ଆଜିକାଲି ହୃଦଘାତ କେବଳ ବୟସ୍କ ବ୍ୟକ୍ତିଙ୍କୁ ହେଉନାହିଁ ଯୁବପିଢ଼ିଙ୍କ ମଧ୍ୟରେ ହୃଦଘାତ ମାମଲା ଦିନକୁ ଦିନ ମାତ୍ରାଧିକ ଭାବରେ ବୃଦ୍ଧି ପାଉଛି । ଆପଣ ଦେଖିଥିବେ କେତେବେଳେ ଜିମ୍ରେ ହୃଦଘାତ ଯୋଗୁଁ ଜଣେ ମହିଳାଙ୍କ ମୃତ୍ୟୁ ହେଲାଣି ତ ଆଉ କେତେବେଳେ ପିଲାଟିଏ ନାଚିବା ସମୟରେ ମଧ୍ୟ ଏହାର ଶିକାର ହେଉଛି । ତେବେ ଏହା ଦର୍ଶାଉଛି ଯେ ହୃଦଘାତ ଯେକୌଣସି ବୟସରେ ହୋଇପାରେ । ଯେତେବେଳେ କୌଣସି ବ୍ୟକ୍ତି ଏକୁଟିଆ ଥାଏ, ଆଉ ସେତେବେଳେ ସେ ହୃଦଘାତର ଶିକାର ହୁଏ । ଏପରି ପରିସ୍ଥିତିରେ, ନିଜକୁ ବଞ୍ଚାଇବା ପାଇଁ ତୁରନ୍ତ ସଠିକ୍ ପଦକ୍ଷେପ ନେବା ବହୁତ ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରତ୍ୟେକ ସେକେଣ୍ଡ ତା ପାଇଁ ମୂଲ୍ୟବାନ ହୋଇଥାଏ । ତେବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଯଦି ଜଣେ ବ୍ୟକ୍ତି ଏକାକୀ ଥିବା ବେଳେ ହୃଦଘାତର ଶିକାର ହୁଅନ୍ତି ତେବେ କ’ଣ କରିବା ଉଚିତ? କେତେକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ ଯେ ହୃଦ୍ ସମସ୍ୟାର ନିର୍ଦ୍ଦିଷ୍ଟ ଲକ୍ଷଣଗୁଡ଼ିକ ପ୍ରତି ଧ୍ୟାନ ଦେବା ଗୁରୁତ୍ୱପୂର୍ଣ୍ଣ । ଚାଲିବା ସମୟରେ ଛାତିରେ ଭାରୀପଣ କିମ୍ବା ଯନ୍ତ୍ରଣା, ଅଳ୍ପ ପରିଶ୍ରମରେ ନିଶ୍ୱାସ ନେବା କିମ୍ବା ହଠାତ୍ ନିଶ୍ୱାସ ନେବା ଓ ଆତଙ୍କିତ ହେବା ହୃଦ୍ଘାତରେ ଲକ୍ଷଣ ହୋଇପାରେ ।
ଯଦି ଆପଣଙ୍କ ପାଖରେ ଏପରି କୌଣସି ଲକ୍ଷଣ ଦେଖାଯାଉଛି, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ, ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ । ଆଉ ଯଦି ଏକା ଅଛନ୍ତି ଆପଣଙ୍କୁ ଏମିତି କିଛି ଲକ୍ଷଣ ଦେଖାଗଲା ତେବେ ତୁରନ୍ତ ଆମ୍ବୁଲାନ୍ସକୁ କଲ୍ କରନ୍ତୁ । ଏହା ପ୍ରଥମ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ତୁରନ୍ତ ଆପଣଙ୍କ ମୋବାଇଲରୁ ଏକ ଆମ୍ବୁଲାନ୍ସକୁ କଲ୍ କରନ୍ତୁ । କଲ୍ କରିବା ସମୟରେ, ଆପଣଙ୍କ ଅବସ୍ଥା ଏବଂ ସଠିକ୍ ସ୍ଥାନ ସ୍ପଷ୍ଟ ଭାବରେ କୁହନ୍ତୁ । ଫୋନ୍ କଲ୍ ଚାଲୁ ରଖିବାକୁ ଚେଷ୍ଟା କରନ୍ତୁ ଯାହା ଦ୍ଵାରା ସହାୟତା ଶୀଘ୍ର ଆପଣଙ୍କ ପାଖରେ ପହଞ୍ଚିପାରିବ। ଯେତେବେଳେ ଆପଣ ସାହାଯ୍ୟ ପାଇଁ ଅପେକ୍ଷା କରୁଛନ୍ତି, କିଛି ପ୍ରସ୍ତୁତି କରନ୍ତୁ । ଯଦି ରାତି ହେଉଛି, ତେବେ ଘରର ସମସ୍ତ ଲାଇଟ୍ ଜଳାଇ ଦିଅନ୍ତୁ । ମୁଖ୍ୟ ଦ୍ୱାର ଖୋଲନ୍ତୁ ଯାହା ଦ୍ଵାରା ଡାକ୍ତରୀ ଟିମ ସହଜରେ ପ୍ରବେଶ କରିପାରିବେ । ଡାକ୍ତରୀ ସାହାଯ୍ୟ ଆସିବା ପର୍ଯ୍ୟନ୍ତ ଆପଣଙ୍କର ଶକ୍ତି ସଂରକ୍ଷଣ କରିବା ଗୁରୁତ୍ୱପୂର୍ଣ୍ଣ । ଛିଡ଼ା ନ ହୋଇ ତୁରନ୍ତ ବସି ଯାଆନ୍ତୁ କିମ୍ବା ଶୋଇପଡନ୍ତୁ । ଏହା ହୃଦୟ ଉପରେ ଚାପ ହ୍ରାସ କରିଥାଏ ଏବଂ ରକ୍ତ ସଞ୍ଚାଳନକୁ ଉନ୍ନତ କରେ ।
ଏହି ସଙ୍କଟଜନକ ପରିସ୍ଥିତିରେ, ଜଣେ ବିଶ୍ୱସ୍ତ ବ୍ୟକ୍ତି ଯେପରିକି ଜଣେ ସମ୍ପର୍କୀୟ, ପଡ଼ୋଶୀ କିମ୍ବା ବନ୍ଧୁଙ୍କୁ ଫୋନ୍ କରନ୍ତୁ । ସେମାନଙ୍କୁ କୁହନ୍ତୁ ଯେ ଆପଣ ଆମ୍ବୁଲାନ୍ସ ଡାକିଛନ୍ତି ଏବଂ ଆପଣଙ୍କର ଅବସ୍ଥା କ’ଣ ଅଛି । ସେମାନେ ଆପଣଙ୍କର ଚିକିତ୍ସା ଇତିହାସ କିମ୍ବା ଗୁରୁତ୍ୱପୂର୍ଣ୍ଣ ସୂଚନା ଡାକ୍ତରଙ୍କୁ ଦେଇପାରିବେ, ଯାହା ଦ୍ଵାରା ଚିକିତ୍ସା ଭଲ ହୋଇପାରିବ। ଡାକ୍ତରଙ୍କ ମତରେ, କିଛି ଲୋକଙ୍କ ଶରୀରରେ ହୃଦଘାତ ହେବାର ଆଶଙ୍କା ଅଧିକ ଥାଏ ଏବଂ ସେମାନଙ୍କୁ ଅତିରିକ୍ତ ସତର୍କତା ଅବଲମ୍ବନ କରିବା ଉଚିତ। ଏଥିରେ ପଚାଶ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ମଧ୍ୟ ଅନ୍ତର୍ଭୁକ୍ତ । ଏହା ବ୍ୟତୀତ ମଧୁମେହ କିମ୍ବା ଉଚ୍ଚ ରକ୍ତଚାପରେ ପୀଡିତ ବ୍ୟକ୍ତିମାନେ ମଧ୍ୟ ସମସ୍ୟାର ସମ୍ମୁଖୀନ ହୁଅନ୍ତି । ଏହା ସହିତ, ଯେଉଁମାନେ ଅଧିକ ପରିମାଣରେ ସିଗାରେଟ୍ କିମ୍ବା ତମାଖୁ ସେବନ କରନ୍ତି ସେମାନଙ୍କୁ ମଧ୍ୟ ହୃଦ୍ଘାତ ହେବାର ସମ୍ଭାବନା ଅଧିକ ଥାଏ ।
Also Read: ପିଲାଙ୍କୁ ଫୋନ୍ ଅଭ୍ୟାସ କରାଉଛନ୍ତି କି? ହୋଇଯାଆନ୍ତୁ ସତର୍କ