ବିଳମ୍ବିତ ରାତିରେ ଆପଣଙ୍କୁ ଭୋକ ଲାଗୁଛିକି, ତେବେ ଏହି ୫ଟି ହେଲଦି ଫୁଡ ଖାଇପାରିବେ

ରାତି ଡିନର ନିହାତି ଭାବରେ ଠିକ ସମୟରେ ନେବା ଉଚିତ । ଏମିତି କରିବା ଦ୍ୱାରା ଦିନ ଯାକର ରୁଟିନ ଠିକ ରହିବା ସହିତ ଖାଦ୍ୟ ପଚନ ହେବାକୁ ବି ଯଥେଷ୍ଟ ସମୟ ମିଳିଯାଏ । କିନ୍ତୁ ଅଧିକାଂଶ ଲୋକ ଏମିତି ବି ଅଛନ୍ତି ଯେଉଁମାନେ ଠିକ ସମୟରେ ରାତି ଖାଇବା ତ ଖାଇ ଦିଅନ୍ତି କିନ୍ତୁ ଡେରିରେ ଶୋଇବା ହେତୁ ସେମାନଙ୍କୁ ଭୋକ ଲାଗିଥାଏ  । ଏହି କାରଣରୁ ବି ସେମାନଙ୍କୁ ନିଦ ବି ଆସିନଥାଏ । ଏଣୁ ବିଳମ୍ବିତ ରାତିରେ କଣ ଖାଇଲେ ସେମାନଙ୍କ ଭୋକ ମାରିବା ସହିତ ନିଦ ବି ଆସିବ ଆଉ ଶରୀର ସୁସ୍ଥ ରହିବ ଏନେଇ ଚିନ୍ତାରେ ଥାଆନ୍ତି । ତେବେ ଆପଣଙ୍କ ଏହି ଚିନ୍ତାକୁ ଦୂର କରିବା ପାଇଁ ଆମେ କିଛି ସରଳ ଉପାୟ ନେଇ ଆସିଛୁ । ଯାହା ମାଧ୍ୟମରେ ଆପଣଙ୍କ ଏହି ସମସ୍ୟାର ସମାଧାନ ଖୁବ ସହଜରେ ହୋଇପାରିବ ।

କ୍ଷୀର ପିଅନ୍ତୁ:

ଯଦି ଡେରି ରାତି ଯାଏଁ ଆପଣ ଚାହିଁଛନ୍ତି । ଆଉ ଆପଣଙ୍କୁ ଖୁବ ଜୋରରେ ଭୋକ ଲାଗୁଛି । ତେବେ କ୍ଷୀର ଆପଣଙ୍କ ପାଇଁ ଏକ ଭଲ ବିକଳ୍ପ ହେବ । ଏମିତିରେ ବି କାହିଁ କେଉଁ କାଳରୁ କ୍ଷୀରକୁ ଏକ ବେଡ଼ ଟାଇମ ସ୍ନାକ୍ସ ଭାବେ ଧରାଯାଇ ଆସୁଛି ।

food for night

ଶୁଖିଲା ଖୁଆ:

ଯଦି ଡେରି ରାତି ଯାଏଁ ଚାହିଁଛନ୍ତି ତେବେ କିଛି କିଛି ଶୁଖିଲା ଖୁଆ ଖାଆନ୍ତୁ । ଶୁଖିଲା ଖୁଆରେ ଭରପୁର ପୋଷାକ ତତ୍ତ୍ୱ ଥିବା ସହ ଶରୀରକୁ ଆବଶ୍ୟକ ପୋଷାକ ଦେଇଥାଏ । ଗୋଟିଏ ଦିନରେ ୨୮ ରୁ ୩୦ ଗ୍ରାମ ପର୍ଯ୍ୟନ୍ତ ସେବନ କରନ୍ତୁ ।

ଗାଜର ହାଲୱା:

ଆପଣଙ୍କୁ ଟିକେ ଅଜବ ଲାଗୁ ଥାଇପାରେ । କିନ୍ତୁ ବିଳମ୍ବିତ ରାତିର ଭୋକ ମେଂଟେଇବା ପାଇଁ ଗାଜର ହାଲୱା ବି ଏକ ଭଲ ବିକଳ୍ପ । କାରଣ ଏଥିରୁ ଫାଇବର ବ୍ୟତୀତ ବିଟା କାରୋଟିନ ବି ଥାଏ । ଯାହା ଇମ୍ୟୁନିଟି ବଢ଼ାଇ ଥାଏ ।

food for night ସୁପ ପିଇ ପାରିବେ:

ସୁପ ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭ ଦାୟକ ହୋଇଥାଏ । ଟମାଟୋ କିମ୍ବା ପନିପରିବା ସୁପ ପିଇ ପାରିବେ । ଏହା ସ୍ୱାସ୍ଥ୍ୟପ୍ରଦ ହେବା ସହ ଭୋକ ବି ମେଣ୍ଟେଇ ପାରିବ ।

ଭଜା ଚଣା:

ଯଦି ଆପଣ କିଛି ଲୁଣି ଖାଦ୍ୟ ଖାଇବାକୁ ଚାହୁଁଛନ୍ତି । ତେବେ ଆପଣଙ୍କ ପାଇଁ ଭଜା ଚଣା ବି ଏକ ଭଲ ଅପ୍ସନ । ଭୋକ ଶାନ୍ତ ହେବା ସହ ପୋଷାକ ତତ୍ତ୍ୱ ବି ମିଳିପାରିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.