ବିଶ୍ୱର ଦୁର୍ଲଭ ଏବଂ ଅଧିକ ମୂଲ୍ୟର କଳା ସେଓ, ଜାଣନ୍ତୁ କଣ ରହିଛି ବିଶେଷତ୍ତ୍ୱ

ସେଓ ର ଦୁର୍ଲଭ ଭେରାଇଟି ହେଉଛି ବ୍ଲାକ ଡାଇମଣ୍ଡ ଆପଲ, ଯାହା ଓମ୍ବିସାଡିଆନ ଆପଲ ଭାବରେ ମଧ୍ୟ ବେଶ୍‌ ଜଣାଶୁଣା । ଏହା ତିବ୍ଦତ ପାହାଡ଼ ପାଦଦେଶରେ ମିଳୁଥିବା ଏକ ଦୁର୍ଲଭ ଏବଂ ସ୍ୱତନ୍ତ୍ର ସେଓ । ଏହା ର ରଙ୍ଗ କଳା ଥିବାରୁ ଏହା ସ୍ୱତନ୍ତ୍ର ।

(କେନ୍ୟୁଜ ବ୍ୟୁରୋ): ଆପଣ ସାଧାରଣତଃ ୩ରୁ ୪ଟି ରଙ୍ଗର ସେଓ ଦେଖିଥିବେ । ଲାଲ, ସବୁଜ, ଧଳା ଏବଂ ହଳଦିଆ ରଙ୍ଗର ସେଓ ବଜାରରେ ଉପଲବ୍ଧ । ଭିନ୍ନ ପ୍ରକାରର ଏହି ସେଓ ର ସ୍ୱାଦ ମଧ୍ୟ ଭିନ୍ନ ଥାଏ । ସେହିପରି ଲାଲ ସେଓ ତୁଳନାରେ ସବୁଜ ସେଓର ମୂଲ୍ୟ ଅଧିକ ଥାଏ । ଏହି ସମସ୍ତ ସେଓ ବ୍ୟତୀତ ଏକ ଭିନ୍ନ ସେଓ ମଧ୍ୟ ରହିଛି, ଯାହା ବିଷୟରେ ଖୁବ କମ୍‌ ଲୋକ ହିଁ ଜାଣିଛନ୍ତି । ଏହି ସେଓ ର ରଙ୍ଗ କଳା । ଏଥିପାଇଁ ଏହାକୁ ବ୍ଲାକ ଡାଇମଣ୍ଡ ଆପଲ କୁହାଯାଇଥାଏ ।

ସେଓ ର ଦୁର୍ଲଭ ଭେରାଇଟି ହେଉଛି ବ୍ଲାକ ଡାଇମଣ୍ଡ ଆପଲ, ଯାହା ଓମ୍ବିସାଡିଆନ ଆପଲ ଭାବରେ ମଧ୍ୟ ବେଶ୍‌ ଜଣାଶୁଣା । ଏହା ତିବ୍ଦତ ପାହାଡ଼ ପାଦଦେଶରେ ମିଳୁଥିବା ଏକ ଦୁର୍ଲଭ ଏବଂ ସ୍ୱତନ୍ତ୍ର ସେଓ । ଏହା ର ରଙ୍ଗ କଳା ଥିବାରୁ ଏହା ସ୍ୱତନ୍ତ୍ର । ଏହାର ଉପରି ଭାଗ ଘନ ବାଇଗଣୀ ରୁ କଳା ରଙ୍ଗର ନଜର ଆସିଥାଏ । ଭିନ୍ନ ରଙ୍ଗ ପାଇଁ ଏହା ଲୋକଙ୍କୁ ଆକର୍ଷିତ କରିଥାଏ । ଏହାର ସ୍ୱାଦ ରସଯୁକ୍ତ ଏବଂ ମିଠା ।

ବ୍ଲାକ ଡାଇମଣ୍ଡ ଆପଲ ଦୁର୍ଲଭ ସେଓ ହୋଇଥିବାରୁ ଏହା ଦୁନିଆର ଯେକୌଣସି ସ୍ଥାନରେ ଉତ୍ପାଦନ କରିବା ସମ୍ଭବ ନୁହେଁ । ଦୁନିଆର ଅନେକ ଚାଷୀ ଏହି ସେଓ ଉତ୍ପାଦନ କରିବାକୁ ଚାହୁଁଥିଲେ ମଧ୍ୟ ଏହା ସମ୍ଭବ ନୁହେଁ କାରଣ ଏହା ଉତ୍ପାଦନ କରିବା ପାଇଁ ଏକ ସ୍ୱତନ୍ତ୍ର ପରିବେଶ ଆବଶ୍ୟକ ହୋଇଥାଏ । ବ୍ଲାକ ଡାଇମଣ୍ଡ ଆପଲ ଭୁଟାନ ପାହାଡ଼ ପାଦଦେଶରେ ଉତ୍ପାଦନ କରାଯାଇଥାଏ ।

ଏହାର ରଙ୍ଗ ଦେଖି ଅନେକ ଲୋକଙ୍କ ମନରେ ଏହାକୁ ଖାଇବା ପାଇଁ ଦ୍ୱନ୍ଦ ଉପୁଜି ଥାଏ । ଏହା ଖାଇବା ସୁରକ୍ଷିତ କି ନୁହେଁ ଏଭଳି ପ୍ରଶ୍ନ ଉଠେ । କିନ୍ତୁ ଅନ୍ୟ ସେଓ ଭଳି ଏହା ଖାଇବା ସୁରକ୍ଷିତ । ଏହାର ଆକର୍ଷକ ରଙ୍ଗ ବ୍ୟତୀତ ଏହା ଶରୀର ପାଇଁ ଲାଭଦାୟକ । କଳା ସେଓରେ ସାଲ୍ୟୁବଲ ଫାଇଭର ରହିଥାଏ, ଯାହା କୋଲେଷ୍ଟ୍ରଲକୁ କମ କରିବା ଏବଂ ହୃଦୟ ସମ୍ବନ୍ଧୀୟ ରୋଗକୁ ରୋକିବା ଭଳି କାର୍ଯ୍ୟରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ଏଥିରେ ଇନସାଲ୍ୟୁବଲ ଫାଇଭର ରହିଥାଏ, ଯାହା ହଜମ ପ୍ରକ୍ରିୟାକୁ ଠିକ କରିଥାଏ । ବ୍ଲାକ ଡାଇମଣ୍ଡ ଆପଲରେ ଭିଟାମିନ ସି ଏବଂ ଏ ସହିତ ପୋଟାସିୟମ ଏବଂ ଆଇରନ ର ଭରପୁର ମାତ୍ରା ରହିଥାଏ, ଯାହା ରୋଗପ୍ରତିରୋଧକ ଶକ୍ତି ବଢ଼ାଇଥାଏ । ବ୍ଲାକ ଡାଇମଣ୍ଡ ଆପଲରେ ଆଣ୍ଟିଅକ୍ସିଜେନ ଭରପୁର ଥାଏ । ଯାହା ଶରୀରର ଫ୍ରି ରେଡିକଲ୍ସ ମାନଙ୍କ ସହ ଲଢିବାରେ ସାହାଯ୍ୟ କରିଥାଏ ।

ଗୋଟିଏ କଳା ସେଓର ମୂଲ୍ୟ ୫୦ ୟୁଆନ ଅର୍ଥାତ ଭାରତୀୟ ମୂଲ୍ୟରେ ଏହା ୫୦୦ ଟଙ୍କା ସହ ସମାନ । ଏହି କଳା ସେଓ ଗଛ ସମ୍ପୂର୍ଣ୍ଣ ଭାବେ ହେବା ପାଇଁ ପାଖାପାଖି ୮ ବର୍ଷ ଲାଗିଥାଏ । ଏହା ଅନ୍ୟ ସେଓ ତୁଳନାରେ କମ ଉତ୍ପାଦନ ହେଉଥିବାରୁ ଏହାର ମୂଲ୍ୟ ଅଧିକ ରହିଛି ।

Leave A Reply

Your email address will not be published.