍ ଭାବେ ମଧ୍ୟ ନିଆ ଯାଏ। ଏଥିରେ ଥିବା ପୋଷକ ତତ୍ତ୍ୱ କେବଳ ଆମର ହାର୍ଟ ପାଇଁ ନୁହେଁ ବରଂ ଏହ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ । ଶରୀରରେ ଶକ୍ତି ବଢ଼ାଇଥାଏ ଏବଂ ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବାରେ ମଧ୍ୟ ବହୁତ ଲାଭଦାୟକ ଏହି ଡାଲି। ଯଦି ଆପଣ ଜଣେ ଶାକାହାରୀ କିମ୍ବା ଭେଗାନ୍ ଡାଏଟ୍ କରୁଛନ୍ତି, ତେବେ ଆପଣ ନିଶ୍ଚିତ ଭାବରେ ନିଜ ଖାଦ୍ୟରେ ଏହି ଡାଲି ଅନ୍ତର୍ଭୂକ୍ତ କରନ୍ତୁ।
ଅଖରୋଟ:

akhrot
picture credit- kashimvalley

ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ଯେକୌଣସି ଡ୍ରାଏ ଫୁଡ୍ ଅପେକ୍ଷା ଅଖରୋଟ ବାଦାମରେ ଅଧିକ ଆଣ୍ଟିଅକ୍ସିଡାଣ୍ଟ ରହିଛି । ଏଥିରେ ଭିଟାମିନ୍-ଇ, ଓମେଗା -3 ଫ୍ୟାଟି ଏସିଡ୍ ଏବଂ ଓ ହେଲଦି ଫ୍ୟାଟ ରହିଛି। ଏହି ବାଦାମ ଧମନୀରେ ରକ୍ତ ସଞ୍ଚାଳନ ସଠିକ୍ ଭାବେ କରାଇଥାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ଯେ ପ୍ରତିଦିନ ଅତି କମରେ ୮ ଟି ଅଖରୋଟ ଖାଇବା ଦରକାର। ଏହା ଛଡ଼ା ଆପଣ ସେଲ୍ମନ୍ ଫିସ, ଆଭାକାଡୋ ଓ ରସବେରୀ ନିଜ ଖାଦ୍ୟରେ ମିଶାଇ ଖାଆନ୍ତୁ। କାରଣ ଏହି ସବୁ ଖାଦ୍ୟରୁ ମଧ୍ୟ ଇନଷ୍ଟାଣ୍ଟ ଏନର୍ଜି ମିଳିଥାଏ। ଏହି ସବୁ ଖାଦ୍ୟ ଖାଇବା ଦ୍ବାରା ଶରୀରରେ ଦୁର୍ବଳତା ଦୂର ହୁଏ ଓ ଜଣେ ବ୍ୟକ୍ତି ଅଧିକ ସମୟ ପର୍ଯ୍ୟନ୍ତ ସୁସ୍ଥ ରୁହନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.