ଶୀତଦିନେ ସ୍ୱେଟର ପିନ୍ଧି ଶୋଉଥିଲେ ରୁହନ୍ତୁ ସତର୍କ, ନଚେତ୍‌ ହୋଇପାରେ ଭାରି ସମସ୍ୟା

ଶୀତଦିନରେ ଲୋକଙ୍କୁ ଅଧିକ ଥଣ୍ଡା ଲାଗିଲେ ଶୀତବସ୍ତ୍ର ଉପରେ ନିର୍ଭର କରିଥାନ୍ତି। ଅନେକ ଲୋକ ଘର ବାହାରକୁ ଆସିବା ସମୟରେ ସ୍ୱେଟର ପିନ୍ଧିକି ଆସିଥାନ୍ତି । କିନ୍ତୁ କିଛି ଲୋକ ଏମିତି ଅଛନ୍ତି ଯେଉଁମାନେ ରାତିରେ ଶୋଇବା ସମୟରେ ମଧ୍ୟ ସ୍ୱେଟର ପିନ୍ଧି ଶୋଇଥାନ୍ତି। କିନ୍ତୁ ଏହାକୁ ନେଇ ଅନେକ ଶାରୀରିକ ସମସ୍ୟା ହୋଇଥାଏ। ଯାହା ବିଷୟରେ ପ୍ରାୟତଃ ଅନେକ ଜାଣି ନଥାନ୍ତି।

ଉଲ୍‌ କପଡ଼ାରେ ତିଆରି ହୋଇଥିବା ଫାଇବର ମୋଟା ହୋଇଥିବା କାରଣରୁ ଶରୀରର ଗରମ ବା ଉତ୍ତାପ ବାହାରକୁ ଆସିନଥାଏ । ସେଥିପାଇଁ ରାତିରେ ଶୋଇବା ସମୟରେ ସ୍ୱେଟର ପିନ୍ଧି ଶୋଇବା ଉଚିତ ନୁହେଁ। ଯଦି ଆପଣ ବ୍ଲଡ ପ୍ରେସର କିମ୍ବା ଡାଇବେଟିଜ ରୋଗୀ ହୋଇଥାନ୍ତି ତେବେ ଆପଣଙ୍କୁ ଏଥିପାଇଁ ଅଧିକ ସମସ୍ୟା ହୋଇପାରେ।

winter
pc: sach kahun

ରାତିରେ ସ୍ୱେଟର ପିନ୍ଧି ଶୋଇବା ଯୋଗୁଁ ସ୍କିନ ଉପରେ ରାସେସ୍‌ ବା ଦାଗ ହୋଇଯାଏ। ସ୍ୱିଟରର ମାଟେରିଆଲ ସିିଧା ଆମ ସ୍କିନକୁ ସ୍ପର୍ଶ କରିଥାଏ। ଅନେକ ଲୋକଙ୍କୁ ଉଲ୍‌ କପଡା ପାଇଁ ଆଲର୍ଜି ହୋଇଥାଏ। ଗରମ କପଡ଼ା ପାଇଁ ସ୍କିନରେ ରୁଖାପଣ ମଧ୍ୟ ବଢ଼ିଯାଏ।

ଗରମ କପଡ଼ା ଶରୀରରେ ଅକ୍ସିଜେନ ଲେଭଲକୁ କମ୍‌ କରିଦିଏ। ମାନେ ଏହାକୁ ବ୍ଲକ କରିଦିଏ । ଯାହାପାଇଁ ଆପଣଙ୍କୁ ଶ୍ୱାସରୁଦ୍ଧ ଭଳି ଅନୁଭବ ହୋଇଥାଏ। ଯଦି ଆପଣଙ୍କ ଶ୍ୱାସ ସମ୍ବନ୍ଧୀୟ ସମସ୍ୟା ଅଛି କିମ୍ବା ଆସ୍ଥମା ଭଳି ସମସ୍ୟା ରହିଛି। ତେବେ ଆପଣ ମନେ ରଖନ୍ତୁ। ଶୋଇବା ସମୟରେ ଶୀତବସ୍ତ୍ର ପିନ୍ଧିକି ଶୁଅନ୍ତୁ ନାହିଁ।

cloth
pc: prevention.com

ହାର୍ଟ ସମ୍ବନ୍ଧୀୟ କିଛି ଅସୁବିଧା ଥିଲେ ଆପଣ ସ୍ୱେଟର ପିନ୍ଧି ଭୁଲ ରେ ବି ଶୁଅନ୍ତୁ ନାହିଁ। ରାତିରେ ଗରମ କପଡ଼ା ପିନ୍ଧି ଶୋଇଲେ ବ୍ଲଡ ପ୍ରେସର ସ୍ତର କମିଯାଏ। ଏହାଦ୍ୱାରା ଅଚାନକ ଝାଳ ବାହାରେ। ଏହାସହ ମାଇଣ୍ଡ ଷ୍ଟ୍ରେସ ଫୁଲ ମଧ୍ୟ ଲାଗିଥାଏ। ଯଦି ଆପଣଙ୍କୁ ବେଶି ଶୀତ ଲାଗୁଛି ତେବେ ଗୋଟିଏ ଲେୟାର ଥିବା କପଡ଼ା ପିନ୍ଧି ଶୁଅନ୍ତୁ।

Leave A Reply

Your email address will not be published.