ଲାଇଫ୍ ଷ୍ଟାଇଲ୍

ବଜାରର ପେନକିଲର ନୁହେଁ ଘରେ ଥିବା ଏହି ପ୍ରାକୃତିକ ଜିନିଷରେ ବନାନ୍ତୁ ପେନକିଲର, ଯାହା ଆପଣଙ୍କୁ ଦେବ ସମସ୍ତ ପ୍ରକାର ଯନ୍ତ୍ରଣାରୁ ମୁକ୍ତି

ସାଧାରଣତଃ ଯେତେବେଳେ କୌଣସି ପ୍ରକାରର ଯନ୍ତ୍ରଣା ହୁଏ ଆମେ ସିଧାସଳଖ ପେନ୍ କିଲର୍ କିମ୍ବା ଯନ୍ତ୍ରଣାଦାୟକ ଔଷଧ ଖାଇଦେଇଥାଉ । କିନ୍ତୁ ଥରେ ଭାବନ୍ତୁ ତ ଯଦି ଘରେ ଉପଲବ୍ଧ ପ୍ରାକୃତିକ ଜିନିଷ ଦ୍ୱାରା ଆମର ଯନ୍ତ୍ରଣା ହ୍ରାସ ପାଇପାରିବ ତାହେଲେ ଏହି ଔଷଧଗୁଡ଼ିକର କଣ ଆବଶ୍ୟକତା ରହିଛି ? ଯଦି ଆପଣ ଚାହାଁନ୍ତି ତାହେଲେ ଅତି ସହଜରେ ଆପଣ ଘରେ ଔଷଧ ପ୍ରସ୍ତୁତ କରି ଅନେକ ଯନ୍ତ୍ରଣାରୁ ମୁକ୍ତି ପାଇପାରିବେ । ଆପଣଙ୍କୁ ପେନକିଲର ନେବାର ଆବଶ୍ୟକତା ପଡିବ ନାହିଁ ।

ଅଦା:

ଅଦା ଯାହା ପ୍ରତ୍ୟେକ ଭାରତୀୟ ରୋଷେଇ ଘରେ ସହଜରେ ଉପଲବ୍ଧ । ଏହା ଏକ ନାଚୁରାଲ ପେନକିଲର ଭାବରେ କାର୍ଯ୍ୟ କରେ । ଗ୍ୟାସ, ପେଟ ଯନ୍ତ୍ରଣା, ଛାତି ଯନ୍ତ୍ରଣା, ମାଂସପେଶୀ ଯନ୍ତ୍ରଣା, ଏବଂ ଶ୍ୱାସକ୍ରିୟା, କାଶ, ଥଣ୍ଡା, ଗଳା ଯନ୍ତ୍ରଣା ଭଳି ସମସ୍ୟାର ଉପଶମ କରିବାରେ ଅଦା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଯେତେବେଳେ ବି ଆପଣ ଏପରି କୌଣସି ସମସ୍ୟାର ସମ୍ମୁଖୀନ ହୁଅନ୍ତି ତାହେଲେ ଔଷଧ ଖାଇବା ପୂର୍ବରୁ ଆପଣ ଅଦା ଖାଇବା ଉଚିତ୍ ।

 

ରସୁଣ:

ଅଦା ଭଳି ରସୁଣରେ ମଧ୍ୟ ଯନ୍ତ୍ରଣା ଦୂର କରିବାର କ୍ଷମତା ଅଛି । ଏହା ଏକ ଉତ୍କୃଷ୍ଟ ମସଲା ଯେଉଁଥିରେ ଆଣ୍ଟିବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟି ଫଙ୍ଗଲ୍ ଗୁଣ ରହିଛି । ଆର୍ଥ୍ରାଇଟିସ୍ ସହିତ ଜଡିତ ଯନ୍ତ୍ରଣାରୁ ମୁକ୍ତି ପାଇବା ସହିତ କାନ ଏବଂ ଓରାଲ କ୍ୟାବିଟି ଯନ୍ତ୍ରଣାରେ ରସୁଣ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ରସୁଣ ଦାନ୍ତକୁ ଆରାମ ଦେବା ସହିତ ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମଧ୍ୟ ମୁକ୍ତି ଦେଇଥାଏ । ଆପଣ ଦୈନିକ କଞ୍ଚା ରସୁଣକୁ ନିଜ ଭୋଜନରେ ସାମିଲ କଲେ ଏହି ପ୍ରକାର ଯନ୍ତ୍ରଣାରୁ ମୁକ୍ତି ପାଇପାରିବେ ।

ଲବଙ୍ଗ:

ଅଦା ଏବଂ ରସୁଣ ପରି ଲବଙ୍ଗ ମଧ୍ୟ ପ୍ରତ୍ୟେକ ଭାରତୀୟ ରୋଷେଇଘରେ ମସଲା ଭାବରେ ବ୍ୟବହୃତ ହୁଏ । ଦାନ୍ତ ଯନ୍ତ୍ରଣା ପାଇଁ ଲବଙ୍ଗ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଔଷଧ ଭାବରେ ବିବେଚନା କରାଯାଏ । ଏଥିରେ ଆଣ୍ଟି ଇନଫ୍ଲାମେଟୋରୀ ଗୁଣ ଏବଂ ଆଣ୍ଟିଅକ୍ସିଡାଣ୍ଟ ରହିଛି ଯାହା ଯନ୍ତ୍ରଣାରୁ ମୁକ୍ତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଯଦି ଆପଣଙ୍କର ଯନ୍ତ୍ରଣା ହେଉଛି ବିଶେଷକରି ଦାନ୍ତ ଏବଂ କାନରେ ତାହେଲେ ଆପଣ ଦୀର୍ଘ ସମୟ ଧରି ଲବଙ୍ଗକୁ ପାଟିରେ ରଖନ୍ତୁ ଯାହାଦ୍ୱାରା ଆପଣ ଏହି ଯନ୍ତ୍ରଣାରୁ ମୁକ୍ତି ପାଇପାରିବେ ।

KNews Bureau

Recent Posts

୩ ରୁ ୪ ଦିନ ମଧ୍ୟରେ ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ, ୨୫ରୁ ବଢିବ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ । ସୁନ୍ଦରଗଡ଼…

51 seconds ago

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

11 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

20 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

36 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

45 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

53 mins ago