ନାଇଟ କର୍ଫ୍ୟୁର ସୁଯୋଗ ନେଉଛନ୍ତି ଦୁର୍ବୁତ୍ତ, ବ୍ୟାଙ୍କ କାନ୍ଥ ଭାଙ୍ଗି କରୁଥିଲେ ଲୁଟ ଉଦ୍ୟମ

ମୟୁରଭଞ୍ଜ(କେ ନ୍ୟୁଜ):  ନାଇଟ କର୍ଫ୍ୟୁ ଓ ଲକଡାଉନର ସୁଯୋଗ ନେଇ ଦୁର୍ବୁତ୍ତ ମାନେ ବିଭିନ୍ନ ସ୍ଥାନରେ କଳା କନା ବୁଲାଇବା ଆରମ୍ଭ କଲେଣି । ନାଇଟ କର୍ଫ୍ୟୁର ସୁଯୋଗ ନେଇ ବ୍ୟାଙ୍କରେ ଲୁଟ ଉଦ୍ୟମ ଚଳାଇଛନ୍ତି ଦୁର୍ବୁତ୍ତ । ମୟୁରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ଗିଦିଘାଟି କାନାରା ବ୍ୟାଙ୍କ ଶାଖାର କାନ୍ଥ ଭାଙ୍ଗି ଲୁଟ ଉଦ୍ୟମ କରିଥିବା ନେଇ ଏକ ଖବର ସାମ୍ନାକୁ ଆସିଛି । ଦୁଇଜଣ ଦୁର୍ବୁତ୍ତ ରାତି ୨ଟା ବେଳେ ବ୍ୟାଙ୍କର କାନ୍ଥ ଭାଙ୍ଗି ଭିତରକୁ ପଶି ଷ୍ଟ୍ରଙ୍ଗ ରୁମର ୪ଟି ତାଲା ଭାଙ୍ଗି ଟଙ୍କା ଆଲମିରା ଭାଙ୍ଗିବାକୁ ଉଦ୍ୟମ କରି ବିଫଳ ହୋଇଥିବା ନେଇ ଏକ ଦୃଶ୍ୟ ସିସିଟିଭି କ୍ୟାମରାରେ କଏଦ ହୋଇଛି । ଆଲମୀରା

lootera gang

ଭାଙ୍ଗିବା ବେଳେ ବ୍ୟାଙ୍କର ସାଇରନ ବାଜିବା ଫଳରେ ଭୟରେ ଚୋରମାନେ ଫେରାର ହୋଇଯାଇଥିଲେ । ତେବେ ଆଜି ବ୍ୟାଙ୍କ କର୍ମଚାରୀ ମାନେ ତିରିଂ ଥାନାକୁ ଜଣାଇବା ପରେ ପୋଲିସ ସହ ବାରିପଦାରୁ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ଦଳ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । କାନ୍ଥ ଓ ତାଲା ଭାଙ୍ଗିବା ପାଇଁ ବ୍ୟବହୃତ ହାତୁଡି ଓ ଛିନି ଜବତ କରି ପୋଲିସ ତଦନ୍ତ ଜାରି ରଖିଛି ।

 

 

 

 

Leave A Reply

Your email address will not be published.