ମହାଳୟା ଅମାବାସ୍ୟାରେ ଜାଣନ୍ତୁ କ’ଣ ରହିଛି ଏହାର ମହତ୍ତ୍ୱ

ମହାଳୟା ଅମାବାସ୍ୟା ପିତୃପକ୍ଷର ଶେଷ ଦିନ। ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଆଶ୍ୱିନ ମାସର ଅମାବାସ୍ୟାକୁ ମହାଳୟ ଅମାବାସ୍ୟା କୁହାଯାଇଥାଏ। ଏହାକୁ ସର୍ବ ପିତୃ ଅମାବାସ୍ୟା, ପିତୃ ବିସର୍ଜନ ଅମାବାସ୍ୟା ଏବଂ ମୋକ୍ଷଦାୟିନୀ ଅମାବାସ୍ୟା ମଧ୍ୟ କୁହାଯାଇଥାଏ। ଚଳିତ ବର୍ଷ ମହାଳୟା ଅମାବାସ୍ୟା ସମାପ୍ତି ପରେ ଶାରଦୀୟ ନବରାତ୍ରୀ ଆରମ୍ଭ ହେବ ନାହିଁ।

ସାଧାରଣତଃ ମହାଳୟା ଅମାବାସ୍ୟା ପରଦିନ ଅର୍ଥାତ ପ୍ରତିପଦାରେ ଶାରଦୀୟ ନବରାତ୍ରୀ ଆରମ୍ଭ ହୋଇଥାଏ। କିନ୍ତୁ ଚଳିତ ବର୍ଷ ଅଧିକମାସ (ମଳମାସ) କାରଣରୁ ନବରାତ୍ରୀ ପିତୃପକ୍ଷ ସମାପ୍ତିର ଏକମାସ ପରେ ଆରମ୍ଭ ହେବ। ଠିକ୍‌ ଏଭଳି ସଂଯୋଗ ୧୯ ବର୍ଷ ପୂର୍ବରୁ ୨୦୦୧ରେ ପଡିଥିଲା। ଚଳିତ ବର୍ଷ ଅଧିକମାସ ଆସନ୍ତାକାଲି ଅର୍ଥାତ ୧୮ ସେପ୍ଟେମ୍ବରରୁ ଆରମ୍ଭ ହୋଇ ୧୬ ଅକ୍ଟୋବରରେ ଶେଷ ହେବ।

mahalayaଜାଣନ୍ତୁ ମହାଳୟା ଅମାବାସ୍ୟାର ମହତ୍ତ୍ୱ:

ଶାସ୍ତ୍ରରେ ମହାଳୟା ଅମାବାସ୍ୟାର ମହତ୍ତ୍ୱ ଉଲ୍ଲେଖ କରାଯାଇଛି। କୁହାଯାଇଥାଏ ଯେଉଁ ବ୍ୟକ୍ତିଙ୍କୁ ପିତୃ-ପୁରୁଷଙ୍କ ମୃତ୍ୟୁର ତାରିଖ ଜଣା ନଥାଏ ସେମାନେ ଆଜିର ଦିନରେ ଅର୍ଥାତ ମହାଳୟା ଅମାବାସ୍ୟାରେ ଶ୍ରାଦ୍ଧ କାର୍ଯ୍ୟ କରିପାରିବେ। ଆଜିର ଦିନ ପିତୃ-ପୁରୁଷଙ୍କ ପ୍ରତି ଶ୍ରଦ୍ଧାଭାବ ଦେଖାଇବା ଉଚିତ। ପିତୃପକ୍ଷ ସମୟରେ ପିତୃଲୋକରୁ ପିତୃ-ପୁରୁଷ ନିଜର ପ୍ରିୟ ଜନମାନଙ୍କ ପାଖକୁ କୌଣସି ନା କେଔଣସି ରୂପରେ ଆସିଥାନ୍ତି। ଏହି କାରଣରୁ ପିତୃ-ପୁରୁଷଙ୍କୁ ପ୍ରସନ୍ନ କରି ତାଙ୍କ ଆଶୀର୍ବାଦ ପ୍ରାପ୍ତ କରିବାକୁ ଚାହୁଁଥିଲେ ନିଶ୍ଚିତ ପିତୃପକ୍ଷରେ ତର୍ପଣ କରନ୍ତୁ।
ତର୍ପଣର ଅର୍ଥ ହେଉଛି ଜଳଦାନ, ଭୋଜନ ଦାନ କରି ଶ୍ରାଦ୍ଧ କରିବା।

pitruମାନ୍ୟତା ଅନୁଯାୟୀ ପିତୃପକ୍ଷରେ ପିତୃ-ପୁରୁଷ ଧରିତ୍ରୀରେ ପଶୁ-ପକ୍ଷୀ ଏବଂ ବ୍ରାହ୍ମଣଙ୍କ ରୂପରେ ନିଜ ପ୍ରିୟଜନଙ୍କ ସହ ସାକ୍ଷାତ କରିବାକୁ ଆସିଥାନ୍ତି। ଏଭଳି ଦିନରେ ପୂର୍ବ-ପୁରୁଷଙ୍କ ଆତ୍ମ ତୃପ୍ତି ପାଇଁ ପବିତ୍ର ନଦୀରେ ତର୍ପଣ, ପିଣ୍ଡଦାନ ଏବଂ ବ୍ରାହ୍ମଣ ଭୋଜନ କରାଯାଇଥାଏ। ଏହାଦ୍ୱାରା ପିତୃ ଦୋଷ ଏବଂ ବିଭିନ୍ନ ପ୍ରକାର କଷ୍ଟ ଦୂର ହୋଇଥାଏ। ଏଥିସହ ମହାଳୟା ଅମାବାସ୍ୟା ଦିନ ଧରିତ୍ରୀକୁ ଆସିଥିବା ପିତୃ-ପୁରୁଷମାନେ ପୁଣି ଥରେ ଚାଲିଯାଇଥାନ୍ତି।

Leave A Reply

Your email address will not be published.