Odisha News

ଭାଲେଣ୍ଟାଇନ ୱିକରେ ଆଜିହିଁ ଘରେ ଅତି ସହଜରେ ପ୍ରସ୍ତୁତ କରନ୍ତି ନେପାଳର ପ୍ରସିଦ୍ଧ ଖାଦ୍ୟ ଚୁକୌନି

ଆବଶ୍ୟକ ସାମଗ୍ରୀ

  • ଦୁଇଟି ସିଝା ଆଳୁ
  • ପିଆଜ ଗୋଟିଏ
  • ଗୋଟିଏ କାକୁଡି
  • ଦୁଇ କପ ଦହି
  • କଞ୍ଚାଲଙ୍କା ଦୁଇଟି
  • ଅଧା ଚାମଚ ମେଥି
  • ହଳଦୀଗୁଣ୍ଡ
  • ଧନିଆପତ୍ର
  • ଲେମ୍ବୁ ୧ଟି
  • ସୋରିଷ ତେଲ ଅଳ୍ପ
  • ଭଜା ରାଷିଗୁଣ୍ଡ ଅଳ୍ପ
  • ସ୍ୱାଦ ଅନୁସାରେ ଲୁଣ

Image result for चुकौनी

ପ୍ରସ୍ତୁତି ପ୍ରଣାଳୀ

ଚୁକୌନି ପ୍ରସ୍ତୁତ କରିବା ପାଇଁ ସର୍ବପ୍ରଥମେ ଏକ ପାତ୍ରରେ ସିଝା ଆଳୁ, କାକୁଡି, କଞ୍ଚାଲଙ୍କା, ପିଆଜ, ରାଷିଗୁଣ୍ଡ, ଲୁଣ, ଲେମ୍ବୁ ରସ ଓ ଦହି ମିଶାଇ ଭଲଭାବେ ଗୋଳାଇ ଦିଅନ୍ତୁ । ବର୍ତ୍ତମାନ ଏକ ପ୍ୟାନ ଗରମ କରି ସେଥିରେ ସୋରିଷତେଲ ପକାଇ ମେଥିଦାନାକୁ ଅଳ୍ପ ଭାଜନ୍ତୁ । ତାପରେ ସେଥିରେ ହଳଦୀଗୁଣ୍ଡ ପକାଇ ତଡକା ଲଗାନ୍ତୁ । ତାପରେ ଏହି ତଡକାକୁ ପୂର୍ବ ପ୍ରସ୍ତୁତ ମିଶ୍ରଣରେ ମିଶାଇ ଦିଅନ୍ତୁ । ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କର ସ୍ୱାଦିଷ୍ଟ ଖାଦ୍ୟ ଚୁକୌନି । ଏହାକୁ ଆପଣ ଭାତ କିମ୍ବା ରୁଟି ସହିତ ମଧ୍ୟ ଖାଇପାରିବେ ।

Loading...

Leave A Reply

Your email address will not be published.