ଗରମ ଦିନରେ ଶରୀରରେ ଦେଖାଦେଇପାରେ ଏହି ସବୁ ରୋଗ, ଟିକେ ଧ୍ୟାନ ଦିଅନ୍ତୁ

ଗରମ ବଢିବା ସହିତ ଶରୀରର ଇନଫେକ୍ସନ ବଢ଼ିବାରେ ଲାଗିଥାଏ । ଋତୁ ବଦଳିବା ସହିତ ଶରୀର ଉପରେ ଏହାର କୁପ୍ରଭାବ ପଡିଥାଏ । ଏମିତିରେ ନିଜ ସ୍ୱାସ୍ଥ୍ୟର ଧ୍ୟାନ ରଖିବା ଆହୁରି ବି ଜରୁରୀ ହୋଇଥାଏ । ଆଉ ଏହି ଅତ୍ୟଧିକ ଗରମ ନିଜ ସହିତ ଅନେକ ରୋଗ ନେଇ ଆସିଥାଏ । ଆଉ ତା ପରେ ଅଧିକ ଝାଳ ବୋହିବା ଦ୍ୱାରା ଶରୀରରେ ଜଳାଭାବ ମଧ୍ୟ ଦେଖାଦିଏ । ଆଉ ଅନେକ ଲୋକଙ୍କର ଅଧିକ ଖରା କାରଣରୁ ଲୁ’ ଜନିତ ସମସ୍ୟା ବି ରହିଛି । ସ୍ୱାସ୍ଥ୍ୟର ଧ୍ୟାନ ରଖିବା ପାଇଁ ଆପଣ ନିଜ ଡାଏଟର ଖାସ ଧ୍ୟାନ ରଖିବା ଜରୁରୀ । ତେବେ ଆସନ୍ତୁ ଜାଣିବା ଏହି ରୋଗ ଗୁଡ଼ିକରୁ ଆପଣ ନିଜ ଶରୀରକୁ କିପରି ସୁରକ୍ଷା ଦେବେ ।

ଡ଼ିହାଇଡ୍ରେସନ:

ଏହି ଋତୁରେ ସାଧାରଣତଃ ଶରୀରରେ ପାଣିର ଅଭାବ ଦେଖାଦିଏ । ଝାଳ ବୋହିବା କାରଣରୁ ପାଣି, ସୁଗାର, ଲୁଣ ସନ୍ତୁଳିତ ବିଗିଡ଼ିବାରେ ଲାଗିଥାଏ । ଜାଣନ୍ତିକି ଆପଣ ଯେତିକି ପରିମାଣରେ ପାଣି ପିଅନ୍ତି କିମ୍ବା ଅନ୍ୟ କୌଣସି ଉପାୟରେ ଗ୍ରହଣ କରନ୍ତି ତାହା ଠାରୁ ଅଧିକ ପାଣି ଆପଣଙ୍କ ଶରୀରରୁ ବାହାରିଯାଏ । ଆଉ ଏହି କାରଣରୁ ମୁଣ୍ଡବିନ୍ଧା, ଶୁଷ୍କ ଲାଗିବା, ମୁହଁ ଶୁଖିବା, ଥକା ଲାଗିବା ପରି ଲକ୍ଷଣମାନ ଦେଖାଦେଇଥାଏ । ଯାହାକି ଡ଼ିହାଇଡ୍ରେସନର ଲକ୍ଷଣ ।

କେମିତି ସୁରକ୍ଷିତ ରହିବେ:

ଡ଼ିହାଇଡ୍ରେସନ ସମସ୍ୟାରୁ ରକ୍ଷା ପାଇବା ପାଇଁ ଅଧିକରୁ ଅଧିକ ପାଣି ପିଅନ୍ତୁ । ନିଜ ଡାଏଟରେ ଲେମ୍ବୁ ପାଣି, ନଡ଼ିଆ ପାଣି, ଦହି ଘୋଳ ଆଦି ସାମିଲ କରିପାରିବେ । ଆଉ ମଧ୍ୟ ଗରମ ଦିନେ ମିଳୁଥିବା ଋତୁକାଳୀନ ଫଳ ବି ସେବନ କରନ୍ତୁ ।

summer image credit: NDTV food

ଘିମିରି ସମସ୍ୟା:

ଅତ୍ୟଧିକ ଗରମ ଓ ଝାଳ କାରଣରୁ ଶରୀରରେ ଘିମିରି ଜନିତ ସମସ୍ୟା ବି ବଢିଯାଏ । ଶରୀରର ବିଭିନ୍ନ ସ୍ଥାନରେ ଛୋଟ ଛୋଟ ଲାଲ ଲାଲ ଦାଗ ହେବା ସହ କୁଣ୍ଡେଇ ହୋଇଥାଏ । ଆପଣଙ୍କ ଶରୀରରେ ପୋର୍ସ ଗୁଡିକ ଲକ ହେବା କାରଣରୁ ଝାଳ ଆଉ ବୋହିନଥାଏ । ଫଳରେ ଅପରିଷ୍କାର ପଦାର୍ଥ ଗୁଡିକ ତ୍ୱଚାରୁ ନବାହାରି ପାରି ଘିମିରି, ବ୍ରଣ ପରି ସମସ୍ୟା ଦେଖାଦିଏ । ଏହା ଆପଣଙ୍କ ପିଠିରେ ଦରଜ ହେବା ସହ ପିଠି, ପେଟ, ବେକ ଆଦିରେ ମଧ୍ୟ ସମସ୍ୟା ଦେଖାଦିଏ ।

ଫୁଡ ପଏଜନିଙ୍ଗ:

ଗରମ ଦିନରେ ଖାଦ୍ୟପେୟରେ ଅନିୟମିତତା କାରଣରୁ ବି ଅଧିକ ଫୁଡ ପଏଜନିଙ୍ଗ ଜନିତ ସମସ୍ୟା ଦେଖାଦିଏ । ପରିବେଶରେ ମିଳୁଥିବା ରୋଗଜୀବାଣୁ ଆପଣଙ୍କ ଖାଦ୍ୟକୁ ଦୂଷିତ କରିଦେଇପାରେ । ଏମିତି ହେବା ଦ୍ୱାରା ପେଟ ସହିତ ଜଡିତ ସମସ୍ୟା ଦେଖାଦିଏ ।

ଟାଇଫଏଡ:

ଦେଖାଯାଏକି ଗରମ ଦିନରେ ଅଧିକାଂଶ ପିଲାଙ୍କୁ ଜ୍ୱର ହୋଇଥାଏ । ଯାହାକି ସମୟାନୁସାରେ ଟାଇଫଏଡ଼ର କାରଣ ହୋଇପାରେ । ଏହା ପାଚନ ତନ୍ତ୍ର ତଥା ରକ୍ତରେ ଇନଫେକ୍ସନ କାରଣରୁ ହିଁ ହୋଇଥାଏ । ଆଉ ଏହି ରୋଗ ହେଲେ ମଣିଷକୁ କମ ଭୋକ ଲାଗିଥାଏ । ମାଂସପେଶୀରେ ଦରଜ, ଶୁଖିଲା କାଶ, ମୁଣ୍ଡ ବିନ୍ଧା, ଶରୀର ଦରଜ ପରି ସମସ୍ୟା ବି ଦେଖାଦିଏ ।

Leave A Reply

Your email address will not be published.