ଲାଇଫ୍ ଷ୍ଟାଇଲ୍

ବିଶ୍ବ ସ୍ବାସ୍ଥ୍ଯ ସଂଗଠନର ୫ ମନ୍ତ୍ର: ଏବେ ଖାଦ୍ଯ ରହିବ ବ୍ଯାକ୍ଟେରିଆ ଏବଂ ଭାଇରସ ଫ୍ରି

ପ୍ରତ୍ଯେକ ବ୍ଯକ୍ତି ନିଜ ଘରେ ଥିବା ଫ୍ରିଜ୍ ରେ ଖାଦ୍ଯ ଷ୍ଟୋର କରି ରଖିଥାନ୍ତି। ଏଥିରେ କଞ୍ଚା ପରିବା ସହ ରନ୍ଧା ଖାଦ୍ଯ ମଧ୍ଯ ରଖିଥାନ୍ତି। କିନ୍ତୁ ଏହି ଦୁଇଟି ଜିନିଷ ଫ୍ରିଜ୍ ରେ ରଖିବା ସମୟରେ ଯଦି ଅଜାଣତରେ କିଛି ଭୁଲ୍ କରିଦିଅନ୍ତି ତେବେ ଏହି ଖାଦ୍ଯ ଦୂଷିତ ହୋଇଯାଇଥାଏ। ଏଭଳି ସମସ୍ଯାରୁ ରକ୍ଷା ପାଇବା ପାଇଁ ପରିସ୍ଥିତିକୁ ନଜରରେ ରଖି ବିଶ୍ବ ସ୍ବାସ୍ଥ୍ଯ ସଂଗଠନ (WHO) ସୁସ୍ଥ ଭୋଜନ ପାଇଁ ୫ଟି ଟିପ୍ସ ଜାରି କରିଛନ୍ତି।

-ବିଶ୍ବ ସ୍ବାସ୍ଥ୍ଯ ସଂଗଠନ ପକ୍ଷରୁ କରୋନା ସଂକ୍ରମଣ ସମୟରେ ଚାରିଆଡେ ସଚେତନତା ରଖିବା ପାଇଁ ପ୍ରୟାସ ଜାରି ରହିଛି। ଏହିକାରଣରୁ ବିଶ୍ବ ସ୍ବାସ୍ଥ୍ଯ ସଂଗଠନ ଖାଦ୍ଯକୁ ସୁସ୍ଥ ରଖିବା ପାଇଁ ୫ଟି ଖାସ୍ ଉପାୟ ବତାଇଛନ୍ତି। ଏହା WHO’s Five Keys To Safer Food ନାମରେ ପରିଚିତ।

-ଫ୍ରିଜ୍ ରେ ରହୁଥିବା ଖାଦ୍ଯକୁ କିପରି ବ୍ଯାକ୍ଟେରିଆ ଏବଂ ଭାଇରସ ମୁକ୍ତ କରାଯାଇପାରିବ ସେ ନେଇ ୱାର୍ଲ୍ଡ ହେଲ୍ଥ ଅର୍ଗାନାଇଜେସନ୍ ପକ୍ଷରୁ ଏକ ଭିଡିଓ ମାଧ୍ଯମରେ ବିଶ୍ବର ଲୋକମାନଙ୍କୁ ସୂଚନା ଦିଅଯାଇଛି। ଏଥିସହ କେଉଁ ବ୍ଯାକ୍ଟେରିଆ ଏବଂ ଭାଇରସ ସବୁଠାରୁ ଅଧିକ ହାନିକାରକ ସେ ନେଇ ମଧ୍ଯ ସୂଚନା ଦେଇଛନ୍ତି।

-ବିଶ୍ବ ସ୍ବାସ୍ଥ୍ଯ ସଂଗଠନ ପକ୍ଷରୁ ଜାରି କରାଯାଇଥିବା ଏହି ଭିଡିଓ ଜରିଆରେ କୁହାଯାଇଛି, ଆମେ ଯେଉଁ ଖାଦ୍ଯକୁ ଫ୍ରିଜ୍ ରେ କିମ୍ବା ଘରର ଅନ୍ଯ ସ୍ଥାନରେ ଷ୍ଟୋର କରି ରଖିଥାଉ , ସେଥିରେ ମୁଖ୍ଯ ରୂପେ ୩ ପ୍ରକାର ମାଇକ୍ରୋଅର୍ଗାନିଜମ ରହିଥାଏ। ଏଥିରେ ବ୍ଯାକ୍ଟେରିଆ, ଭାଇରସ ଏବଂ ଫଙ୍ଗସ୍ ସାମିଲ ଥାଏ।

-ପ୍ରଥମେ ସେହି ମାଇକ୍ରୋଅର୍ଗାନିଜମ୍ ରହିଥାଏ, ଯାହା ଆମ ଖାଦ୍ଯକୁ ସୁସ୍ଥ ଏବଂ ସୁସ୍ବାଦୁ କରିବାରେ କାମ କରିଥାଏ। ଯେପରି କ୍ଷୀରରୁ ଦହି ପ୍ରସ୍ତୁତ କରୁଥିବା ଉତ୍ତମ ବ୍ଯାକ୍ଟେରିଆ। ଦ୍ବିତୀୟ ମାଇକ୍ରୋଅର୍ଗାନିଜମ୍ ହେଉଛି, ଯାହା କୌଣସି ଖାଦ୍ଯର ସ୍ବାଦକୁ ସମ୍ପୂର୍ଣ୍ଣ ରୂପେ ଖରାପ କରିଥାଏ ଏବଂ ସେହି ଖାଦ୍ଯରୁ ଗନ୍ଧ ଆସିଥାଏ। ସେହିଭଳି ତୃତୀୟ ମାଇକ୍ରୋଅର୍ଗାନିଜମ୍ ହେଉଛି, ଏହା ଆମ ସ୍ବାସ୍ଥ୍ଯ ପାଇଁ ସବୁଠାରୁ ଭୟଙ୍କର ହୋଇଥାଏ। ଯାହା ଖାଦ୍ଯ ଏବଂ ଗନ୍ଧରୁ କିଛି ବି ଜଣାପଡିନଥାଏ।

-ଡବ୍ଲୁଏଚଓ ଅନୁଯାୟୀ, ତୃତୀୟ ସ୍ତରୀୟ ଏହି ମାଇକ୍ରୋଅର୍ଗାନିଜମ୍ କୁ ପୈଥୋଜେନିକ୍ ମାଇକ୍ରୋଅର୍ଗାନିଜମ୍ କୁହାଯାଇଥାଏ। ଯଦି କୌଣସି ବ୍ଯକ୍ତି ସେହି ଖାଦ୍ଯକୁ ସେବନ କରିଥାନ୍ତି ତେବେ ସେହି ବ୍ଯକ୍ତିଙ୍କ ପେଟରେ ଯନ୍ତ୍ରଣା, ବାନ୍ତି ହେବା, ଝାଡା, ଡାଇରିଆ ଏବଂ ଜ୍ବର ଭଳି ସମସ୍ଯା ଦେଖାଯାଇଥାଏ। ଅନେକ ଥର ଏହି ଦୂଷିତ ଭୋଜନ ଏହିସବୁ ସମସ୍ଯା ସହ ମ୍ତ୍ଯୁର କାରଣ ମଧ୍ଯ ହୋଇଥାଏ।

-ପୈଥୋଜେନିକ ମାଇକ୍ରୋଅର୍ଗାନିଜମ୍ ବହୁତ ଶୀଘ୍ର ବଢିଥାଏ। ଏହା ଶରୀରର ମହତ୍ବପୂର୍ଣ୍ଣ ଅଙ୍ଗ ଉପରେ ଖରାପ ପ୍ରଭାବ ପକାଇଥାଏ। ଏହି ମାଇକ୍ରୋଅର୍ଗାନିଜମ୍ କ୍ଷତିକାରକ ହୋଇଥିଲେ ମଧ୍ଯ ଏଥିରୁ ସୁରକ୍ଷା ପାଇପାରିବେ।

ସ୍ବଚ୍ଛ ଭୋଜନର ୫ଟି ଉପାୟ:

-ବିଶ୍ବ ସ୍ବାସ୍ଥ୍ଯ ସଂଗଠନ ପକ୍ଷରୁ ଖାଦ୍ଯକୁ ସଫା, ସ୍ବଚ୍ଛ ଏବଂ ଏହି ମାଇକ୍ରୋଅର୍ଗାନିଜମ୍ ରୁ ମୁକ୍ତ ରଖିବା ପାଇଁ ୫ଟି ଉପାୟ ବତାଯାଇଛି।

-ଖାଦ୍ଯର କୌଣସି ବି ଜିନିଷକୁ ହାତ ଲଗାଇବା ପୂର୍ବରୁ ନିଜ ହାତକୁ ଭଲଭାବେ ସାବୁନରେ ଧୁଅନ୍ତୁ।

-ଫ୍ରିଜ୍ ରେ ଖାଦ୍ଯ ରଖିବା ସମୟରେ କଞ୍ଚା ପରିବା ଏବଂ ରନ୍ଧା ଖାଦ୍ଯକୁ ଅଲଗା ଅଲଗା କରି ରଖନ୍ତୁ। ଏପରି କରିବା ଦ୍ବାରା ୨ଟି ଯାକ ଖାଦ୍ଯ ଭଲ ରହିଥାଏ।

-ଖାଦ୍ଯ ପ୍ରସ୍ତୁତି ସମୟରେ ଭୋଜନକୁ ଭଲଭାବେ ସିଝିବାକୁ ଦିଅନ୍ତୁ ଏବଂ କଞ୍ଚା ବା ଦର ସିଝା ଖାଦ୍ଯ ଖାଆନ୍ତୁ ନାହିଁ।

-ଖାଦ୍ଯ ପ୍ରସ୍ତୁତ କରିବା ସମୟରେ ସଫା ପାଣି ବ୍ଯବହାର କରନ୍ତୁ। ଏଥିସହ ଯେଉଁ ମସଲା ବ୍ଯବହାର କରୁଛନ୍ତି, ତା’ର ଏକ୍ସପାରୀ ଡେଟ୍ ଚେକ୍ କରନ୍ତୁ ଏବଂ ଭଲ କ୍ବାଲିଟିର ମସଲା ବ୍ଯବହାର କରନ୍ତୁ। ଏହିସବୁ କଥାରେ ଧ୍ଯାନ ରଖିବା ଦ୍ବାରା ଆପଣ ନିଜକୁ ସୁସ୍ଥ ରଖିପାରିବେ।

KNews Bureau

Recent Posts

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

1 hour ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

2 hours ago

IT କମ୍ପାନୀର ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳି ଛାରଖାର ହେଲା ଅଫିସ୍‌ ଗୃହ

ପ୍ରବଳ ଗ୍ରୀଷ୍ମ ତାତି ଭିତରେ ଉତ୍ତର ପ୍ରଦେଶର ନୋଏଡାରେ ଲଗାତାର ଅଗ୍ନିକାଣ୍ଡ ଘଟୁଛି । ଗତ ୩ ଦିନ ହେବ…

2 hours ago

ବସ୍‌ ଷ୍ଟାଣ୍ଡରେ ହୁତୁ ହୁତୁ ହୋଇ ଜଳିଗଲା ୪ ଟି ବସ୍‌

ରାୟଗଡ଼ା(କେନ୍ୟୁଜ୍‌): ବସ୍‌ ରେ ଲାଗିଲା ନିଆଁ । ହୁତୁ ହୁତୁ ହୋଇ ବସ୍‌ଷ୍ଟାଣ୍ଡରେ ଜଳିଗଲା ବସ୍‌ । ରାୟଗଡ଼ା ଜିଲ୍ଲା…

2 hours ago

ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲା : ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି

ପୁରୀ(କେନ୍ୟୁଜ୍‌): ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲାରେ ଆଉ ଜଣଙ୍କ ମୃତ୍ୟୁ । ଏଥିସହ ମୃତ୍ୟୁସଂଖ୍ୟା ୯ କୁ ବୃଦ୍ଧି…

3 hours ago

ଟ୍ରେନରେ କେତେବେଳେ ବ୍ୟବହାର କରାଯାଏ ଏମର୍ଜେନ୍ସି ବ୍ରେକ୍?

ଭାରତରେ ଭାରତୀୟ ରେଳ ହେଉଛି ଲୋକଙ୍କ ଲାଇଫ ଲାଇନ । ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଭାରତୀୟ ରେଳପଥ ଦେଇ…

3 hours ago