ମହକିବ ସଂପର୍କ, ଆଗ ଠାରୁ ଅଧିକ ପ୍ରେମ କରିବ ପ୍ରେମିକା ! ଯଦି ଧ୍ୟନରେ ରଖିବେ ଏହି କଥା

ପ୍ରତ୍ଯେକ ସଂପର୍କରେ ଭଲପାଇବା ରହିବା ନିହାତି ଆବଶ୍ଯକ । ବିନା ଭଲପାଇବାରେ ନା କିଏ ବଂଚି ପାରିଛି ନା କିଏ ବଂଚିବା ବିଷୟରେ ଭାବିପାରିଛି । ଯଦି ଆପଣ କାହାଠାରୁ ଭଲପାଇବା ଆଶା କରୁଛନ୍ତି ତେବେ ସର୍ବ ପ୍ରଥମେ ନିଜେ ଅନ୍ଯକୁ ବିଶ୍ବାସ ଓ ଭଲପାଇବା ଦେବା ଶିଖନ୍ତୁ । କିନ୍ତୁ ଏହା ଅତ୍ଯନ୍ତ ଜରୁରୀ କେବଳ ନିଜ ଜୀବନ ସାଥୀଙ୍କ ଠାରୁ ହିଁ ଭଲପାଇବା ପାଇବା ପାଇଁ ଆଶା ରଖିବା ଉଚିତ୍ । ଯଦି ଆପଣ ଆପଣଙ୍କ ଜୀବନ ସାଥୀଙ୍କୁ ଭଲପାଇବା ଓ ବିଶ୍ବାସ ନଦେବେ ତେବେ ଆପଣ ମଧ୍ୟ ତାଙ୍କ ଠାରୁ ଭଲପାଇବା ପାଇ ପାରିବେ ନାହିଁ । ତେବେ ଆସନ୍ତୁ ଜାଣିବା କିଛି ଏମିତି ଟିପ୍ସ ବିଷୟରେ ଯିଏ କି କେବଳ ଆପଣଙ୍କ ସଂପର୍କକୁ ଠିକ୍ ରଖିବ ତାହା ନୁହେଁ ବଂର ସଂପର୍କକୁ ମହକାଇବ ମଧ୍ୟ …

– ନିଜ ସଂପର୍କ ସବୁବେଳେ ବଂଚାଇ ରଖିବାକୁ ହେଲେ ବିଶ୍ବାସର ବନ୍ଧନକୁ ସର୍ବଦା ମଜଭୁତ ରଖନ୍ତୁ । ଯଦି ଆପଣ ଆପଣଙ୍କ ସାଥୀଙ୍କ ପ୍ରତି ବିଶ୍ବସ୍ତ ତେବେ ନିଶ୍ଚିନ୍ତ ଭାବେ ଆପଣଙ୍କ ସାଥୀ ଆପଣଙ୍କୁ ଭଲପାଇବାକୁ ବାଧ୍ୟ ହେବେ ।

–  ସବୁ ଝିଅ ଚାଂହାତି ସେମାନଙ୍କ ସାଥୀ କେବଳ ସେମାନଙ୍କ କଥା ହିଁ ଶୁଣନ୍ତୁ ଓ ନକହିବା ପୂର୍ବରୁ ମନର କଥାକୁ ବୁଝିପାରନ୍ତୁ । ଯଦି ଆପଣ ଏମିତି କରୁଛନ୍ତି ତେବେ ଆପଣ ଆପଣଙ୍କ ସାଥୀଙ୍କର ହୃଦୟରେ ଏକ ବିଶାଳ ସ୍ଥାନ ସୃଷ୍ଟି କରି ପାରିଛନ୍ତି ।

–  ଯଦି ଆପଣ ଆପଣଙ୍କ ଗର୍ଲଫ୍ରେଣ୍ଡଙ୍କୁ ସମୟ ଦେଉଛନ୍ତି ଓ ତାଙ୍କର ପ୍ରାଧାନ୍ଯ ନିଜ ଜୀବନରେ ଜରୁରୀ ବୋଲି ଭାବୁଛନ୍ତି ତେବେ ସେ ମଧ୍ୟ ଆପଣଙ୍କୁ ବହୁତ ଭଲପାଇବା ସହ ଆପଣଙ୍କର ସମସ୍ତ କଥା ମାନିନେବେ ।

– କେବଳ ଏତିକି ନୁହେଁ ଯେ, ଗୋଟେ ଝିଅ ତା ବୟଫ୍ରେଣ୍ଡ୍ ପାଖରୁ ଭଲପାଇବା ଖୋଜେ ବରଂ ଏହା ସହ ଗୋଟେ ଭଲ ସାଙ୍ଗ ମଧ୍ୟ ଖୋଜିଥାଏ । ଯାହା ଫଳରେ କି ସେ ବିନା ସଙ୍କୋଚରେ ନିଜର ସୁଖ ଦୁଃଖ ବାଣ୍ଟି ପାରିବ ।

ଯଦି ଆପଣ ଏସବୁ କରୁଛନ୍ତି ତେବେ ନିଶ୍ଚିତ ଭାବେ ଆପଣଙ୍କ  ସଂପର୍କ କେବଳ ସୁନ୍ଦର ହେବ ନାହିଁ ଏହା ସହ ଆପଣଙ୍କ ସଂପର୍କର ମଧୁରତା ମହକିବ ମଧ୍ୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.