ବ୍ଲାକ୍ ହେଡସ୍ କୁ ନେଇ ଚିନ୍ତା କରୁଛନ୍ତି କି ? ଆପଣାନ୍ତୁ ଏହି ଘରୋଇ ଟିପ୍ସ

ମୁହଁରେ ବ୍ଲାକ୍ ହେଡସ୍ ହେବା ଏକ ସାଧାରଣ ସମସ୍ୟା । ସାଧାରଣତଃ ଏହି ସମସ୍ୟା ନାକ ଉପରେ ଦେଖାଯାଏ । ଲୋକମାନେ ଏହାକୁ ବାହାର କରିବା ପାଇଁ ପାର୍ଲରରେ କ୍ଲିନ ଅପ୍ କରି ସଫା କରନ୍ତି, କିନ୍ତୁ ଯଦି ଆପଣ ଏହାକୁ ହଟାଇବା ପାଇଁ ଘରୋଇ ଉପଚାର ଖୋଜୁଛନ୍ତି, ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ବଢିଆ ଟିପ୍ସ । ଆପଣଙ୍କୁ ଏମିତି କିଛି ସହଜ ଘରୋଇ ଉପଚାର ବିଷୟରେ କହିବୁ, ଯାହା ସାହାଯ୍ୟରେ ଆପଣ ସହଜରେ ବ୍ଲାକ୍ ହେଡସ୍ ବାହାର କରିପାରିବେ ।
ଲେମ୍ବୁ ଓ ମହୁ
ଲେମ୍ବୁରେ ପ୍ରାକୃତିକ ଏସିଡ୍ ଥାଏ, ଯାହା ତ୍ୱଚାରୁ ମଇଳା ସଫା କରିଥାଏ । ସେହିପରି ମହୁ ଏକ ପ୍ରାକୃତିକ ଆଣ୍ଟିସେପ୍ଟିକ୍ । ଯାହା ବ୍ଲାକ୍ ହେଡସ୍ ବାହାର କରିବାରେ ସାହାଯ୍ୟ କରେ । ତେବେ ପ୍ରଥମେ ଗୋଟିଏ ଚାମଚ ଲେମ୍ବୁ ରସ ନେଇ ସେଥିରେ ଗୋଟିଏ ଚାମଚ ମହୁ ମିଶାନ୍ତୁ । ପରେ ଏହାକୁ ନାକ ଉପରେ ଲଗାନ୍ତୁ ଏବଂ ଏହାକୁ ୧୫- ୨୦ ମିନିଟ୍ ପାଇଁ ଛାଡ଼ିଦିଅନ୍ତୁ । ଏହାକୁ ଉଷୁମ ପାଣିରେ ଧୋଇ ଦିଅନ୍ତୁ ।
ବେକିଂ ସୋଡା ପେଷ୍ଟ :
ବେକିଂ ସୋଡା ଏକ ଏକ୍ସଫୋଲିଏଟର, ଯାହା ଡେଡ ସେଲ୍ ଗୁଡ଼ିକୁ ବାହାର କରିବାରେ ସାହାଯ୍ୟ କରେ । ଏପରି ପରିସ୍ଥିତିରେ ଗୋଟିଏ ଚାମଚ ବେକିଂ ସୋଡାରେ ଅଳ୍ପ ପାଣି ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ ନାକ ଉପରେ ଲଗାନ୍ତୁ ଏବଂ ହାଲୁକା ଭାବେ ମାଲିସ୍ କରନ୍ତୁ ଏବଂ ୧୦ ମିନିଟ୍ ପରେ ଧୋଇ ଦିଅନ୍ତୁ । ଏହା ବ୍ଲାକ୍ ହେଡସ୍ ଗୁଡ଼ିକୁ ସଂପୂର୍ଣ୍ଣ ଭାବେ ଦୂର କରିବ ।
ଦହି ଓ ହଳଦୀ :
ଦହିରେ ଥିବା ଲାକ୍ଟିକ୍ ଏସିଡ୍ ଏବଂ ହଳଦୀରେ ଥିବା ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ବ୍ଲାକ୍ ହେଡସ୍ କମ କରିବାରେ ସାହାଯ୍ୟ କରେ । ଏଭଳି ପରିସ୍ଥିତିରେ ଗୋଟିଏ ଚାମଚ ଦହିରେ ଏକ ଚାମଚ ହଳଦୀ ମିଶାନ୍ତୁ । ଏହି ପେଷ୍ଟକୁ ନାକ ଉପରେ ଲଗାନ୍ତୁ ଏବଂ ୧୫ ମିନିଟ୍ ପରେ ଧୋଇ ଦିଅନ୍ତୁ ।
ଷ୍ଟିମ :
ଷ୍ଟିମ ନେବା ଦ୍ୱାରା ତ୍ୱଚାରେ ଥିବା ମଇଳା ଏବଂ ତେଲ ବାହାରି ଯାଏ । ଏପରି ପରିସ୍ଥିତିରେ ଏକ ପାତ୍ରରେ ପାଣି ଫୁଟାନ୍ତୁ ଏବଂ ସେଥିରେ କିଛି ଲେମ୍ବୁ ଚୋପା ମିଶାନ୍ତୁ । ମୁହଁକୁ ଗରମ ପାଣିରେ ଭିଜେଇ ଥିବା ଟାୱେଲରେ ଢାଙ୍କି ଦିଅନ୍ତୁ ଏବଂ ବାଷ୍ପ ନିଅନ୍ତୁ । ଏଭଳି କରିବା ଦ୍ୱାରା ଆପଣଙ୍କ ମୁହଁର ବ୍ଲାକ୍ ହେଡସ୍ ବାହାରି ଯିବ ଏବଂ ଆପଣ କୋମଳ ତ୍ୱଚା ପାଇବେ ।