ପାଦର ଲକ୍ଷଣରୁ ହୋଇଯାଆନ୍ତୁ ସତର୍କ, ନହେଲେ ଆପଣ ମଧ୍ୟ ହୋଇପାରନ୍ତି ଏହିଭଳି ଭୟଙ୍କର ରୋଗରେ ପୀଡିତ

ରୋଗ ଅର୍ଥାତ ଅସୁସ୍ଥତା । ସାଧାରଣତଃ ମଣିଷ ଶରୀରର ବିକାଶରେ ବାଧା ସୃଷ୍ଟି ହେଲେ ଏହାକୁ ରୋଗ କୁହାଯାଏ । ରୋଗ ହେବା ଦ୍ୱାରା ଆମେ ଯନ୍ତ୍ରଣା, ଅବସାଦ ଏବଂ ଅନେକ ଗୁଡିଏ ସାମାଜିକ ଅସୁବିଧା ଦେଇ ଗତି କରିଥାଉ । ପ୍ରାୟତଃ ରୋଗ ହେବା ପୂର୍ବରୁ ଏହାର ଲକ୍ଷଣ ଗୁଡିକ ଆମ ଶରୀରରେ ଦେଖାଯାଇଥାଏ କିନ୍ତୁ କିଛି ଏପରି ଲକ୍ଷଣ ରହିଛି ଯାହାକୁ ଆମେ ଦେଖି ମଧ୍ୟ ଜାଣି ପାରୁନାହୁଁ ଯେ ଏହା ଏକ ରୋଗର ଲକ୍ଷଣ ଅଟେ । ସେଥିପାଇଁ ଅନେକ ସମୟରେ ଆମେ ଡାକ୍ତରଙ୍କୁ ଦେଖେଇବାରେ ବିଳମ୍ବ କରିଦେଇଥାଉ । ଶରୀରର ଭିନ୍ନ ଭିନ୍ନ ସ୍ଥାନରେ ରୋଗର ଲକ୍ଷଣ ଦେଖାଯାଇଥାଏ କିନ୍ତୁ କଣ ଆପଣ ଜାଣିଛନ୍ତି କି ଆପଣଙ୍କ ପାଦରେ ମଧ୍ୟ କିଛି ରୋଗର ଲକ୍ଷଣ ଦେଖାଯାଇଥାଏ ଯାହାକୁ ଆପଣ ଅଣଦେଖା କଲେ ଭବିଷ୍ୟତରେ ବହୁତ ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି । ଆସନ୍ତୁ ଜାଣିବା କଣ ସେହି ଲକ୍ଷଣ ।
ପାଦରେ ଆବୁ ହେବା
ଯଦି ଆପଣଙ୍କ ପାଦରେ ଆବୁ ବା ଗଣ୍ଠି ହେବା ଭଳି ସମସ୍ୟା ଦେଖାଯାଉଛି ତାହେଲେ ଜାଣିନିଅନ୍ତୁ ଯେ ଆପଣଙ୍କ ଶରୀରରେ ତରଳ ପଦାର୍ଥର ଅଭାବ ଦେଖାଦେଇଛି । ଏହା ବ୍ୟତୀତ ଏହି ସମସ୍ୟା ଆପଣଙ୍କ ଶରୀରରେ ଖରାପ ବ୍ଲଡ଼ ସର୍କୁଲେସନ ହେଉଛି ବୋଲି ମଧ୍ୟ ସଂକେତ ଦେଇଥାଏ ।
ପାଦର ନଖ ହଳଦିଆ ଦେଖାଯିବା
ଯଦି ଆପଣଙ୍କ ପାଦର ନଖ ହଳଦିଆ ହୋଇଯାଉଛି ତାହେଲେ ଏହା ସିଧାସଳଖ ଭାବେ କୌଣସି ଏକ ରୋଗର ସଂକେତ ଦେଉଛି । ଯଦି ଆପଣଙ୍କ ପାଦର ନଖ ହଳଦିଆ ଏବଂ ମୋଟା ହୋଇ ବଙ୍କା ହୋଇଯାଉଛି ତାହେଲେ ଏହା ଆପଣଙ୍କ ତ୍ୱଚା ସହ ଜଡିତ କୌଣସି ରୋଗର ସଂକେତ କିମ୍ବା କ୍ୟାନସର ରୋଗର ସଂକେତ ଦେଉଛି ।
ଗୋଇଠିରେ ଯନ୍ତ୍ରଣା ହେବା
ଯଦି ଆପଣଙ୍କ ଗୋଇଠିରେ ଅନେକ ସମୟରେ ଦରଜ କିମ୍ବା ଯନ୍ତ୍ରଣା ହେଉଛି ତାହେଲେ ଜାଣି ନିଅନ୍ତୁ ଯେ ଆପଣଙ୍କୁ ଡାଇବେଟିସ କିମ୍ବା କାଲକେନିୟସ ରୋଗ ହେବାର ସଂଭାବନା ରହିଛି । ଯଦି ଆପଣଙ୍କ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି ତାହେଲେ ଯଥାଶୀଘ୍ର ସମ୍ଭବ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।
ସମ୍ପୂର୍ଣ ଗୋଡ଼ରେ ଯନ୍ତ୍ରଣା ହେବା
ଯଦି ଆପଣଙ୍କ ସମ୍ପୂର୍ଣ ଗୋଡ଼ରେ ଯନ୍ତ୍ରଣା ହେଉଛି ତାହେଲେ ଏହା କ୍ୟାଲସିୟମ, ପୋଟାସିୟମ ଏବଂ ଭିଟାମିନ୍ସର ଅଭାବକୁ ଦର୍ଶାଉଛି । ଅନେକ ସମୟରେ ଡାଇବେଟିସ କାରଣରୁ ମଧ୍ୟ ଏପରି ହୋଇଥାଏ ।
ପାଦର ଆଙ୍ଗୁଠି ଫୁଲିଯିବା କିମ୍ବା ଜ୍ୱଳନ ହେବା
ଯଦି ଆପଣଙ୍କ ପାଦର ଆଙ୍ଗୁଠି ଫୁଲିଯାଉଛି କିମ୍ବା ସେଠାରେ ଜ୍ୱଳନ ହେବା ଭଳି ଅନୁଭବ କରୁଛନ୍ତି ତାହେଲେ ଯାଣିନିଅନ୍ତୁ ଯେ ଆପଣଙ୍କ ଶରୀରରେ ୟୁରିକ ଏସିଡର ମାତ୍ରା ବଢିଯାଇଛି । ଏହା ଆର୍ଥାଇଟସର ସମସ୍ୟା ସହିତ ଇନଫେକ୍ସନ ଆଡକୁ ମଧ୍ୟ ସଂକେତ କରିଥାଏ ।