ଲାଇଫ୍ ଷ୍ଟାଇଲ୍

ଉଚ୍ଚ ରକ୍ତଚାପରେ ଖାଇବାକୁ ପଡ଼ିବନି ମେଡିସିନ୍‌, ବର୍ଷରେ ଦୁଇଥର ଏହି ଇଞ୍ଜେକ୍ସନ ନେଇ ରହି ପାରିବେ ସୁସ୍ଥ

WHO ଅର୍ଥାତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ବିଶ୍ୱରେ ୧.୨୮ ବିଲିୟନ ଲୋକ ଉଚ୍ଚ ରକ୍ତଚାପର ଶିକାର ହେଉଛନ୍ତି । ଏଥିମଧ୍ୟରୁ ୭୦ କୋଟି ଲୋକ ଜାଣି ନାହାନ୍ତି ଯେ ସେମାନଙ୍କର ଉଚ୍ଚ ରକ୍ତଚାପ ସମସ୍ୟା ରହିଛି । ଯେତେବେଳେ ଅନ୍ୟ କୌଣସି ସମସ୍ୟା ପାଇଁ ସେମାନେ ଡାକ୍ତରଙ୍କ ନିକଟକୁ ଯାଆନ୍ତି କିମ୍ବା ଯେତେବେଳେ ଲକ୍ଷଣଗୁଡ଼ିକ ଅଧିକ ବଢ଼େ, ସେତେବେଳେ ଜଣା ପଡିଥାଏ ଯେ ସେମାନଙ୍କର ଉଚ୍ଚ ରକ୍ତଚାପ ଅଛି । କିନ୍ତୁ ଏହାପୂର୍ବରୁ ଜଣଙ୍କୁ ହୃଦଘାତ, ଷ୍ଟ୍ରୋକ, କାର୍ଡିୟାକ ଆଟାକ ଭଳି ହୃଦୟ ସହ ଜଡିତ ସାଂଘାତିକ ସମସ୍ୟା ଭୋଗିବାକୁ ପଡିପାରେ । ଉଚ୍ଚ ରକ୍ତଚାପ ଔଷଧ ଖାଇବା ଦ୍ୱାରା ଏହାକୁ ନିୟନ୍ତ୍ରଣ କରାଯାଇପାରିବ କିନ୍ତୁ ଏହାକୁ ପ୍ରତିଦିନ ଖାଇବାକୁ ପଡିଥାଏ । କିନ୍ତୁ ବର୍ତ୍ତମାନ ବୈଜ୍ଞାନିକମାନେ ଏପରି ଏକ ଇଞ୍ଜେକ୍ସନ ପ୍ରସ୍ତୁତ କରିଛନ୍ତି ଯାହା କୋଟି କୋଟି ଲୋକଙ୍କ ଉଚ୍ଚ ରକ୍ତଚାପ ସମସ୍ୟାକୁ ଦୂର କରିପାରିବ । ଆଶ୍ଚର୍ଯ୍ୟର ବିଷୟ ହେଉଛି ଏହି ଇଞ୍ଜେକ୍ସନ ବର୍ଷକୁ ମାତ୍ର ଦୁଇଥର ନେବାର ଆବଶ୍ୟକ ପଡ଼ିଥାଏ ।

ଗ୍ଲୋବାଲ୍ ଡାଇବେଟିସ୍ କମ୍ୟୁନିଟିର ୱେବସାଇଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ଏହି ଇଞ୍ଜେକ୍ସନ୍ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଲାଭକାରୀ ହୋଇପାରିବ ଯେଉଁମାନେ ଉଚ୍ଚ ରକ୍ତଚାପ ସମସ୍ୟା ସହ ଲଗାତାର ଭାବରେ ସଂଘର୍ଷ କରୁଛନ୍ତି ଏବଂ ପ୍ରତିଦିନ ଔଷଧ ଖାଉଛନ୍ତି । ଏହି ଇଞ୍ଜେକ୍ସନ ନେବା ପରେ ଆଉ ପ୍ରତିଦିନ ଟାବଲେଟ୍ ଖାଇବାର କୌଣସି ଆବଶ୍ୟକତା ହେବ ନାହିଁ । ଏହି ଇଞ୍ଜେକ୍ସନର ନାମ ହେଉଛି ଜିଲେବେସିରାନ୍ (zilebesiran) । ଏହାକୁ ପ୍ରତି ଛଅ ମାସରେ ନେବାକୁ ପଡିବ । ଅନୁସନ୍ଧାନକାରୀମାନେ ଉଚ୍ଚ ରକ୍ତଚାପରେ ପୀଡିତ ୧୦୦ରୁ ଅଧିକ ଲୋକଙ୍କ ଉପରେ ଏହି ଇଞ୍ଜେକ୍ସନକୁ ପରୀକ୍ଷା କରିଥିଲେ, ଯାହା ଭଲ ଭାବେ ସଫଳ ହୋଇଛି ।

କ୍ଲିନିକାଲ୍ ପରୀକ୍ଷଣରେ, ଉଚ୍ଚ ରକ୍ତଚାପରେ ପିଡିତ ୮୦ ଜଣଙ୍କୁ ଜିଲେବେସିରାନ୍ ଇଞ୍ଜେକ୍ସନ ଦିଆଯାଇଥିବାବେଳେ ୩୦ ଜଣଙ୍କୁ ପ୍ଲେସିବୋ (ନକଲି ଇଞ୍ଜେକ୍ସନ୍) ଦିଆଯାଇଥିଲା । ଯେଉଁମାନଙ୍କୁ ଅସଲି ଇଞ୍ଜେକ୍ସନ୍ ଦିଆଯାଇଥିଲା, ସେମାନଙ୍କ ରକ୍ତଚାପ ୬ମାସରେ କମ ହୋଇଥିଲା । ଏହି ଲୋକଙ୍କ ରକ୍ତଚାପ ୬ ମାସ ପର୍ଯ୍ୟନ୍ତ ସ୍ୱାଭାବିକ ରହିଥିଲା । ପରୀକ୍ଷଣରେ ଜଣାପଡିଛି ଯେ ରକ୍ତଚାପ ୨୦୦ ଏମଜିର ଔଷଧ ଖାଇବା ପରେ ଯେତେ କମିଥାଏ ଏହି ଇଞ୍ଜେକ୍ସନ ନେବା ପରେ ରକ୍ତଚାପ ଅଧିକ ମାତ୍ରାରେ କମ ହୋଇଥିଲା । ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ଏହି ଇଞ୍ଜେକ୍ସନ୍ ଆଞ୍ଜିଓଟେନସିନର ପ୍ରଡକ୍ସନକୁ ବନ୍ଦ କରିଦିଏ । ଆଞ୍ଜିଓଟେନସିନ୍ ହେଉଛି ଏକ ପ୍ରୋଟିନ୍ ହରମୋନ୍ ଯାହା ଦ୍ୱାରା ବ୍ଲଡ ଭେସେଲ୍ସ ପତଳା ହୋଇଥାଏ ଏବଂ ଏହି କାରଣରୁ ରକ୍ତଚାପ ବଢ଼ିଥାଏ । ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ପ୍ରାଥମିକ ପରୀକ୍ଷାରେ ଆଶା କରାଯାଇଥିବା ରେଜଲ୍ଟ ପ୍ରକାଶ ପାଇଛି । ବର୍ତ୍ତମାନ ବୈଜ୍ଞାନିକମାନଙ୍କୁ ଅଧ୍ୟୟନ କରିବାକୁ ପଡିବ ଯେ ଏହି ଇଞ୍ଜେକ୍ସନ୍ ୩ ମାସରେ କିମ୍ବା ୬ ମାସରେ ଦିଆଯିବା ଉଚିତ୍ ।

 

Subhalaxmi Das

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago