ପ୍ରତି ଦୁଇ ଦିନରେ ଖରାପ ହୋଇଯାଉଛି କି ଆପଣଙ୍କ ପେଟ? ଜାଣନ୍ତୁ ଏହାର କାରଣ ଓ ଘରୋଇ ଉପାୟ

ଏମିତି ବହୁତ ଲୋକ ଅଛନ୍ତି, ଯେଉଁମାନେ ପ୍ରତି ଦୁଇ ଦିନରେ ଥରେ ପେଟ ଖରାପ ହେବା ସମସ୍ୟାକୁ ସାମ୍ନା କରିଥାଆନ୍ତି। ଏହାର ଦୁଇଟି ପ୍ରମୁଖ କାରଣ ହେଉଛି ଭୁଲ୍‌ ଖାଦ୍ୟପେୟ ଏବଂ ଦିନଚର୍ଯ୍ୟା। ଆଜି ଆସନ୍ତୁ ଜାଣିବା ବାରମ୍ବାର ପେଟ ଖରାପ ହେବାର କ’ଣ କାରଣ ହୋଇପାରେ ଏବଂ ଏହାକୁ କିପରି ଦୂର କରାଯାଇ ପାରିବ।

ପେଟ ଖରାପ ହେବାର କାରଣ

-ଦୂଷିତ ଖାଦ୍ୟ କିମ୍ବା ପାନୀୟ

-ଭାଇରାଲ ଇନ୍‌ଫେକ୍ସନ। ଯେମିତିକି, ହେପାଟାଇଟିସ୍‌, ନୋରୋଭାଇରସ୍‌ କିମ୍ବା ରୋଟାଭାଇରସ୍‌।

-ଇରିଟେବଲ୍‌ ବାଉଲ ସିଣ୍ଡ୍ରୋମ୍‌

-କୌଣସି ଫୁଡ୍‌ରୁ ଆଲର୍ଜି

-ଫୁଡ୍‌ ପଏଜନିଙ୍ଗ୍‌/ଖାଦ୍ୟ ବିଷାକ୍ତକରଣ

-ଯକୃତରେ ସମସ୍ୟା/ଲିଭର ଖରାପ

ପେଟ ଖରାପ ହେଲେ ଆପଣାନ୍ତୁ ଏହି ଘରୋଇ ଉପାୟ

ନଡ଼ିଆ ପାଣି: ନଡ଼ିଆ ପାଣି ଶରୀରରେ ଫ୍ଲୁଇଡ୍‌ସ ବାଲାନ୍ସକୁ ଠିକ୍‌ ରଖିଥାଏ। ଏହାଦ୍ୱାରା ରକ୍ତ ସଞ୍ଚାଳନ ମଧ୍ୟ ବଢ଼ିଥାଏ। ଏଥି ସହିତ ଏଥିରେ ଅନେକ ଏନ୍‌ଜାଇମ୍ସ ବି ରହିଥାଏ, ଯାହା ପେଟକୁ ଠିକ୍‌ ରଖିଥାଏ।

ଦହି: ଦହିରେ ଗୋଲମରିଚ ଓ ଅଳ୍ପ ଲୁଣ ମିଶାଇ ଖାଇଲେ ପାଚନ ତନ୍ତ୍ର ଠିକ୍‌ ରହିଥାଏ ଏବଂ ପେଟରେ ସମସ୍ୟା ହୋଇ ନ ଥାଏ। ଦହିରେ ଭଲ ବ୍ୟାକ୍ଟେରିଆ ମିଳିଥାଆନ୍ତି, ଯାହା ସଂକ୍ରମଣ ସହ ଲଢ଼ିବାରେ ସାହାଯ୍ୟ କରିଥାଆନ୍ତି।

ଜିରା ପାଣି: ପ୍ରତିଦିନ ସକାଳେ ଖାଲି ପେଟରେ ୧ କପ୍‌ ଜିରା ପାଣି ପିଇବା ଦ୍ୱାରା ମଧ୍ୟ ପେଟକୁ ଆରାମ ମିଳିଥାଏ। ଏଥିରେ ଥିବା ଆଣ୍ଟିସେପ୍ଟିକ୍‌ ତତ୍ତ୍ୱ ଅନ୍ତବୁଜୁଳାକୁ କ୍ଷତି ପହଞ୍ଚାଉଥିବା ବ୍ୟାକ୍ଟେରିଆକୁ ନଷ୍ଟ କରି ଦେଇଥାଏ।

ଅଦା: ଖରାପ ପେଟ ପାଇଁ ଅଦା ମଧ୍ୟ ବେଶ୍‌ ଲାଭଦାୟକ ହୋଇଥାଏ। ଏଥିପାଇଁ ୧ ଗ୍ଲାସ୍‌ କ୍ଷୀରରେ ଏକ ଚାମଚ ଅଦା ପାଉଡର ମିଶାଇ ଶୋଇବା ପୂର୍ବରୁ ପିଅନ୍ତୁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.