Odisha News

ଏଟିଏମରେ ଯୁବତୀଙ୍କୁ ଅସଦାଚରଣ : ସାହାଯ୍ୟ କରିବାକୁ କହି ଯୁବକ ଦେଖାଇଲେ ଗୁପ୍ତାଙ୍ଗ, ଭିଡିଓ ଭାଇରାଲ୍

ଏଟିଏମ୍ ରେ ଯୁବତୀଙ୍କୁ ଅସଦାଚରଣ । ଯୁବତୀଙ୍କୁ ଏଟିଏମ୍ ମଧ୍ୟରେ ଦେଖି ନିଜର ଗୁପ୍ତାଙ୍ଗ ଦେଖାଇବାକୁ ଲାଗିଲେ ଯୁବକ । ସଭ୍ୟ ସମାଜର ମୁଣ୍ଡକୁ ତଳକୁ କରିଦେଉଥିବା ଏହି ଘଟଣାଟି ଘଟିଛି ମୁମ୍ବାଇର ଥାଣେ ଅଂଚଳରେ । ଯୁବତୀ ଜଣକ ଘଟଣାର ଭିଡିଓ କରି ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି । ଯାହା ଭାଇରାଲ୍ ହେବାରେ ଲାଗିଛି ।

ଅଭିଯୋଗ ଅନୁସାରେ, ଅଟୋ ରିକ୍ସାର ଭଡା ଦେବା ପାଇଁ ସକାଳ ପ୍ରାୟ ୩ ଟା ସମୟରେ ଏକ ଏଟିଏମ୍ ସାମ୍ନାରେ ଓହ୍ଲାଇଥିଲେ ଯୁବତୀ ଜଣକ । ତେବେ ଟଙ୍କା ବାହାର କରିବା ସମୟରେ ସମସ୍ୟା ହେବାରୁ ନିକଟରେ ଥିବା ଜଣେ ଯୁବକ ସାହାଯ୍ୟ କରିବାକୁ ଆସିଥିଲେ । ଆଉ ଏହା ମଧ୍ୟରେ ସୁଯୋଗ ନେଇ ଅନେକ ଥର ଯୁବତୀଙ୍କୁ ଛୁଇଁଥିଲେ । ହେଲେ ସୀମା ସେତେବେଳେ ପାର କରିଗଲା ଯେତେବେଳେ ଯୁବକ ଜଣକ ନିଜ ଗୁପ୍ତାଙ୍ଗ ଦେଖାଇ ଛିଡା ହୋଇଗଲେ ।

mumbai atmଯୁବକଙ୍କର ଏହି କାରନାମାକୁ ନିଜ ମୋବାଇଲରେ ରେକର୍ଡ କରିନେଇଥିଲେ ଯୁବତୀ ଜଣକ । ଏହା ପରେ ଯେତେବେଳେ ଯୁବତୀ ଜଣକ ଏଟିଏମ୍ ବାହାରକୁ ଆସିଲେ ସେତେବେଳେ ପୋଲିସ୍ ପିସିଆର୍ ଭ୍ୟାନ୍ ଦେଖି ପୁରା ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ । ଯାହା ପରେ ଯୁବକ ଜଣଙ୍କୁ ଖୋଜିବାରେ ଲାଗିଥିଲେ ପୋଲିସ୍ ।

ଅନ୍ୟପଟେ ଯୁବତୀ ଜଣକ ପୁରା ଭିଡିଓଟି ଟୁଇଟ୍ କରିଥିଲେ । ମାତ୍ର କିଛି ସମୟ ମଧ୍ୟରେ ଟୁଇଟଟି ଟ୍ରେଣ୍ଡ କରିବା ସହ ଭିଡିଓଟି ଭାଇରାଲ୍ ହେବାରେ ଲାଗିଲା । ଆଉ ଭିଡିଓ ଆଧାରରେ ଯୁବକଙ୍କୁ ଗିରଫ କରିଛି ପୋଲିସ୍ ।

Leave A Reply

Your email address will not be published.