ମିୟାଜାକୀ ଆମ୍ବର ଦାମ ରହିଛି ସବୁଠୁ ଅଧିକ, ଶରୀର ପାଇଁ ହୋଇଥାଏ ଖୁବ ଲାଭଦାୟକ

ଖରାଦିନରେ ସମସ୍ତେ ଆମ୍ବ ଖାଇବାକୁ ଖୁବ ପସନ୍ଦ କରିଥାନ୍ତି । କିନ୍ତୁ ଏବେ ଏକ ଖାସ ଆମ୍ବ ରହିଛି ଚର୍ଚ୍ଚା ଘେରରେ । ମିୟାଜାକୀ ନାମକ ଏହି ଆମ୍ବର ଦାମ ଅନ୍ତରାଷ୍ଟ୍ରୀୟ ବଜାରରେ ପାଖାପାଖି ୨.୭୦ ଲକ୍ଷ ଟଙ୍କା । ଏହା ମଧ୍ୟପ୍ରଦେଶରେ ଚାଷ କରାଯାଉଛି । ତେବେ ଏହାର ରଙ୍ଗରେ ମଧ୍ୟ ପାର୍ଥକ୍ୟ ରହିଛି ।

ମିୟାଜାକୀ ନାମକ ଆମ୍ବର ରଙ୍ଗ ବାଇଗଣୀ ହୋଇଥିବା ବେଳେ ଏହା ମୁଖ୍ୟ ରୂପରେ ଜାପାନରେ ଦେଖାଯାଏ । ଜାପାନର କ୍ୟୁସୁ ପ୍ରାନ୍ତରେ ମିୟାଜାକୀ ସହରରେ ଏହା ଚାଷ କରାଯାଏ । ସହର ନାମ ଅନୁଯାୟୀ ଏହାର ନାମ କରଣ କରାଯାଇଛି । ଏହାର ସାଇଜ ବଡ଼ ହୋଇଥିବା ବେଳେ ଓଜନ ପ୍ରାୟ ୩୦୦ ରୁ ୪୦୦ ଗ୍ରାମ ମଧ୍ୟରେ ରହିଛି ।

93825
pc: hindustan times

ଏହା ଅପ୍ରେଲରୁ ଅଗଷ୍ଟ ମଧ୍ୟରେ ହୋଇଥାଏ । ଏଥିରେ ଆଣ୍ଟି ଅକ୍ସିଡେଣ୍ଟ ଭରପୂର ମାତ୍ରାରେ ରହିଛି । ବିଟା କିରୋଟିନ , ଫଲିକ ଏସିଡ ଗୁଣ ମଧ୍ୟ ରହିଛି । ଶରୀର ପାଇଁ ଏହା ଖୁବ ଫାଇଦାମନ୍ଦ ହୋଇଥାଏ । ଏହା କାରଣରୁ ଲୋକମାନେ ଅଧିକ ଟଙ୍କାରେ ଏହାକୁ କିଣିବାକୁ ମନା କରନ୍ତି ନାହିଁ । ତେବେ ଜାପାନୀ ରିପୋର୍ଟସ ଅନୁଯାୟୀ, ଗତ ବର୍ଷ ଏହାର ଦାମ କିଲୋ ପ୍ରତି ୨.୭୦ ଲକ୍ଷ ଟଙ୍କା ରହିଥିଲା ।

Leave A Reply

Your email address will not be published.