WHO ଗାଇଡ଼ ଲାଇନ: କ୍ଵାରେଣ୍ଟାଇନ ଥିବା ସମୟରେ କଣ ଖାଇବେ କଣ ନ ଖାଇବେ

ମାରାତ୍ମକ କରୋନା ଦାଉରୁ ରକ୍ଷା ପାଇବା ପାଇଁ ବିଶ୍ୱର ଅଧିକାଂଶ ଲୋକ ଏବେ କ୍ଵାରିଣ୍ଟିଂନରେ ରହୁଛନ୍ତି । କିନ୍ତୁ ଗୋଟେ ଘରେ ଏତେ ଦିନ ବନ୍ଦ ରହିବା କାରଣରୁ ଏହାର ପ୍ରଭାବ ଉଭୟ ଶରୀର ଓ ମନ ଉପରେ ପଡିଥାଏ । କ୍ଵାରିଣ୍ଟିଂନ ଥିବା ସମୟରେ ଯଦି ବିଶେଷ ଭାବେ ନିଜ ଖାଦ୍ୟପେୟକୁ ନେଇ ସତର୍କ ନହୁଅନ୍ତି ତେବେ ଆଗକୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିପାରେ । ଏହି କାରଣରୁ ‘ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ’ ବା ଡବ୍ଲୁଏଚଓ ଖାଦ୍ୟ ପ୍ରଣାଳୀକୁ ନେଇ ଏକ ନୂଆ ଗାଇଡ଼ ଲାଇନ ଜାରି କରିଛନ୍ତି ।

ଯାହାକୁ ପାଳନ କରି ଆପଣ ଶୀଘ୍ର ସୁସ୍ଥ ହେବା ସହ ଫିଟ ମଧ୍ୟ ରହିପାରିବେ । ଏହା ସହ ଏହାକୁ ପାଳନ କଲେ ଆପଣଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଇବ ।ତେବେ ଆସନ୍ତୁ ଜାଣିରଖିବା ଏହି ସମୟରେ କଣ ଖାଇବେ ଓ କଣ ନଖାଇବେ ।

red meat

କଣ ନ ଖାଇବେ;

– WHO ଗାଇଡ଼ ଲାଇନ ଅନୁଯାୟୀ କ୍ଵାରିଣ୍ଟିଂନରେ ଥିବା ସମୟରେ ପ୍ୟାକେଟ ଫୁଡ, ଡବା ବନ୍ଦ ଖାଦ୍ୟ, ମାତ୍ରାଧିକ ଲୁଣ ଓ ଚିନି ଠାରୁ ଦୂରେଇ ରହିବା ଦରକାର । ଘରେ ପ୍ରସ୍ତୁତ ହୋଇଥିବା ପୌଷ୍ଟିକ ଆହାର ହିଁ ଗ୍ରହଣ କରନ୍ତୁ ।

– ଏହା ସହ ମାତ୍ରାଧିକ ଚାହା କିମ୍ବା କଫି ବି ପିଅନ୍ତୁ ନାହିଁ ।

– ମଇଦା, ଧଳା ପାସ୍ତା, ଧଳା ଚାଉଳ, ଧଳା ବ୍ରେଡ ଆଦି ଠାରୁ ଦୂରେଇ ରହିବା ଉଚିତ ।

– କଫି, ଚାହା, ସଫ୍ଟ ଡ୍ରିଙ୍କ, ଏନର୍ଜି ଡ୍ରିଙ୍କ, ଥଣ୍ଡା ପାନୀୟ, ମୃଦ୍ୟୁ ପାନୀୟ ବି ବର୍ଜନ କରନ୍ତୁ ।

– ମାଂସ ବା ରେଡ଼ ମିଟ, ବଟର, ପାମ ଅଏଲ, କୋକୋନଟ ଠାରୁ ବି ଦୂରେଇ ରହିବା ଆବଶ୍ୟକ ।

food

କଣ ଖାଇବେ :

– ନିଜ ଡାଏଟରେ ଯେତେ ଦୂର ସମ୍ଭବ ତାଜା ପନିପରିବା, ଫଳ, ଡ଼ାଲି, ଶସ୍ୟ ଜାତୀୟ ଖାଦ୍ୟ ଆଦି ଗ୍ରହଣ କରନ୍ତୁ । ଯାହାକି ଶୀଘ୍ର ହଜମ ହୋଇଥାଏ । ପାଚନ କ୍ରିୟା ଠିକ ଭାବେ କାମ କରିଥାଏ । ଆପଣଙ୍କର କବ୍ଜ, ଏସିଡ଼ିଟି ପରି ସମସ୍ୟା ବି ରୁହେ ନାହିଁ ।

– ଏହି ସମୟରେ ଶ୍ରୀରାର ଆଦ୍ରତା ବଜାୟ ରଖିବା ପାଇଁ ଦିନକୁ ଅତିକମରେ ୮ ରୁ ୯ ଗ୍ଲାସ ପାଣି ପିଅନ୍ତୁ ।
ଏହା ସହ ଦିନକୁ ଦୁଇଥର ଗ୍ରୀନ ଟି, ଦୁଇ ଗ୍ଲାସ ଲେମ୍ବୁ ପାଣି, ଗୋଟିଏ ଗ୍ଲାସ ଜୁସ, ଗୋଟିଏ ଗ୍ଲାସ କ୍ଷୀର ପିଅନ୍ତୁ

– ଆପଣ ଚାହିଁବେ ତ ପାଣିରେ ଖଟା ଜାତୀୟ ଫଳ, କାକୁଡି, ପୋଦିନା, ଲାଭେଣ୍ଡର, ରୋଜ ମେରୀ ଆଦି ମିଶେଇ ପିଇପାରିବେ ।

Increase In Taxes On Alcohol, Tobacco Will Cause 20,000 Job Loss ...

– WHO ଅନୁଯାୟୀ ଏହି ସମୟରେ ବିଭିନ୍ନ ନିଶା ଦ୍ରବ୍ୟ ଠାରୁ ଯଥା ସମ୍ଭବ ଦୂରେଇ ରୁହନ୍ତୁ ।

– ନିଜ ଡାଏଟରେ ଭିଟାମିନ ସି ଯୁକ୍ତ ଫଳ ଗ୍ରହଣ କରନ୍ତୁ ।

– ଖାଇବା ପରେ ଗୁଡ଼ କିମ୍ବା ପାନମଧୁରୀ ଖାଆନ୍ତୁ । ଯାହା ଦ୍ୱାରା ଖାଦ୍ୟ ସହଜରେ ଓ ଶୀଘ୍ର ହଜମ ହୋଇଥାଏ ।

– ମିଠା ଖାଇବାକୁ ଇଛା ହେଲେ ମିଠା ଫଳ, ମହୁ ଆଦି ଖାଆନ୍ତୁ ।

 

Leave A Reply

Your email address will not be published.