୨୦୨୦ ମସିହା ଆମେରିକା ରାଷ୍ଟ୍ରପତି ଭାରତୀୟ ?

ନୂଆଦିଲ୍ଲୀ : ୨୦୨୦ ମସିହା ଆମେରିକା ରାଷ୍ଟ୍ରପତି ନିର୍ବାଚନ ଦୌଡରେ ସାମିଲ ହୋଇପାରନ୍ତି ଦୁଇ ଭାରତୀୟ ବଂଶୋଭବ । ଆମେରିକା କଂଗ୍ରେସର ପ୍ରଥମ ହିନ୍ଦୁ ସାଂସଦ ତୁଲସୀ ଗବର୍ଡ ଓ କାଲିଫର୍ଣ୍ଣିଆ ସିନେଟର କମଳା ହାରିସ ଏହି ଦୈଡରେ ଥିବା ନେଇ ଚର୍ଚ୍ଚା ଜୋର ଧରିଛି ।

america 2

ଶୁକ୍ରବାର ଲସ୍ ଆଞ୍ଜେଲର୍ସରେ ଅନୁଷ୍ଠିତ ମେଡଟ୍ରନିକ କନଫେରେନ୍ସରେ ପ୍ରଖ୍ୟାତ ଭାରତୀୟ ବଂଶୋଭବ ଡାକ୍ତର ସମ୍ପତ୍ତ ସଙ୍ଗଭୀ ୩୭ ବର୍ଷୀୟ ତୁଲସୀଙ୍କୁ ପରିଚିତ କରାଯାଇବା ସହ ୨୦୨୦ ନିର୍ବାଚନରେ ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ହୋଇ ପାରନ୍ତି ବୋଲି କହିଥିଲେ । ଚାରି ଥର ହାଓ୍ଵାଇରୁ ସାଂସଦ ହୋଇଥିବା ତୁଲସୀ ଡେମୋକ୍ରାଟ ଟିକେଟରୁ ସାଂସଦ ଅଛନ୍ତି । ତେବେ ଏ ସଂପର୍କରେ ତୁଲସୀ କିଛି କହିନାହାନ୍ତି । ଯଦି ତୁଲସୀଙ୍କୁ ୨୦୨୦ ମସିହାରେ ରାଷ୍ଟ୍ରପତି ପ୍ରାର୍ଥୀ କରାଗଲେ ସେ ପ୍ରଥମ ହିନ୍ଦୁ ମହିଳା ଭାବେ ଇତିହାସ ସୃଷ୍ଟି କରିବେ ।

america 3

ସେହିପରି ରାଷ୍ଟ୍ରପତି ଭାବେ ନିର୍ବାଚନ ହେଲେ ପ୍ରଥମ ସର୍ବକନିଷ୍ଠ ମହିଳା ଭାବେ ହ୍ଵାଇଟ ହାଉସକୁ ପ୍ରବେଶ କରିବେ । ସେହିପରି ଏହି ରେସ୍ରେ କାଲିଫର୍ଣ୍ଣିଆ ସିନେଟର କମଳା ହାରିସ ମଧ୍ୟ ଏହି ଦୌଡରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି । କାଲିଫର୍ଣ୍ଣିଆରେ ଜନ୍ମ ଗ୍ରହଣ କରିଥିବା କମଳା ହାରିସଙ୍କ ମାଆ ତାମିଲନାଡୁର ବାସନ୍ଦା ।

Leave A Reply

Your email address will not be published.