ଆଜିକାଲିର ପିଲାମାନେ ବହୁତ ଦୃଷ୍ଟ ହେବାକୁ ଲାଗିଲେଣି । ଯାହା ଜିଦ୍ କରୁଛନ୍ତି ତାହା ନଦେଲା ପର୍ଯ୍ୟନ୍ତ ବହୁି ବିଶୃଙ୍ଖଳା ସୃଷ୍ଟି କରିଥାନ୍ତି । ଏହା ସହ କିଛି ପିଲମାନେ ମଧ୍ୟ ନିିଜର ବାପା-ମାଙ୍କୁ ମାନି ନଥାନ୍ତି । ଏଭଳି ପରିସ୍ଥିତିରେ ବାପା-ମା ବହୁତ ଟେନସନରେ ପଡିଯାଆନ୍ତି । ସେ ଚିନ୍ତା କରିଥାନ୍ତି ଯେ ପିଲାଙ୍କୁ କିପରି ସୁଧାରିବୁ ଏହିସବୁ କୁ ଭାବି ଭାବି ବ୍ଲଡ ପ୍ରେସର ମଧ୍ୟ ବଢ଼ିଯାଇଥାଏ । ଏହି ହରକତ ୫-୮ ବର୍ଷ ପିଲାମାନଙ୍କ କ୍ଷେତ୍ରରେ ଅଧିକ ଦେଖାଯାଇଥାଏ । ଏହି ପିଲାମାନେ ନିଜର ପିତା ମାତାଙ୍କୁ ବହୁତ ହଇରାଣରେ ପକାଇ ଦିଅନ୍ତି । ଏହା ସହ ଏପରି କିଛି ପିଲା ଅଛନ୍ତି ଯେଉଁମାନେ ଅଧିକ ରାଗିଗଲେ ଜୀବନ ହରାଇବାକୁ ବି ପଛାନ୍ତି ନାହିଁ । ଏଭଳି ପରିସ୍ଥିତିରେ ଆପଣ ନିଜ ଛୁଆଙ୍କୁ କିପରିି ରାସ୍ତାକୁ ଆଣିବେ ଆସନ୍ତୁ ଜାଣିବା
ପଲାମାନଙ୍କୁ ସମୟର ମୂଲ୍ୟକୁ ବୁଝାନ୍ତୁ : ଯଦି ଆପଣ ଚାହୁଁଛନ୍ତି ଯେ ଆପଣଙ୍କ ପିଲା ବାଟକୁ ଆସୁ ତେବେ ଏଭଳି ପରିସ୍ଥିତିରେ ପ୍ରଥମେ ପ୍ରେତ୍ୟକ ଜିନିଷ ଉପରେ ଟାଇମ-ଟେବୁଲ କରିଦିଅନ୍ତୁ । ଯାହା ଛୁଆଙ୍କ କ୍ଷେତ୍ରରେ ବହୁତ ଉନ୍ନତି ଆଣିଥାଏ । କାରଣ ଯଦି ଟାଇମ-ଟେବୁଲ କରାଯାଏ ସେ ସେହି ସମୟ ଅନୁସାରେ ପତେ୍ୟକ କାର୍ଯ୍ୟ କରିବ ଏବଂ ବାହାର ଜିନିଷକୁ କିଛି ମୁଣ୍ଡରେ ପୁରାଇବାକୁ ସମୟ ପାଇପାରିବେ ନାହିଁ । ଯାହା ଫଳରେ ଗୋଟିଏ ପିଲା ଦିନକୁ ଦିନ ସୁଧାରିବାରେ ଲାଗିବ ।
ଭୁଲ କିମ୍ବାା ଠିକ୍ ମଧ୍ୟରେ ପାର୍ଥକ୍ୟ ଜଣାନ୍ତୁ : ଯଦି ଆପଣଙ୍କର ପିଲା କିଛି ଭୁଲ କାମ କରୁଛି ତାକୁ ଘୋଡାଇ ନଦେଇ ଠିକ୍ କାମ କରିବାକୁ ପରାମର୍ଶ ଦିଅନ୍ତୁ । ଏହାସହ ଯଦି ଆପଣଙ୍କର ପିଲା ଠିକ୍ କାମ କରଛି ତେବେ ସେହି ପିଲାଙ୍କୁ ପ୍ରଶଂସା କରନ୍ତୁ । ପିଲାମାନେ ବହୁତ ଖୁସି ହେବାକୁ ଲାଗିବେ । ସବୁ ସମୟରେ କେଉଁ କାମ କଲେ ଠିକ୍ ଏବଂ କେଉଁ କାମ କଲେ ଭୁଲ ଏହିସବୁ କଥା ପିଲାମାନଙ୍କୁ ସିଖାନ୍ତୁ । ଯାହା ଫଳରେ ପିଲାମାନଙ୍କ ଚିନ୍ତାଧାରାକୁ ପରିବର୍ତ୍ତନ କରିପାରିବ ।
ପିଲାଙ୍କ ସହ ସମୟ ବିତାନ୍ତୁ : ଯଦି ଚାହୁଁଛନ୍ତି ଆପଣଙ୍କ ପିଲା ଆପଣଙ୍କ କଥା ମାନନ୍ତୁ ତେବେ ସର୍ବ ପ୍ରଥମେ ତାଙ୍କ ପାଇଁ ସମୟ ବାହାର କରନ୍ତୁ । ଏହାସହ ପିଲାମାନଙ୍କ ସହ ବସା ଉଠା, ଖେଳ ଏବଂ ସବୁକଥା ଶେୟାର କରନ୍ତୁ ଯାହା ଦ୍ୱାରା ପିଲାମାନେ ଖୁସି ହୋଇ ଆପଣଙ୍କ କଥା ଶୁଥିବା ସହ ଆପଣଙ୍କ ପାଖାପାଖି ସବୁ ସମୟରେ ରହିବାକୁ ଭଲ ପାଇବେ ।
ପିଲାଙ୍କର ସବୁ ଇଚ୍ଛାକୁ ପରିପୂର୍ଣ୍ଣ କରନ୍ତୁ : ପିଲା ମାନେ ଯେଉଁ ସମୟରେ ଆପଣଙ୍କୁ କିଛି ଜିନିଷ ମାଗନ୍ତି ତାହା ଜିଦ୍ କରିବା ପୂର୍ବରୁ ଦେଇଦିଅନ୍ତୁ, ଯାହାକୁ ପାଇ ପିଲାମାନେ ବହୁି ଖୁସିହେବେ । କେହି କେହି ଛୁଆ ଅଛନ୍ତି ଚୋରି ମଧ୍ୟ କରିଥାନ୍ତି । ଯଦି ଆପଣ ଏତିରୁ ତାଙ୍କୁ ଅଟକାଇବାକୁ ଚାହୁଁଛନ୍ତି, ତେବେ ତାଙ୍କ ଇଚ୍ଛାକୁ ପୂରଣ କରନ୍ତୁ । ଯାହା ପିଲାମାନଙ୍କ କ୍ଷେତ୍ରରେ ସୁଧାର ଆସିବ ।