ମହେଶ ଭଟ୍ଟଙ୍କ ଅଫିସ କର୍ମଚାରୀଙ୍କ ବଡ ଖୁଲାସା, ସୁଶାନ୍ତଙ୍କୁ ନେଇ ମହେଶଙ୍କ ସହିତ ଏମିତି କଥା ହୁଅନ୍ତି ରିୟା ଚକ୍ରବର୍ତ୍ତୀ

ସୁଶାନ୍ତ ସିଂହ ରାଜପୁତଙ୍କ ନିଧନ ପରେ ତାଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରକାର ପ୍ରଶ୍ନ ଉଠୁଛି। ତେବେ ସୁଶାନ୍ତଙ୍କ ନିଧନ ପରେ ରିୟା ଚକ୍ରବର୍ତ୍ତୀ ଏବଂ ମହେଶ ଭଟ୍ଟଙ୍କ ଅନେକ ଫଟୋ ସୋସିଆଲ ମିଡିଆରେ ଏକଦମ୍‌ ଛାଇ ଯାଇଛି। ସେପଟେ ମୁକେଶ ଭଟ୍ଟ ଏହା କହି ସମସ୍ତଙ୍କୁ ଚମକାଇ ଦେଇଛନ୍ତି ଯେ ସେ କିଛି ସମୟ ପୂର୍ବରୁ ସୁଶାନ୍ତଙ୍କୁ ଭେଟିଥିଲେ। ଆଉ ଏହି ସମୟରେ ତାଙ୍କର ମାନସିକ ସ୍ଥିତି ଠିକ୍‌ ନଥିଲା ଏବଂ ଏହି ବିଷୟରେ ସୁଶାନ୍ତ ମହେଶ ଭଟ୍ଟଙ୍କ ସହିତ କଥା ବି ହୋଇଥିଲେ। ତେବେ ଏହି ସବୁ ଖବର ମଧ୍ୟରେ ମହେଶ ଭଟ୍ଟଙ୍କ ଅଫିସ କର୍ମଚାରୀଙ୍କ ପାଖରୁ ଏକ ଏମିତି ଖବର ମିଳିଛି ଯାହା ସମସ୍ତଙ୍କୁ ଚମକାଇ ଦେଇଛି। ମହେଶ ଭଟ୍ଟଙ୍କ ଅଫିସରେ କାମ କରୁଥିବା ତାଙ୍କର ସହାୟକ କର୍ମଚାରୀ ସୁହରୀତା ଦାସ ଫେସବୁକରେ ପୋଷ୍ଟ କରି ରିୟା ଚକ୍ରବର୍ତ୍ତୀଙ୍କ ସହ ଜଡିତ ଅନେକ ଖୁଲାସା କରିଛନ୍ତି।

sushantସୁହରିତା ଦାସଙ୍କ ଫେସବୁକ୍‌ ବାୟୋ ମୁତାବକ, ସେ ମହେଶ ଭଟ୍ଟ ଏବଂ ମୁକେଶ ଭଟ୍ଟଙ୍କ ପ୍ରଡକସନ କମ୍ପାନୀ ବିଶେଷ ଫିଲ୍ମରେ କାମ କରନ୍ତି। ସୁହରିତା ଜୁନ ୧୪ରେ ଫେସବୁକରେ ଏକ ଲମ୍ବା ଚଉଡା ପୋଷ୍ଟ ଲେଖିଥିଲେ ଯାହା ଏବେ ସୋସିଆଲ ମିଡିଆରେ ଭାଭଇରାଲ ହେଉଛି। ଏହି ପୋଷ୍ଟରେ ସେ ଲେଖିଛନ୍ତି ସୁଶାନ୍ତ ସିଂହ ରାଜପୁତଙ୍କ ବିଷୟରେ ରିୟା ଚକ୍ରବର୍ତ୍ତୀ ମହେଶ ଭଟ୍ଟଙ୍କ ଠାରୁ ପରାମର୍ଶ ନେଉଥିଲେ।

rehaସୁହରିତା ଲେଖିଛନ୍ତି ଯେ କିଏ ଜାଣୁ ବା ନ ଜାଣୁ ମୁଁ ହେଉଛି ମୂକ ସାକ୍ଷୀ। ତୁମେ ସବୁବେଳେ ସୁଶାନ୍ତଙ୍କୁ ଠିକ୍‌ କରିବାକୁ ଚାହୁଁଥିଲ। କିନ୍ତୁ ଡିପ୍ରେସନ ଏମିତି ଏକ ରୋଗ ଯାହା ବିନାଶକାରୀ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କୁ ଡିପ୍ରେସନରେ ବାହାର କରିବାକୁ ମହେଶ ଭଟ୍ଟଙ୍କ ଠାରୁ ପରାମର୍ଶ ନିଅନ୍ତି।

REAHA-2ତେବେ ସୁଶାନ୍ତ ସିଂହ ରାଜପୁତଙ୍କ ସୁଇସାଇଡ୍‌ କେସରେ ପୋଲିସ ଯାଞ୍ଚ କାମ ଜାରି ରଖିଛି। ଏବେ ପଯ୍ୟର୍ନ୍ତ ୨୫ରୁ ଅଧିକ ଲୋକଙ୍କୁ ଜେରା ସରିଲାଣି। ଏହି ମାମଲାରେ ଏବେ ପଯ୍ୟର୍ନ୍ତ ସୁଶାନ୍ତ ସିଂହ ରାଜପୁତଙ୍କ ଘନିଷ୍ଠ ବନ୍ଧୁ ଏବଂ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ, ରୋହିଣୀ ଅଭ୍ୟର, ସୁଶାନ୍ତଙ୍କ ମ୍ୟାନେଜର, କ୍ରିଏଟିଭ୍‌ ମ୍ୟାନେଜରଙ୍କ ସମେତ ଅନ୍ୟ ଲୋକଙ୍କୁ ପଚରା ଉଚୁରା ସରିଛି।

Leave A Reply

Your email address will not be published.