ଏଥର ଘରେ ପ୍ରସ୍ତୁତ କରନ୍ତୁ ବାନାନା ନଟସ୍ ବାର, ବନାଇବା ପୂରା ସହଜ

ଚକୋଲେଟ ଖାଇବା ସମସ୍ତଙ୍କୁ ପସନ୍ଦ। ପିଲା ଠାରୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ ପ୍ରାୟ ସମସ୍ତେ ଚକୋଲେଟ ଖାଇବାକୁ ଭଲ ପାଇଥାନ୍ତି। ଆଜି ପର୍ଯ୍ୟନ୍ତ ଆପଣ ବହୁତ ଚକୋଲେଟ ଖାଇଥିବେ କିନ୍ତୁ ଆଜି ଆମେ ଆପଣଙ୍କୁ ଘରେ ନଟସ୍ ବାର ପ୍ରସ୍ତୁତ କରିବାର ସହଜ ଉପାୟ ବିଷୟରେ ଜଣାଇବୁ। ଏହି ରେସିପି ସ୍ବାଦିଷ୍ଟ ହେବା ସହିତ ସ୍ବାସ୍ଥ୍ୟକର ମଧ୍ୟ। ଆସନ୍ତୁ ଜାଣିବା ନଟସ୍ ରେସିପି ବନାଇବାର ଉପାୟ।

ବାନାନା ନଟସ୍ ବାର ପାଇଁ ସାମଗ୍ରୀ

କଦଳୀ – ୪ଟି

କାଜୁ – ୧/୨ କପ୍

ଡାଲଚିନି – ୧

ଓଟ୍ସ – ୧/୨ କପ୍

ଭାନିଲା ପ୍ରୋଟୀନ ପାଉଡର – ୪ ଚାମଚ

ଭାନିଲା – ୨ ଚାମଚ

ଚିନି – ୨ ଚାମଚ

ପାଣି – ୨ ଚାମଚ

ପ୍ରସ୍ତୁତି ପ୍ରଣାଳୀ

-ବାନାନା ନଟସ୍ ପ୍ରସ୍ତୁତି କରିବା ପାଇଁ କଦଳୀକୁ ନେଇ ପାତ୍ରରେ ଚକଟି ଦିଅନ୍ତୁ। ଏବେ ଗ୍ରାଇଣ୍ଡର ଜାରରେ ଓଟସ୍ ଏବଂ କାଜୁ ପକାଇ ଦିଅନ୍ତୁ ଏବଂ କାହାକୁ ଛୋଟ ଛୋଟ କରି କାଟି ଦିଅନ୍ତୁ।

-ଚକଟା ହୋଇଥିବା କଦଳୀରେ ଭାନିଲା ପାଉଡର, ପାଣୀ, ଡାଲଚିନି ଏବଂ ଚିନି ମିଶାଇ ଦିଅନ୍ତୁ।

-ଯଦି ଆପଶ୍ୟକ ପଡିବ ତେବେ ଏଥିରେ ୨ ବଡ ଚାମଚ ପାଣି ମିଶାଇ ଦିଅନ୍ତୁ ଏବଂ ଭଲଭାବେ ମିଶ୍ରଣ କରିଦିଅନ୍ତୁ।

-ଏକ କୁକିଜ୍ ସିଟରେ ଏହି ମିଶ୍ରଣକୁ ପକାଇ ଚାରିପଟୁ ମେଲାଇ ଦିଅନ୍ତୁ ଏହାପରେ ଫ୍ରୀଜରେ ରଖିଦିଅନ୍ତୁ।

-ଏହି ମିଶ୍ରଣ ବସିଯିବା ପରେ ଛୋଟ ଛୋଟ ଖଣ୍ଡରେ କାଟି ଦିଅନ୍ତୁ।

-ଆପଣଙ୍କ ବାନାନା ନଟ୍ସ ବାର ପ୍ରସ୍ତୁତ ହୋଇଯାଇଛି।

Pritiparna

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

14 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

16 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

57 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago