Odisha News

ପବିତ୍ର ମକର ସଂକ୍ରାନ୍ତିରେ ଚଳଚଞ୍ଚଳ ହୋଇ ଉଠିଛି ବାବା ବରୁଣେଶ୍ୱରଙ୍କ ପୀଠ

ଯାଜପୁର ଟାଉନ(କେନ୍ଯୁଜ୍): ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି । ଏଥିପାଇଁ ଯାଜପୁର ଜିଲା ବିଂଝାରପୁର ବ୍ଲକ ଅରେଇ ଠାରେ ଥିବା ବାବା ବରୁଣେଶ୍ୱରଙ୍କ ପୀଠ ହୋଇ ଉଠିଛି ଚଳଚଞ୍ଚଳ । ଆଜିର ଦିନକୁ ବାବାଙ୍କ ସ୍ୱନକ୍ଷତ୍ର ଦିବସ ଭାବେ ପାଳନ କରାଯାଏ । ଏଥିପାଇଁ ବର୍ଷ ତମାମ ପାଣିରେ ରହୁଥିବା ବାବା ବରୁଣେଶ୍ୱରଙ୍କୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ ହୋଇଥାଏ । ମନ୍ଦିର ପରିସରରୁ ପାଣିକୁ ଭୋର ୪ଟାରୁ ନିସ୍କାସନ କରିବା ପରେ ବଡ ସିଂହାର ବେଶ କରାଯାଇଥିଲା । ପରେ ବାବା ସାଧାରଣ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ । ବିଂଝାରପୁର ବିଧାୟିକା ତଥା ସରକାରୀ ଦଳର ମୁଖ୍ୟ ସଚେତକ ଶ୍ରୀମତି ପ୍ରମିଳା ମଲ୍ଲିକ ବାବା ବରୁଣେଶ୍ୱରଙ୍କୁ ଦର୍ଶନ କରି ଆର୍ଶିବାଦ ଭିକ୍ଷା କରିଛନ୍ତି ।

baruneswara babaଏହି ମନ୍ଦିର ସୋମ ବଂଶ କାଳରେ ନିର୍ମିତ ହୋଇଥିବା ବିଶ୍ୱାସ କରାଯାଏ ଏବଂ ମନ୍ଦିର ପରିସରରେ ରହିଥିବା ବରୁଣ ବୃକ୍ଷକୁ ପ୍ରଭୁ ବରୁଣେଶ୍ୱର ଭାବେ ପୂଜା କରାଯାଏ । କାରଣ ଏହି ବୃକ୍ଷଟିର କୌଣସି କ୍ଷୟ ନାହିଁ କିମ୍ବା ବୃଦ୍ଧି ନାହିଁ । ସେଥିପାଇଁ ମକର ସଂକ୍ରାନ୍ତିରେ ପ୍ରଭୁ ବରୁଣେଶ୍ୱରଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିବାର ବିଶ୍ୱାସ ରହିଛି । ସେହିପରି ଆଜି ଠାରୁ ଏହି ପୀଠରେ ୭ ଦିନ ଧରି ମେଳାର ମଧ୍ୟ ଆୟୋଜନ ହେଉଛି । ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଓ ମହୋତ୍ସବ କମିଟି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛିି ।

Loading...

Leave A Reply

Your email address will not be published.